Shraddha Murder Case: ଆଫତାବ ଦେଲା ଚାଞ୍ଚଲ୍ୟକର ତଥ୍ୟ, ମିଳିଲା ଚାଇନିଜ୍ ଲିଙ୍କ୍ !
Advertisement
Article Detail0/zeeodisha/odisha1468361

Shraddha Murder Case: ଆଫତାବ ଦେଲା ଚାଞ୍ଚଲ୍ୟକର ତଥ୍ୟ, ମିଳିଲା ଚାଇନିଜ୍ ଲିଙ୍କ୍ !

Shraddha Murder Case News:ସେ ଶ୍ରଦ୍ଧାଙ୍କୁ ମାରିବା ପରେ ତାଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ସେ ମେହରୁଲି ଓ ଦିଲ୍ଲୀ ଜଙ୍ଗଲରେ ନେଇ ଫିଙ୍ଗିଛି। ଆଉ ଏବେ ବି ପୋଲିସ ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜିବାରେ ଲାଗିଛି । ପୂର୍ବରୁ ଶ୍ରଦ୍ଧାଙ୍କ ମିଳିଥିବା କିଛି ହାଡର ଡିଏନଏ ତାଙ୍କ ବାପାଙ୍କ ଡିଏନ ଏ ସହ ମେଳ ଖାଇଥିଲା। ପରେ ପୋଲିସ କଟାମୁଣ୍ଡ ସହ ଶରୀରର ଅନ୍ୟ କିଛି ଖଣ୍ଡକୁ ଖୋଜିବାରେ ବ୍ୟସ୍ତ ରହିଛି। 

Shraddha Murder Case: ଆଫତାବ ଦେଲା ଚାଞ୍ଚଲ୍ୟକର ତଥ୍ୟ, ମିଳିଲା ଚାଇନିଜ୍ ଲିଙ୍କ୍ !

Shraddha Murder Case: ଶ୍ରଦ୍ଧା ୱାଲେକର ହତ୍ୟା ମାମଲାରେ ଦିନକୁ ଦିନ ଖୋଲୁଛି ହତ୍ୟା ରହସ୍ୟ । ପୋଲିସର ତଦନ୍ତ ପ୍ରକ୍ରିୟା ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟର ସାମ୍ନା କରି ଅଭିଯୁକ୍ତ ଆଫତାବ ଗୋଟିଏ ପରେ ଗୋଟିଏ ରାଜ୍ ଖୋଲୁଛି। ଏହି ଘଟଣାରେ ଏବେ ଦିଲ୍ଲୀ ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସକୁ ସେହି ହତିଆର ମିଳିଛି ଯେଉଁଥିରେ ଆଫତାବ ଶ୍ରଦ୍ଧାଙ୍କୁ ମାରି ୩୫ ଖଣ୍ଡ କରି କାଟିଥିଲା । ସୂତ୍ର ଅନୁସାରେ ତଦନ୍ତ ସମୟରେ ପୋଲିସକୁ ଜଣାପଡ଼ିଛି ଯେ, ଆଫତାବ ବ୍ୟବହାର କରିଥିବା ହତିଆର ହେଉଛି ଚାଇନିଜ୍ ଚାପଡ । ହେଲେ ପୋଲିସ ଏବେ ତଦନ୍ତ କରୁଛି ଯେ, ଅଭିଯୁକ୍ତ ଆଫତାବ ଏହି ଚାଇନିଜ୍ ଚାପଡକୁ କେଉଁଠାରୁ କିଣିଛି।

ପୋଲିସର ସୂତ୍ର ଅନୁସାରେ, ନାର୍କୋ ଟେଷ୍ଟ ସମୟରେ ଆଫତାବ କହିଛି ଯେ ଶ୍ରଦ୍ଧାଙ୍କ ହତ୍ୟା (Shraddha Murder) କରିବା ପାଇଁ ଏକ ଛୁରୀ ସହ ଆରୀ ମଧ୍ୟ ବ୍ୟବହାର କରିଥିଲା । ତେବେ ଏହାକୁ ବ୍ୟବହାର କରିବା ପରେ ଗୁରୁଗାଁଓରେ ନିଜ ଅଫିସ ପାଖ ଜଙ୍ଗଲରେ ଏହି ହତିଆରକୁ ଫିଙ୍ଗିଦେଇଥିବା ସୂଚନା ଦେଇଛି। ଏହାସହ ଆଫତାବ କହିଛି ଯେ, ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ସେ ମେହୁରଲି ଅଞ୍ଚଳରେ ଫିଙ୍ଗିଥିବା ବେଳେ ଶ୍ରଦ୍ଧାଙ୍କ ମୋବାଇଲକୁ ସେ ମୁମ୍ବାଇର ସମୁଦ୍ରରେ ଫିଙ୍ଗିଦେଇଥିଲା। ୧୪ ଦିନ ଧରି ପୋଲିସ ହେପାଜତରେ ଥିବା ଆଫତାବକୁ ପଲିଗ୍ରାଫ ଓ ନାର୍କୋ ଟେଷ୍ଟରେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ସମାନ ବୋଲି ଜଣାପଡିଛି।

