ବିଜେଡି କାଉନସିଲର ସ୍ୱାମୀଙ୍କୁ ହତ୍ୟା, ମଦ ନିଶାରେ ହତ୍ୟା କଲା ଭାଇ
Advertisement

ବିଜେଡି କାଉନସିଲର ସ୍ୱାମୀଙ୍କୁ ହତ୍ୟା, ମଦ ନିଶାରେ ହତ୍ୟା କଲା ଭାଇ

ମାତ୍ର କିଛି ଘଣ୍ଟା ତଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର 10ନମ୍ବର ଓ୍ବାର୍ଡର କାଉନସିଲର ସୁନୀତା ନାଏକଙ୍କ ସ୍ବମୀ ସଂଜୀବ ଗୁରୁ ଓରଫ ରାଜାଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ଜିଲ୍ଲା ପୋଲିସ । ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ସୂଚନା ଦେଇଛନ୍ତି।ଗତ ଦୁଇ ଦିନ ତଳେ ତରଭା 10ନମ୍ବର ଓ୍ବାର୍ଡର ବିଜେଡି କାଉନସିଲଙ୍କ ସ୍ବାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ପୋଲିସ ପାଇଁ ଏହି ହତ୍ୟାକାଣ୍ଡ ରହସ୍ୟ ତଥା ହତ୍ୟାକାରୀକୁ ଧରିବା ଏକ ବଡ ଚେଲେଞ୍ଜ ହୋଇଥିବା ବେଳେ ପୋଲିସ ବି ଏହି ଘଟଣାକୁ ଗୁରୁତର ଭାବେ ନେଇ ଖୋଲତାଡ ଆରମ୍ଭ କରି ହତ୍ୟାକାରୀ ଙ୍କୁ ଧରିବାରେ ସଫଳ ହୋଇଥିଲା l  ଜଣା ପଡିଲା ରାଜାକୁ ନିଜର ଦାଦା ପୁଅ ଭାଇ ମଦ ନିଶାରେ ଜୀବନରୁ ମାରିଦେଲା l

 

 ବିଜେଡି କାଉନସିଲର ସ୍ୱାମୀଙ୍କୁ ହତ୍ୟା, ମଦ ନିଶାରେ ହତ୍ୟା କଲା ଭାଇ

(ସୁବର୍ଣ୍ଣପୁର,ନିରଞ୍ଜନ ମିଶ୍ର )
ସୁବର୍ଣ୍ଣପୁର :-ପ୍ରଥମ ଦିନରେ ପୋଲିସ ରାଜାର ପତ୍ନୀ, ରାଜାର ଭାଇ ତଥା ଅନ୍ୟ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା ।ପରେ ପରେ କିଛି ସନ୍ଦେହୀଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା ।ତବେ ସେଦିନ ରାତିରେ ରାଜା ସହିତ ତାର କକା ପୁଅ ଭାଇ ଶ୍ରୀତମ ଭୂଷଣ ଗୁରୁ ତଥା ଅନ୍ୟ ଚାରି ପାଂଚଜଣ ସାଙ୍ଗ ଭୋଜି ଭାତ କରି ପ୍ରବଳ ମଦ୍ୟପାନ କରିଥିଲେ। ନିଶାରେ ରାଜା ଓ ଶ୍ରୀତମ ଭିତରେ ଝଗଡା ହୋଇଥିଲା । ଶ୍ରୀତମ ରାଜାକୁ ଠେଲି ଦେଇ ଏକ ଲୁହା ରଡରେ ତାର ମୁଣ୍ଡକୁ ଆଘାତ କରିଥିଲା । ଫଳରେ ରାଜାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା ।ପରେ ପରେ ଶ୍ରୀତମ ରାଜାର ଅନ୍ୟ ଦୁଇ ସାଙ୍ଗକୁ ତାଙ୍କ ଘରେ ଛାଡିଦେଇ, ନିଜେ ରକ୍ତଲଗା ଲୁଗାପଟା ଧୋଇ ଧାଇ ନିଜ ଘରକୁ ଚାଲିଯାଇଥିଲା I 

 
  ନିଜ ଘରେ ଏକ କଠୋରୀରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଜାଙ୍କ ମୃତଦେହ ପଡିଥିବା ବେଳେ ପରିବାର ଲୋକ ଜାଣି ପାରିଲେ ନାହିଁ lଅଧରାତିରେ କିଏ କିମିତି ଆସି ରାଜାକୁ ଶୋଇଥିବା ଅବସ୍ଥାରେ ହତ୍ୟା କଲା। ପୂର୍ବ ଶତୃତା, ପାରିବାରିକ କଳହ ତଥା ରାଜନୈତିକ ହିସାଂ କୌଣସି ଜିନିଷର ସ୍ପଷ୍ଟ ଚିତ୍ର ଆସି ପାରୁ ନଥାଏ ।ପୋଲିସ ପାଇଁ ଏହି ହତ୍ୟାକାଣ୍ଡ ରହସ୍ୟ ତଥା ହତ୍ୟାକାରୀକୁ ଧରିବା ଏକ ବଡ ଚେଲେଞ୍ଜ ହୋଇଥିଲା।ତବେ ପୋଲିସ ଅନୁସନ୍ଧାନରୁ ଜଣାପଡିଲା ସେଦିନ ରାତିରେ ରାଜା ସହିତ ତାର କକା ପୁଅ ଭାଇ ଶ୍ରୀତମ ଭୂଷଣ ଗୁରୁ ତଥା ଅନ୍ୟ ଚାରି ପାଂଚଜଣ ସାଙ୍ଗ ଭୋଜି ଭାତ କରି ପ୍ରବଳ ମଦ୍ୟପାନ କରିଥିଲେ। ନିଶାରେ ରାଜା ଓ ଶ୍ରୀତମ ଭିତରେ ଝଗଡା ହୋଇଥିଲା । ଶ୍ରୀତମ ରାଜାକୁ ଠେଲି ଦେଇ ଏକ ଲୁହା ରଡରେ ତାର ମୁଣ୍ଡକୁ ଆଘାତ କରିଥିଲା । ଫଳରେ ରାଜାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା ।ବୋଲି ପୋଲିସ ଅନୁସନ୍ଧାନରୁ ଜାଣି ରାଜାର କକାପୁଅ ଭାଇ ଶ୍ରୀତମ ଭୁଷଣ ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ଅନୁସନ୍ଧାନ ଜାରୀ ରଖିଛି ।ତେବେ ଅତ୍ୟଧିକ ମଦ୍ୟପାନ କରି ସାମାନ୍ୟ ଝଗଡାରୁ ଭାଇ ଭାଇକୁ ହତ୍ୟା କରିଥିବା ଜଣାପଡିଛି lରାଜା ଜଣେ ଅତି ଶରଳ ଶାନ୍ତ ମଣିଷ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ଖବର ସମଗ୍ର ଅଂଚଳରେ ଏକ ଶୋକର ଛାୟା ଖେଳିଯାଇଛି ।