)
ସମ୍ବଲପୁର: ବୁର୍ଲା ଭୀମସାର ମେଡ଼ିକାଲର ବିଭିନ୍ନ ବିଭାଗରେ ଚୋରି । ମେଡିକାଲ କଲେଜର ୪ଟି ବିଭାଗର ତାଲା ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମେଡ଼ିକାଲ କର୍ତ୍ତୃପକ୍ଷ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଭୀମସାର (VIMSAR) ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ଚୋରି ଅଭିଯୋଗ କରିବା ପରେ ବୁର୍ଲା (Burla) ଏସଡିପିଓ ଏବଂ ଥାନା ଅଧିକାରୀ ଆସି ତଦନ୍ତ ଆରମ୍ଭ କରିଛନ୍ତି। ଭିମସାରର FMT, ପାଥୋଲୋଜି, ଆନାଟୋମି, ମାଇକ୍ରୋ ବାଇଓଲୋଜି ବିଭାଗରୁ ଚୋରି ହୋଇଥିବା ଜଣାପଡିଛି।
Also Read: ଶ୍ୱେତପତ୍ରରେ ଲାଲ୍ ଛିଟା
ସୂଚନା ଅନୁସାରେ ୨ଟି ଲାପଟପ୍, ଗୋଟେଏ ପ୍ରିଣ୍ଟର ଓ ଗୋଟେ ପ୍ରୋଜେକ୍ଟର ଚୋରି ହୋଇଛି। ଏନେଇ ତଦନ୍ତ ଜାରି ରହିଥିବା ବୁର୍ଲା ଥାନା (Burla Police) ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ପ୍ରିଣ୍ଟର ଓ ପ୍ରୋଜେକ୍ଟର (Projector) ପରି ବଡ ସାମଗ୍ରୀ ପାଇଁ ଚୋରମାନେ ସହଜରେ ଧରାପଡିବେ ବୋଲି ମେଡିକାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।