Also Read:  ଘାତକ ସାଜିଲା ଚିକ୍କଣ ବଦନ! 'ବିଷକନ୍ୟା' ପ୍ରେମରେ ପଡିଥିଲେ ଚାରି ବୃଦ୍ଧ, ପଞ୍ଚମଙ୍କ ପ୍ରସ୍ତାବ ପରେ ଘଟିଗଲା ଏମିତି କାଣ୍ଡ

ଆଫତାବ ମାନିଲା ଶ୍ରଦ୍ଧାଙ୍କୁ କରିଛି ହତ୍ୟା
ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ସମୟରେ ଆଫତାବର ଉତ୍ତରରେ କୌଣସି ପ୍ରକାରର ପରିବର୍ତ୍ତନ ଦେଖିନାହାଁନ୍ତି ତଦନ୍ତକାରୀ ଟିମ୍ । ଆଫତାବ ନିଜର ଲିଭ୍ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ନେଇ ସ୍ୱିକାର କରିଛି । ଆଉ ଏକଥା ବି ଆଫତାବ ମାନିଛି ଯେ, ସେ ଶ୍ରଦ୍ଧାଙ୍କୁ ମାରିବା ପରେ ତାଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ସେ ମେହରୁଲି ଓ ଦିଲ୍ଲୀ ଜଙ୍ଗଲରେ (Mehruli Delhi Jungle) ନେଇ ଫିଙ୍ଗିଛି। ଆଉ ଏବେ ବି ପୋଲିସ ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜିବାରେ ଲାଗିଛି । ପୂର୍ବରୁ ଶ୍ରଦ୍ଧାଙ୍କ ମିଳିଥିବା କିଛି ହାଡର ଡିଏନଏ ତାଙ୍କ ବାପାଙ୍କ ଡିଏନ ଏ ସହ ମେଳ ଖାଇଥିଲା। ପରେ ପୋଲିସ କଟାମୁଣ୍ଡ ସହ ଶରୀରର ଅନ୍ୟ କିଛି ଖଣ୍ଡକୁ ଖୋଜିବାରେ ବ୍ୟସ୍ତ ରହିଛି। 

Also Read: Self immolation: SDJM କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୂତୀ ଉଦ୍ୟମ

ଅଧିକାରୀଙ୍କ କହିବା କଥା, ଶୁକ୍ରବାର ମଧ୍ୟ ୨ ଘଣ୍ଟା ଧରି ଆଫତାବ ନାର୍କୋ ଟେଷ୍ଟର (Narco Test) ସମ୍ମୁଖୀନ ହୋଇଛି। ଫରେନସିକ୍ ସାଇନ୍ସ ଲାବ୍ରୋଟାରୀ ର ୪ ସଦସ୍ୟଙ୍କ ମିଳିତ ଟିମ ଓ ତଦନ୍ତକାରୀ ଅଧିକାରୀ ଆଫତାବକୁ ନାର୍କୋ ଟେଷ୍ଟ ପରେ ପଚରାଉଚରା ପାଇଁ ଦିଲ୍ଲୀର ତିହାର ଜେଲରେ (Delhi Tihar Jail) ପହଞ୍ଚିଥିଲେ।  ସେଣ୍ଟ୍ରାଲ ଜେଲର କୋଠରୀ ନମ୍ବର ୪ ରେ ସକାଳ ୧୦ ଟା ସମୟରେ ଆରମ୍ଭ ହେବାର ଥିଲା ମାତ୍ର କୋର୍ଟଙ୍କ ଆଦେଶକୁ ଅପେକ୍ଷା କରିବାରୁ ପଚରାଉଚରାରେ ବିଳମ୍ବ ହୋଇଥିଲା । ପରେ ସାଢେ ୧୧ ଟାରୁ ମାତ୍ର ୧ ଘଣ୍ଟା ୪୦ ମିନିଟ ପର୍ଯ୍ୟନ୍ତ ପଚରାଉଚରା କରାଯାଇଥିଲା।