ବର୍ଣ୍ଣ ବୈଷମ୍ୟରୁ ନରସଂହାର! ୧୮ ବର୍ଷିୟର ଆଖିବୁଜା ଗୁଳିମାଡରେ ୧୦ ମୃତ, Livestreaming ହେଉଥିଲା ସମ୍ପୂର୍ଣ୍ଣ ଦୃଶ୍ୟ
Advertisement
Article Detail0/zeeodisha/odisha1185101

ବର୍ଣ୍ଣ ବୈଷମ୍ୟରୁ ନରସଂହାର! ୧୮ ବର୍ଷିୟର ଆଖିବୁଜା ଗୁଳିମାଡରେ ୧୦ ମୃତ, Livestreaming ହେଉଥିଲା ସମ୍ପୂର୍ଣ୍ଣ ଦୃଶ୍ୟ

ଶନିବାର ନ୍ୟୁୟର୍କର ବଫାଲୋରେ ଥିବା ଏକ ସୁପରମାର୍କେଟରେ ଗ୍ରାହକ ଏବଂ କର୍ମଚାରୀଙ୍କ ଉପରେ ଜଣେ ଯୁବକ ଗୁଳି ଚଳାଇ ଥିଲା। ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଏକ ଜାତିଗତ ଉଦ୍ଦେଶ୍ୟମୂଳକ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି। ସନ୍ଦିଗ୍ଧ ଯୁବକର ନାମ Payton Gendron। ସେ ନ୍ୟୁୟର୍କର କନକଲିନର ବାସିନ୍ଦା।

ସୌ- ସୋସିଆଲ ମିଡିଆ

ନ୍ୟୁୟୋର୍କ: ଆମେରିକାରେ ପୁଣି ଥରେ ବର୍ଣ୍ଣ ବୈଷମ୍ୟରୁ ନରସଂହାର ହୋଇଛି। ଜଣେ ୧୮ ବର୍ଷିୟ ଯୁବକର ଆଖିବୁଜା ଗୁଳିମାଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି। ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି। କୌଣସି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଏହି ନରସଂହାର କରାଯାଇଥିବା ସନ୍ଦେହ କରାଯାଉଛି। ଶନିବାର ସନ୍ଧ୍ୟାରେ ନ୍ୟୁୟୋର୍କର ବୋଫାଲୋସ୍ଥିତ ଏକ ସୁପର ମାର୍କେଟରେ ଗୁଳିକାଣ୍ଡ ଘଟିଥିଲା। 

ଶନିବାର ନ୍ୟୁୟର୍କର ବଫାଲୋରେ ଥିବା ଏକ ସୁପରମାର୍କେଟରେ ଗ୍ରାହକ ଏବଂ କର୍ମଚାରୀଙ୍କ ଉପରେ ଜଣେ ଯୁବକ ଗୁଳି ଚଳାଇ ଥିଲା। ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଏକ ଜାତିଗତ ଉଦ୍ଦେଶ୍ୟମୂଳକ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି। ସନ୍ଦିଗ୍ଧ ଯୁବକର ନାମ Payton Gendron। ସେ ନ୍ୟୁୟର୍କର କନକଲିନର ବାସିନ୍ଦା। ସେ ଅନେକ ସମୟ ଯାତ୍ରା କରି ମୁଖ୍ୟତଃ କୃଷ୍ଣକାୟ ସମ୍ପ୍ରଦାୟ ବସବାସ କରୁଥିବା ବଫାଲୋ ସହରକୁ ଆସିଥିଲା ବୋଲି ପୋଲିସ କହିଛି। ବର୍ଣ୍ଣ ବୈଷମ୍ୟରୁ ଏହି ଆକ୍ରମଣ ହୋଇଥିବା ପୋଲିସ ମଧ୍ୟ ସନ୍ଦେହ କରୁଛି।

Also Read: ବିଳମ୍ବିତ ରାତିରେ 'କାଉ'କୁ ହାଣି ଦୁର୍ବୃତ୍ତ ଫେରାର

ଗୁଳି ଚଳାଇଥିବା ଜେଣ୍ଡ୍ରୋନଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇ ତାକୁ କୋର୍ଟରେ ହାଜର କରାଯାଇଛି। ସେ କୋର୍ଟରେ କେବଳ ସଂକ୍ଷେପରେ ଉତ୍ତର ଦେଉଥିଲା। ସ୍ଥାନୀୟ ପୋଲିସ ଅଧିକାରୀମାନେ ଏହି ଗୁଳିକାଣ୍ଡ ବର୍ଣ୍ଣବୈଷମ୍ୟରୁ ପ୍ରୋତ୍ସାହିତ ହୋଇଥିବା କହିଛନ୍ତି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଭାର FBIକୁ ଦିଆଯାଇଛି। ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋଚୁଲ ଏହି ଘଟଣାକୁ white supremacist terrorism ବୋଲି କହିଛନ୍ତି। ଶନିବାର ଅପରାହ୍ନ ପ୍ରାୟ ସାଢେ ଦୁଇଟା ପରେ ସୁପରମାର୍କେଟରେ ଗୁଳିବର୍ଷା ଆରମ୍ଭ ହୋଇଥିଲା। ଅଭିଯୁକ୍ତ ଯୁବକ ମାର୍କେଟ ଭିତରକୁ ଯିବା ପୂର୍ବରୁ ପାର୍କିଂ ସ୍ଥାନରେ ଲୋକଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲା ​​ବୋଲି ଅଧିକାରୀମାନେ କହିଛନ୍ତି।

ବଫାଲୋ ପୋଲିସ କମିଶନର ଜୋସେଫ ଗ୍ରାମଗଲିଆ ଗଣମାଧ୍ୟମକୁ କହିଛନ୍ତି ଯେ, ଗୁଳି ବିନିମୟରେ ମୋଟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ସେ କହିଛନ୍ତି, ଗୁଳିମାଡର ୧୩ ଜଣଙ୍କ ମଧ୍ୟରେ ୧୧ ଜଣ କୃଷ୍ଣକାୟ ଏବଂ ଦୁଇ ଜଣ ଗୋରା ଲୋକ ଅଛନ୍ତି। ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଚାରିଜଣ ମଲ୍ କର୍ମଚାରୀ ଓ ନଅ ଜଣ ଗ୍ରାହକ ଅଛନ୍ତି। ବନ୍ଧୁକଧାରୀ ଦେହରେ ଅନେକ ଅସ୍ତ୍ରଶସ୍ତ୍ର ବାନ୍ଧିଥିଲା। ତେଣୁ ପୋଲିସ ତା ଉପରେ ଗୁଳି ଚଳାଇନଥିଲା। ଅଭିଯୁକ୍ତ ଏହି ହତ୍ୟାକାଣ୍ଡର ସମସ୍ତ ଦୃଶ୍ୟର ଲାଇଭଷ୍ଟ୍ରିମିଂ କରିଥିଲା ଓ ସେ ଲାଇସେନ୍ସ ବନ୍ଧୁକ ବ୍ୟବହାର କରିଥିଲା ବୋଲି ପୋଲିସ କହିଛି।