ଚଢାଉ ମିଳିଲା ବିପୁଳ ଗୁଳି-ବନ୍ଧୁକ; କେଉଁଠି ରଖିଥିଲେ ଡି-ବ୍ରଦର୍ସ?
Advertisement
Article Detail0/zeeodisha/odisha804788

ଚଢାଉ ମିଳିଲା ବିପୁଳ ଗୁଳି-ବନ୍ଧୁକ; କେଉଁଠି ରଖିଥିଲେ ଡି-ବ୍ରଦର୍ସ?

ସିକ୍ରେଟ ଚାମ୍ପର ଭିତରେ ରହୁଥିଲା ବନ୍ଦୁକ ଓ ଗୁଳି। ଧଳ ସାମନ୍ତ ବଦର୍ସ ଘରୁ ପୁଣି ବାହାରିଲା ୧୦୫୫ ଗୁଳି ସହ ୭ ବନ୍ଦୁକ।

ଚଢାଉ ମିଳିଲା ବିପୁଳ ଗୁଳି-ବନ୍ଧୁକ; କେଉଁଠି ରଖିଥିଲେ ଡି-ବ୍ରଦର୍ସ?

ଚିନ୍ନଂ ଜଗନ୍ନାଥ ପାତ୍ର,କଟକ: କଟକ ସିଡିଏ ସେକ୍ଟର ନଂ ୬ । ବହୁଚର୍ଚ୍ଚିତ ଧଳ ବଦର୍ସଙ୍କ (Dhal Brothers) ଆଲିସାନ କୋଠା। ୨୦୧୬ରେ ଏହି ଘର ଭିତରୁ ପୋଲିସକୁ ମିଲିଥିଲା କୋଟି କୋଟି ଟଙ୍କା ସହିତ ନାମୀଦାମୀ ବନ୍ଦୁକ ସହ ଶତାଧିକ ଗୁଳି। ଏହାର ଠିକ ୫ ବର୍ଷ ପରେ ସମାନ ଢଙ୍ଗରେ ପୁଣି ଧଳ ସାମନ୍ତଙ୍କ ଏହି ଘର ଉପରେ ପଡିଛି ପୋଲିସର ସତର୍କ ନଜର। ଚଢାଉ କରିବା ସମୟରେ ପୋଲିସ ହାତରେ ଲାଗିଛି  ହଜାରେରୁ ଉର୍ଦ୍ଧ୍ୱ ଗୁଳି, ୭ ବନ୍ଦୁକ ସହ ମାଗାଜିନ (Magazine)। 

ଜବତ ହୋଇଥିବା ଏହି ସମସ୍ତ ବନ୍ଦୁକ ଗୁଳି ମିଳିଥିଲା ଘରର ଇଣ୍ଟେରିୟର ଡିଜାଇନ (Interior design) ଏବଂ ସୋ କେସ (Show Case) ଭିତରେ ପ୍ରସ୍ତତ ହୋଇଥିବା ସିକ୍ରେଟ ଚାମ୍ପର ଭିତରୁ। ଯାହା ସାଧାରଣରେ ବି ସନ୍ଦେହ କରିବା ମୁସ୍କିଲ। ମାତ୍ର ପୋଲିସ ଏହାକୁ ତାଡି ଏହାର ଖୁଲାସା କରି ସଫଳ ହୋଇଥିବା କହିଛନ୍ତି ପୋଲିସ କମିଶନର (Police Commissioner) ଡ.ସୁଧାଂଶୁ ଷଡଙ୍ଗୀ (Dr Sudhanshu Sarangi)।

 

