ଆଖି ଖୋସିଲା ଭଳି ଲୁଟ୍, ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏ କାହାଣୀ
Advertisement

ଆଖି ଖୋସିଲା ଭଳି ଲୁଟ୍, ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏ କାହାଣୀ

ଏହି ସିମ୍ ଜରିଆରରେ ହିଁ ସାରା ଦେଶରେ ସଂଗଠିତ ହେଉଥିଲା କଣ୍ଟାକ୍ଟଲେସ୍ ଚୋରି । ମୋବାଇଲ ମାଧ୍ୟମରେ ଅଫରର ଲୋଭ ଦେଖାଇ ଲୁଟ୍ ହେଉଥିଲା କୋଟି କୋଟି ଟଙ୍କା । 

ଆଖି ଖୋସିଲା ଭଳି ଲୁଟ୍, ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏ କାହାଣୀ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: କମିଶନରେଟ ପୋଲିସକୁ ବଡ଼ ସଫଳତା । ଏକ ଆନ୍ତଃରାଜ୍ୟ ସାଇବର ଅପରାଧୀ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏମାନଙ୍କ ନିକଟକୁ ପ୍ରାୟ ୧୭ ହଜାର ପ୍ରି-ଆକ୍ଟିଭେଟେଡ୍ ସିମ୍ ସହ ଦେଢ଼ ଶହ ମୋବାଇଲ ଫୋନ୍ ଜବତ ହୋଇଛି । ଏହା ସହ ୭ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ଭୋଡାଫୋନ କମ୍ପାନୀର କର୍ମଚାରୀ । ତା' ସହ ଇଞ୍ଜିନିୟରିଂ ଛାତ୍ର ଓ କିଛି ସିମ୍ ବିକ୍ରେତା ଅଛନ୍ତି । ଏମାନେ ନକଲି ପରିଚୟ ପତ୍ର ତିଆରି କରି ହଜାର ହଜାର ବେନାମୀ ସିମ୍ ଓଡି଼ଶା ବାହାରକୁ ଚାଲାଣ କରୁଥିଲେ । ଏହି ସିମ୍ ଜରିଆରରେ ହିଁ ସାରା ଦେଶରେ ସଂଗଠିତ ହେଉଥିଲା କଣ୍ଟାକ୍ଟଲେସ୍ ଚୋରି । ମୋବାଇଲ ମାଧ୍ୟମରେ ଅଫରର ଲୋଭ ଦେଖାଇ ଲୁଟ୍ ହେଉଥିଲା କୋଟି କୋଟି ଟଙ୍କା । 

ଘରେ ବସି ସାରା ଦେଶରୁ କୋଟି କୋଟି ଟଙ୍କା ଚୋରିର ଜଘନ୍ୟ ଚକ୍ରବ୍ୟୂହ । ଆଉ ଶେଷରେ ପୋଲିସ ହାତରେ ଧରା ପଡିଲେ ସାଇବର ଲୁଟର ପିଆଦା । ସାରା ଦେଶରେ ଚାଲିଥିବା ସାଇବର ଲୁଟ୍ (Cyber Loot) ମାମଲାରେ ଭୁବନେଶ୍ବର କମିଶନରେଟ୍ ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତଃରାଜ୍ୟ ସାଇବର ଲୁଟ୍ ମାମଲାରେ ମିଳିଛି ଓଡ଼ିଶାର ଲିଙ୍କ୍ । ଏଠାରୁ ହଜାର ହଜାର ହଜାର ବେନାମୀ ସିମ୍ ବାହାର ରାଜ୍ୟକୁ ଚାଲାଣ ହେଉଛି, ଆଉ ଏ ସବୁ ସିମ୍ କାର୍ଡ (Sim Card) ଟଙ୍କା ଲୁଟ୍ ପାଇଁ ବ୍ୟବହାର ହେଉଥିବା ପୋଲିସକୁ ପ୍ରମାଣ ମିଳଛି ।

Also Read: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୩ ଯୋଡ଼ା ବିଶେଷ ଟ୍ରେନର ସେବା ଅବଧିରେ ବୃଦ୍ଧି

ଓଡ଼ିଶା ଠିକଣା ବ୍ୟବହାର କରି ଓଡ଼ିଆ ଲୋକଙ୍କୁ ଠକୁଥିବା ଅଣ ଓଡ଼ିଆ (Non Odia) ଙ୍କ ପଛରେ ଯେ ଓଡ଼ିଆ ଲୋକଙ୍କର ହିଁ ହାତ ଅଛି ତାହା ଜାଣିବା ପରେ ପୋଲିସର ନିଦ ହଜିଯାଇଛି । ଅନଲାଇନ୍ ଟଙ୍କା ଠକେଇ ପାଇଁ ଏହି ସିମ୍ ବ୍ୟବହାର ହେଉଥିଲା । ଯେଉଁଥିରେ ସାମିଲ ଥିଲେ ଭୋଡାଫୋନ୍ କମ୍ପାନୀର କର୍ମଚାରୀ ସମେତ ଇଂଜିନିୟରିଂ ଛାତ୍ର ଓ ସିମ୍ ବିକ୍ରେତା । ଏମାନଙ୍କ ନିକଟରୁ ପ୍ରାୟ ୧୭ ହଜାର ପ୍ରି ଆକ୍ଟିଭେଟେଡ୍ ସିମ୍ ଜବତ ହୋଇଛି । ତା' ସହ ଜବତ ହୋଇଛି ଲୁଟ୍ ପାଇଁ ବ୍ୟବହୃତ ହେଉଥିବା ଦେଢ଼ ଶହ ମୋବାଇଲ ଫୋନ୍ (Mobile Phone) । ପୋଲିସ ଏ ସମସ୍ତଙ୍କୁ ଗିରଫ କରିଛି ।

