ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଚାଞ୍ଚଲ୍ୟ । ୩ଦିନ ପରେ ଘର ଭିତରୁ ସ୍ତ୍ରୀ ଓ ତାଙ୍କ ସାନ ଭଉଣୀର ମୃତଦେହ ଉଦ୍ଧାର ।
Trending Photos
ଭୁବନେଶ୍ୱର: ଚନ୍ଦ୍ରଶେଖରପୁରରେ ଚାଞ୍ଚଲ୍ୟ। ୩ ଦିନ ପରେ ଘର ଭିତରୁ ସ୍ତ୍ରୀ ଓ ତାଙ୍କ ସାନ ଭଉଣୀର ମୃତଦେହ ଉଦ୍ଧାର ହୋଇଛି। ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ମୃତଦେହକୁ ଘରେ ଲୁଚାଇ ରଖିଥିଲା। ହତ୍ୟା ପରେ ହତ୍ୟାକାରୀ ପ୍ରତିଦିନ ମୃତଦେହ ଦେଖିବାକୁ ଆସୁଥିବା ଅଭିଯୋଗ ହୋଇଛି।
ରାଜଧାନୀ ଭୁବନେଶ୍ବର (Bhubaneswar) ରେ ଡବଲ ମର୍ଡର ହୋଇଛି। ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା (Murder Case) କରାଯାଇଛି। ମୃତକ ହେଲେ ଶାଳୀ ସରସ୍ବତୀ ସେଠୀ ଓ ସ୍ତ୍ରୀ ଗାୟତ୍ରୀ ସେଠୀ ବୋଲି ଜଣା ପଡିଛି। ପୋଲିସ (Odisha Police) ଅଭିଯୁକ୍ତ ସ୍ବାମୀ ତଥା ଭିଣୋଇ ବିଜୟ ସେଠୀକୁ ଅଟକ ରଖି ପଚରାଉଚରା କରୁଛି।
Also Read: ଚଇତି ପର୍ବରେ 'ରକ୍ତ ଚରିତ୍ର'; ଦୁଇ ଯୁବକ ମୃତ, ଦୁଇ ଗୁରୁତର
ହାଉସିଂ ବୋର୍ଡ କଲୋନୀର ଘର ନମ୍ବର EWS ୨୩/୨ରୁ ରବିବାର ପୋଲିସ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତ ବିଜୟ ନିଜ ଶାଳୀ ଏବଂ ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହକୁ ଘରେ ତାଲା ପକାଇ ଦେଇଥିଲା। ତେବେ କଣ ପାଇଁ ସେ ସେମାନଙ୍କୁ ହତ୍ୟା କଲା ତାହା ଜଣାପଡିନାହିଁ। ବିଜୟଙ୍କ ଶାଳୀ ସରସ୍ୱତୀ ଏକ ଘରୋଇ କ୍ଲିନିକରେ ନର୍ସ ଭାବେ କାମ କରୁଥିବା ସୂଚନା ମିଳିଛି। ସ୍ବାମୀର ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।
ନିଶ୍ଚିତ କୋଇଲି ଅଞ୍ଚଳର ଗାୟତ୍ରୀ ସେଠୀଙ୍କୁ ୨୦୧୧ରେ ଅଭିଯୁକ୍ତ ବିଜୟ କେତେନ ସେଠୀ ବିବାହ କରିଥିଲେ। ଦୀର୍ଘ ଦିନ ଘରି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିଥିଲା। ବେଳେବେଳେ ଶାଳୀ ସରସ୍ୱତୀ ଆସି ଭଉଣୀ ଭିଣୋଇ ଘରେ ରହୁଥିଲେ। ଦୁଇ ଭଉଣୀ ମିଶି ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି ବୋଲି ଅଭିଯୁକ୍ତ ବିଜୟ କହିଛି। ଆଶ୍ଚଯ୍ୟର କଥା ହତ୍ୟା କଲା ପରେ ତିନି ଦିନ ପର୍ଯ୍ୟନ୍ତ ମୃତ ସ୍ତ୍ରୀକୁ ବିଜୟ ପାଣି ଓ ବ୍ରେଡ ଆଣି ଦେଉଥିଲା ଆଉ ଚାଲଯାଉଥିଲା।
Also Read: ହାଇୱା-ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଜଣେ ଗୁରୁତର
ମୃତ ଗାୟତ୍ରୀ ଓ ସରସ୍ୱତୀଙ୍କ ମାଆଙ୍କ କହିବା ଅନୁସାରେ, ଗତ ରବିବାର ସନ୍ଧ୍ୟାରେ ଝିଅ ସହ କଥା ହୋଇଥିଲେ। ଶୁକ୍ରବାର ଫୋନ କଲା ବେଳେ ଝିଅର ମୋବାଇଲ ସୁଇଚ ଅଫ ହୋଇଯାଇଥିଲା। ଜ୍ୱଇଁ ବିଜୟ ଫୋନ ଉଠାଇଲେ ନାହିଁ ପରେ ସେ ବି ସୁଇଚ ଅଫ କରିଦେଲା। ସନ୍ଦେହ ହେବାରୁ ପରିବାର ଲୋକ ଶନିବାର ଚନ୍ଦ୍ରସେଖରପୁର ଥାନାରେ ଅଭିଯୋଗ କରିଥିଲେ। ରବିବାର ସ୍ଥାନୀୟ ଲୋକ ବିଜୟକୁ କାବୁ କରି ପୋଲିସର ଜିମା ଦେଇଥିଲେ। ପୋଲିସର ଜେରା ବେଳେ ସ୍ତ୍ରୀ ଓ ଶାଳୀକୁ ହତ୍ୟା କରିଥିବା ବିଜୟ ସ୍ୱୀକାର କରିଛି।