ପୋଲିସ ସୁତ୍ରରୁ ମିଲିଥିବା ସୂଚନା ମୁତାବକ ଚୌଦ୍ୱାର ଥାନା ପୋଲିସ ବନ୍ଦୁକ କାରବାର ଖୋଳତାଡ କରୁ କରୁ ପ୍ରକାଶ ବେହେରାକୁ ଠାବ ହୋଇଥିଲା। ପ୍ରକାଶ ଲିଙ୍କରେ ସରୋଜ ସେଠୀ ପୋଲିସ ହାତରେ ଧରାପଡିଥିଲା। ଏହା ପରେ ଅନ୍ୟ ୬ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ପ୍ରକାଶ ଓ ସରୋଜ ପୂର୍ବରୁ ଧଳ ସାମନ୍ତଙ୍କୁ ବନ୍ଧୁକ, ଗୁଳି ଯୋଗାଉଥିବା ପୋଲିସ ସୂଚନା ପାଇଥିଲା। ଏହା ପରେ ପୋଲିସ ଆରମ୍ଭ କରିଥିଲା ସିଡିଏସ୍ଥିତ ଧଳ ସାମନ୍ତ ବଦର୍ସଙ୍କ ଘରେ ଚଢାଉ ପକ୍ରିୟା।

Also Read: ପୋଲିସ କବଜାରେ ଡି-ବ୍ରଦର୍ସଙ୍କ ବାସଭବନ, ମିଳିଲା ବିପୁଳ ଗୁଳି-ବନ୍ଧୁକ

ଗିରଫ ଅଭିଯୁକ୍ତ ଓ ଧଳ ସାମନ୍ତଙ୍କ ଘରରୁ ୧୬ ବନ୍ଦୁକ, ୨୨ ମାଗାଜିନ ଏବଂ ୧୦୯୫ ଅଫୁଟା ଗୁଳି ଜବତ କରିଛି ପୋଲିସ। ଏହାର ଅଧିକ ତଦନ୍ତ ଲାଗି ପୋଲିସ ପୁଣି ଧଳ ସାମନ୍ତ ବଦର୍ସଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର। ୨୦୧୬ ଜାନୁଆରୀ ୨୯ ତାରିଖ। କଟକ ସହର ସମେତ ଏହାର ଉପକଣ୍ଠରେ ନିଜର ଅପରାଧିକ ଦବଦବା ରଖିଥିବା ଡି-ବଦର୍ସଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ସେହି ସମୟରେ ପୋଲିସ ଜବତ କରିଥିଲା ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା, ସୋଫେଷ୍ଟିକେଟେଡ ବନ୍ଧୁକ (Sophisticated Gun) ସହିତ ମାଉଜର ଆଉ ମାଗାଜିନ। ବିଭିନ୍ନ ପ୍ରକାରର ବନ୍ଦୁକ ରଖିବା ଯେପରି ଧଳ ବଦର୍ସଙ୍କ ସୌକ ପାଲଟିଥିଲା। ୨୦୧୬ ପର ଠାରୁ ପୋଲିସ ୩ ଥର ଛାପା ମାରିଛି। ମାତ୍ର ଲୁକାୟିତ ଅବସ୍ଥାରେ ରହିଥିବା ବନ୍ଦୁକ ଗୁଳିର ଟେର ପାଇନଥିଲା ପୋଲିସ। 

fallback

କେବଳ ଏତିକି ନୁହେଁ ଧଳ ସାମନ୍ତଙ୍କ ଘରୁ ପୋଲିସର ଚଢାଉ ପରେ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ରାଜ୍ୟ ବାହାର ନାଁ ଭିତରୁ ଏହି ବନ୍ଦୁକ ଗୁଳି ଆସିଥିଲା କି? ଜେଲରେ ଥାଇ କାହା ମାଧ୍ୟମରେ ହେଉଥିଲା ବନ୍ଦୁକ ଗୁଳି ଡିଲ? କ'ଣ ହୋଇଥାନ୍ତା ଏତେ ପରିମାଣର ବନ୍ଦୁକ ଓ ଗୁଳି? କାହାକୁ ଦିଆଯାଇଥାନ୍ତା ଏହି ଅତ୍ୟାଧୁନିକ ବନ୍ଦୁକ? କିଏ ଓ କିପରି ଧଳ ସାମନ୍ତଙ୍କ ବଦର୍ସଙ୍କ ଘରେ ରଖିଲା ବନ୍ଦୁକ?