Weather Update : ଆଉ ଦୁଇ ଦିନ ଜଳିବ ଚାରି ଜିଲ୍ଲା, ଉପକୂଳ ଓ ଦକ୍ଷିଣରେ ଝଡ଼ବର୍ଷା
Advertisement
Article Detail0/zeeodisha/odisha1208627

Weather Update : ଆଉ ଦୁଇ ଦିନ ଜଳିବ ଚାରି ଜିଲ୍ଲା, ଉପକୂଳ ଓ ଦକ୍ଷିଣରେ ଝଡ଼ବର୍ଷା

ପଶ୍ଚିମ ଓଡିଶାରେ ହିଟ୍ ୱେଭ୍ ପରିସ୍ଥିତି ଦେଖା ଦେଇଥିବା ବେଳେ ଉତ୍ତର, ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଜିଲ୍ଲାରେ ଝଡବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଆସନ୍ତା ଦୁଇ ଦିନ ପାଇଁ ଉଭୟ ଝଡବର୍ଷା ଓ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସୌ- ଟ୍ୱିଟର @mcbbsr

ଭୁବନେଶ୍ୱର: ମୌସୁମୀ ଆସିବା ପୂର୍ବରୁ ରାଜ୍ୟବାସୀଙ୍କୁ ଉଭୟ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ କଲବଲ କରୁଛି। ପଶ୍ଚିମ ଓଡିଶାରେ ହିଟ୍ ୱେଭ୍ ପରିସ୍ଥିତି ଦେଖା ଦେଇଥିବା ବେଳେ ଉତ୍ତର, ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଜିଲ୍ଲାରେ ଝଡବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଆସନ୍ତା ଦୁଇ ଦିନ ପାଇଁ ଉଭୟ ଝଡବର୍ଷା ଓ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଆଉ ଦୁଇ ଦିନ ଗ୍ରୀଷ୍ମ ପ୍ରବାହ ସହ ଝଡବର୍ଷା ହେବ। ରବିବାର ଓ ସୋମବାର ବରଗଡ, ବଲାଙ୍ଗିର, ବୌଦ୍ଧ ଓ ସୁବର୍ଣ୍ଣପୁରରେ ମୁଣ୍ଡଫଟା ଖରା ହେବ। ସେଥିପାଇଁ ଏହି ଚାରି ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ସକାଳୁ ଉପକୂଳ ଓ ଉତ୍ତର ଓଡିଶାର ୧୩ ଜିଲ୍ଲାରେ ଝଡବର୍ଷା ସହ ବଜ୍ରପାତ ସମ୍ଭାବନା ଅଛି। 

Also Read: Shiv Vivah : ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ମନ୍ଦିର ପ୍ରଶାସନ-ସେବାୟତ ମୁହାଁମୁହିଁ

ବର୍ଷା ଓ ବଜ୍ରପାତ ନେଇ ରବିବାର ପାଇଁ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ସୋମବାର ଦକ୍ଷିଣ ଓଡିଶାରେ ବର୍ଷା ହେବ। ଜୁନ ୬ ତାରିଖ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

ଅନ୍ୟପଟେ ମଙ୍ଗଳବାର ୬ ଜିଲ୍ଲା ଯଥା- ମୟୂରଭଞ୍ଜ, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରିରେ ଝଡବର୍ଷା ହେବା ସମ୍ଭାବନା ଅଛି। ସେହିପରି ବୁଧବାର ରାୟଗଡା, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, ଗଜପତି ଓ ମାଲକାନଗିରିରେ ବର୍ଷା ହୋଇପାରେ। ଖୁବଶୀଘ୍ର ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବ। ତେବେ ଏହା କେବେ ଓଡିଶା ଆସିବ ସେ ନେଇ କୌଣସି ନିଦ୍ଧିଷ୍ଟ ତାରିଖ ଘୋଷଣା ହୋଇ ନାହିଁ, କିନ୍ତୁ ଜୁନ ଦ୍ୱିତୀୟ ସପ୍ତାହରେ ମୌସୁମୀ ଆସିପାରେ।

Also Read: Odisha Cabinet Reshuffle : ଆଜି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସହ ବିଭାଗ ବଣ୍ଟନ

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡିଶାରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଶନିବାର ବଲାଙ୍ଗିରରେ ୪୫, ଟିଟିଲାଗଡରେ ୪୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ଥିବା ବେଳେ ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୭ ଓ ୪୪.୫ ଡିଗ୍ରୀ ସେଲସିୟସ ଥିଲା। ସେହିପରି ଅନ୍ୟ ୯ଟି ସ୍ଥାନରେ ୪୦ରୁ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ଶନିବାର ସର୍ବାଧିକ ତାପମାତ୍ରା ୩୫.୭ ଡିଗ୍ରୀ ସେଲସିଅସ ଥିଲା।