Also Read: PF Account: ଇନଆକ୍ଟିଭ PF ଆକାଉଣ୍ଟରୁ ମଧ୍ୟ ଉଠାଯାଇପାରିବ ଟଙ୍କା, ଜାଣନ୍ତୁ କିପରି

ଏମାନେ ଜଣକର ଫଟୋକୁ ଅନ୍ୟ ଜଣଙ୍କ ଆଧାର କାର୍ଡ  (Aadhar Card) ରେ ବ୍ୟବହାର କରି ଏକ ନୂଆ ଆଇଡି ତିଆରି କରୁଥିଲେ । ପରେ ସେହି ପରିଚୟପତ୍ର ବ୍ୟବହାର କରି ନୂଆ ସିମ୍ ଇସ୍ୟୁ କରୁଥିଲେ । ଏହାପରେ ତା'କୁ  ଆକ୍ଟିଭେଟ୍ କରୁଥିଲେ । ସିମ୍ ଆକ୍ଟିଭେଟ୍ (Sim Activate) ହେବା ପରେ ଏ ସବୁ ବାହାର ରାଜ୍ୟକୁ କୋରିଅରରେ ପଠାଉଥିଲେ । ଏହି ସିମ୍ ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ବିହାର ଯାଇଥାଏ। ସେଠାରୁ ବିଭିନ୍ନ ସାଇବର ହ୍ୟାକର ଓ ଜମତାରା ଗ୍ୟାଙ୍ଗ ଏହି ସିମ୍ ନେଇ ଡିଜିଟାଲ ଲୁଟ୍ କରିଥାନ୍ତି । ଗୋଟିଏ ସିମ ଗୋଟିଏ ଲୁଟ ପାଇଁ ବ୍ୟବହାର ହୋଇଥାଏ । ଲୁଟ୍ ସଫଳ ହୋଇଗଲେ ସିମଟିକୁ ନଷ୍ଟ କରି ଦିଆଯାଏ । ଫଳରେ ପରବର୍ତ୍ତୀ ସମୟରେ ପୋଲିସ ମୋବାଇଲ ସିମକୁ ଟ୍ରାକ୍ କରିବା ସମ୍ଭବ ହୁଏ ନାହିଁ। ତେବେ କମିଶନରେଟ ପୋଲିସ (Commissionrate Police) ଏକ ଛୋଟିଆ ମାମଲାର ତଦନ୍ତ କରିବା ବେଳେ ଏତେ ବଡ଼ ସଫଳତା ମିଳିଛି ।

Also Read: ଇତିହାସ ରଚିଲେ ଉର୍ବଶୀ, ପାଇଲେ ଏହି ଜାତୀୟ ଆୱାର୍ଡ

ପୋଲିସ ସୂଚନା ଅନୁସାରେ ଗତ ଜାନୁଆରୀ ମାସରେ ଭୁବନେଶ୍ବର ବାଙ୍କୁଆଳ ଅଂଚଳର ଇତିଶ୍ରୀ କାନୁନଗୋ ୨ ଲକ୍ଷ ୫୮ ହଜାର ଟଙ୍କା ଅନଲାଇନ ଠକେଇ (Online Loot) ର ଶିକାର ହୋଇଥିଲେ । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ପ୍ରଥମେ ଟେଲିଫୋନ୍ ନମ୍ବର ଓ ମୋବାଇଲ ଫୋନର IMEI ନମ୍ବର ଟ୍ରାକ୍ କରିଥିଲା । ଟ୍ରାକରୁ ଜଣା ପଡିଥିଲା ସିମଟି ହରିୟାଣାର, ହେଲେ ମୋବାଇଲ ଫୋନଟି ଓଡି଼ଶାର ।  ଏହି ମୋବାଇଲ ଫୋନରେ ଏକ ବର୍ଷ ମଧ୍ୟରେ୩୦ ହଜାର ନୂଆ ସିମ୍ ପଡି଼ଛି । ୩୦ ହଜାର ସିମ୍ ମଧ୍ୟରୁ ପ୍ରାୟ ୭ଶହଟି ଓଡ଼ିଶାର । ୭ଶହ ସିମ୍ ମଧ୍ୟରୁ ପ୍ରାୟ ଶହେଟି ସିମ୍ ଭଦ୍ରକର । ବଡ଼କଥା ହେଉଛି, ଏସବୁ ଗୋଟିଏ ମୋବାଇଲ ଦୋକାନରୁ ହିଁ ବିକ୍ରି ହୋଇଛି । ଏହି ସିମଗୁଡ଼ିକ ବିଭିନ୍ନ ମୋବାଇଲ ଦୋକାନୀମାନେ କମ୍ପାନୀ କର୍ମଚାରୀଙ୍କ ସହ ମିଶି ଚୋରାରେ ବେନାମୀ ଠିକଣା କରି ଚାଲାଣ କରିଥାନ୍ତି ।

ଏହି ରାକେଟର ପର୍ଦ୍ଦାଫାଶ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ପୋଲିସ । ଏପରି ଏକ ସିମ୍ ଗ୍ୟାଙ୍ଗ ଗିରଫ ହେବା ଦେଶରେ ପ୍ରଥମ ଘଟଣା । ଏତେ ପରିମାଣର ସିମ୍ ପୂର୍ବରୁ କେବେ ବି କେଉଁଠୁ ଜବତ ହୋଇ ନ ଥିଲା ।