କିଭଳି ଆସିଲେ ଭୁବନେଶ୍ବର। ରହିଲେ କେଉଁଠି, କିଭଳି କଲେ ଏଟିଏମ ଲୁଟ। ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଗିରଫ ଦୁଇ ଲୁଟେରାଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କମିସନରେଟ ପୋଲିସ।
Trending Photos
ଭୁବନେଶ୍ୱର: ଲିଙ୍ଗିପୁର ଏଟିଏମ ଲୁଟ ଘଟଣାରେ ଇଣ୍ଟରପୋଲ ସହାୟତା ଲୋଡିବ କମିଶନରେଟ ପୋଲିସ। ଭାରତ ରେ ଅବସ୍ଥାପିତ ବାଂଲାଦେଶ ଦୂତାବାସ କୁ ଚିଠି ଲେଖି ଲୁଟ ଘଟଣାରେ ସମ୍ପୃକ୍ତ ଲୁଟେରାଙ୍କ ବାବଦରେ ଅବଗତ କରିବ ପୋଲିସ। ଟଙ୍କା ନେଇ ବାଂଲାଦେଶ ଫେରାର ହୋଇଥିବା ମିଡ଼ିଲ ମ୍ୟାନ ଲୁଟ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୋଲିସ। ଏଥିପାଇଁ ମାଷ୍ଟରମାଇଣ୍ଡ ବାବଦରେ ଅଧିକ ତଥ୍ୟ ପାଇବାକୁ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରିବାକୁ ଯାଉଛି ପୋଲିସ। ୭ ଜଣିଆ ଗ୍ୟାଙ୍ଗର ୫ ଅଭିଯୁକ୍ତ ଏବେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ବେଙ୍ଗାଲୁରୁ ପୋଲିସ ସହ ଯୋଗାଯୋଗ କରିଛି କମିଶନରେଟ ପୋଲିସ। ଅଧିକ ତଥ୍ୟ ପ୍ରମାଣ ଯୋଗାଡ କରିବା ପାଇଁ ଦୁଇ ଲୁଟେରାଙ୍କୁ ନେଇ ସିନ୍ ରିକ୍ରିଏସନ କରିବା ବେଳେ ଦୟା ନଦୀ କୂଳରୁ ମିଳିଛି ୨ଟି ଲୁହା ରଡ। ଅଧିକ ଯାଞ୍ଚ ପାଇଁ ଦୁଇ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡ ରେ ଆଣିବା ପାଇଁ ଆବେଦନ କରିବ ପୋଲିସ।
କିଭଳି ଆସିଲେ ଭୁବନେଶ୍ବର। ରହିଲେ କେଉଁଠି, କିଭଳି କଲେ ଏଟିଏମ ଲୁଟ। ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଗିରଫ ଦୁଇ ଲୁଟେରାଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କମିସନରେଟ ପୋଲିସ। ଦୁଇ ଲୁଟେରାଙ୍କୁ ନେଇ ପ୍ରଥମେ ପରେ ଦୟାନଦୀ କୂଳରେ ଏଟିଏମ ଭାଙ୍ଗିଥିବା ସ୍ଥାନକୁ ଯାଇଥିଲା ପୋଲିସ। ଏଟିଏମ୍ କିଭଳି ଲୁଟିଲେ ଓ ଭାଙ୍ଗିଲେ ସେନେଇ ସମସ୍ତ ତଥ୍ୟ କ୍ରାଇମସିନ ବେଳେ ପୋଲିସ ଆଖରେ ବଖାଣିଛନ୍ତି ଦୁଇ ଲୁଟେରା। ଜବତ ହୋଇଛି ଏଟିଏମ ଲୁଟ ଘଟଣା ରେ ବ୍ୟବହୃତ ଦୁଇଟି ଶାବଳ। ଅଧିକ ପ୍ରମାଣ ପାଇଁ ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏସନ କରାଯାଇଛି। ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ରିମାଣ୍ଡ ରେ ଆଣି ଜେରା କରାଯିବ। ଏଥିପାଇଁ ୭ ଦିନ ରିମାଣ୍ଡ ଆବେଦନ କରାଯିବ।
ସେପଟେ ଲୁଟ ଟଙ୍କାକୁ ଜବତ ପାଇଁ ପକ୍ରିୟା ଆରମ୍ଭ କରିଛି କମିସନରେଟ ପୋଲିସ। ଇଣ୍ଟରପୋଲ ସହାୟତା ଲୋଡିବ କମିଶନରେଟ ପୋଲିସ। ବିଦେଶୀଙ୍କ ସମ୍ପୃକ୍ତି ନେଇ ଭାରତ ରେ ଥିବା ବାଲାଂଦେଶ ଦୂତାବାସକୁ ପୋଲିସ ଚିଠି ଲେଖିବାକୁ ଯାଉଛି। ଏଟିଏମ ମଧ୍ୟରେ ଥିବା ୨୦-୨୫ ଲକ୍ଷ ଟଙ୍କା ନେଇ ମିଡ଼ିଲ ମ୍ୟାନ ବାଂଲାଦେଶ ଫେରାର ହୋଇଯାଉଥିବା ପ୍ରରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ସେହିପରି ଏହି ଗ୍ୟାଙ୍ଗର ୭ ଜଣ ମଧ୍ୟରୁ ୨ ଜଣ ଗିରଫ ହୋଇଥିବା ବେଳେ ଏବେ ମଧ୍ୟ ଫେରାର ଅଛନ୍ତି ଆହୁରି ୫ ଜଣ। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ରାଜ୍ୟର ପୋଲିସ ସହ ଯୋଗାଯୋଗ କରିଛି କମିଶନରେଟ ପୋଲିସ। ଗତ ୫ ତାରିଖ ରାତିରେ ଧଉଳି ଥାନା ଲିଙ୍ଗିପୁର ଏସବିଆଇ ଏଟିଏମ୍ ଉଠେଇ ନେଇ ଟଙ୍କା ଲୁଟିଥିଲେ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗ । ସିସିଟିଭି ଫୁଟେଜ ଆଧାର କରି ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ବେଙ୍ଗାଲୁରୁରୁ ଗିରଫ କଲା କମିଶନରେଟ ପୋଲିସ। ହେଲେ ଲୁଟେରାଙ୍କ ପାଖରୁ ଜବତ ହୋଇନାହିଁ ଲୁଟ ଟଙ୍କା।