ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୩ ଯୋଡ଼ା ବିଶେଷ ଟ୍ରେନର ସେବା ଅବଧିରେ ବୃଦ୍ଧି
Advertisement
Article Detail0/zeeodisha/odisha931176

ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୩ ଯୋଡ଼ା ବିଶେଷ ଟ୍ରେନର ସେବା ଅବଧିରେ ବୃଦ୍ଧି

ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୩ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । 

 

ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୩ ଯୋଡ଼ା ବିଶେଷ ଟ୍ରେନର ସେବା ଅବଧିରେ ବୃଦ୍ଧି

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଆଠ ଯୋଡ଼ା ବିଶେଷ ଟ୍ରେନ ସେପ୍ଟେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ଦୁଇ ଯୋଡ଼ା ବିଶେଷ ଟ୍ରେନ ଜୁଲାଇ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ।
ଏକ ଯୋଡ଼ା ବିଶେଷ ଟ୍ରେନ ଅଗଷ୍ଟ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। 

  • ଶାଲିମାର-ବିଶାଖାପାଟନମ୍ ଓ ସାନ୍ତ୍ରାଗଛି-ତିରୁପତି ବିଶେଷ ଟ୍ରେନ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
  • ଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ବିଶେଷ ଟ୍ରେନ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବାତିଲ ରହିବ ।
  • ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନର (02891) ପୂର୍ବ ବିଜ୍ଞପ୍ତିରେ ପରିବର୍ତ୍ତିତ।
  • ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୩ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । 

Also Read: Wuhan Laboratory: ପରୀକ୍ଷାଗାରର ସନ୍ଦେହଜନକ ଭୂମିକାକୁ ନେଇ ଏପରି କହିଲେ ବିଦେଶୀ ବୈଜ୍ଞାନିକ

ସେପ୍ଟେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ ।

  • A. 02835/02836 ହଟିଆ-ଯଶୋବନ୍ତପୁର-ହଟିଆ ବିଶେଷ ଟ୍ରେନ ହଟିଆରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ |
  • B. 08117/08118 ହାଓଡ଼ା-ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ମହୀଶୂରରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।
  • C. 08645/08646 ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ |
  • D. 02873/02874 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।
  • E.  08047/08048 ହାଓଡ଼ା-ଭାସ୍କୋଡାଗାମା-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଭାସ୍କୋଡାଗାମାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।
  • F. 02867/02868 ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ପଣ୍ଡିଚେରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ |
  • G. 02837/02838 ହାଓଡ଼ା-ପୁରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ପୁରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ |  
  • H. 02877/02878 ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଏର୍ଣ୍ଣାକୁଲମରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ | 

ଜୁଲାଇ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ ।

Also Read: ସାବଧାନ ! କୋରୋନା ସଂକ୍ରମିତ ପରେ ମଳରେ ପଡ଼ୁଛି କି ରକ୍ତ ?

A. 08637/08638 ହଟିଆ-ବାଙ୍ଗାଲୋର କ୍ୟାଣ୍ଟ-ହଟିଆ ବିଶେଷ ଟ୍ରେନ ହଟିଆରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋରରୁ ୦୩ ଅଗଷ୍ଟ ପର୍ଯ୍ୟନ୍ତ ଚଳାଚଳ କରିବ |

B. 02449/02450 ଶାଲିମାର-ସିକନ୍ଦରାବାଦ-ଶାଲିମାର ବିଶେଷ ଟ୍ରେନ ଶାଲିମାରରୁ ୨୮ ଜୁଲାଇ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦରୁ ୩୦ ଜୁଲାଇ ପର୍ଯ୍ୟନ୍ତ ଚଳାଚଳ କରିବ |  

ଅଗଷ୍ଟ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ ।

A. 05228/05227 ମୁଜାଫରପୁର-ଯଶୋବନ୍ତପୁର-ମୁସାଫରପୁର ବିଶେଷ ଟ୍ରେନ ମୁଜାଫରପୁରରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୧ ସେପ୍ଟେମ୍ବର 2021 ପର୍ଯ୍ୟନ୍ତ ଚଳାଚଳ କରିବ |

ବିଶେଷ ଟ୍ରେନର ସେବା ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି |

A. 02491/02492 ଶାଲିମାର-ବିଶାଖାପାଟନମ୍-ଶାଲିମାର ବିଶେଷ ଟ୍ରେନ ଶାଲିମାରରୁ ୬ ଜୁଲାଇ ଠାରୁ ଏବଂ ବିଶାଖାପାଟନମ୍ରୁ ୭ ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

B. 02523/02524 ସାନ୍ତ୍ରାଗଛି-ତିରୁପତି-ସାନ୍ତ୍ରାଗଛି ବିଶେଷ ଟ୍ରେନ ସାନ୍ତ୍ରାଗଛିରୁ ଜୁଲାଇ ମାସ ୪ ତାରିଖ ଠାରୁ ଏବଂ ତିରୁପତି ଠାରୁ ୫ ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନର ସେବା ବାତିଲ ।

A. 06577/06578 ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଜୁଲାଇ ମାସ ୨ ତାରିଖ ଠାରୁ ଏବଂ ଗୌହାଟୀରୁ ୫ ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବାତିଲ ରହିବ |

ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନର (02891) ପୂର୍ବ ବିଜ୍ଞପ୍ତିରେ ପରିବର୍ତ୍ତିତ |

02891/02892 ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନର ପୂର୍ବ ବିଜ୍ଞପ୍ତିକୁ ପରିବର୍ତ୍ତିତ କରାଯାଇଅଛି । ଏହି ଟ୍ରେନ ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ପ୍ରତି ଶନି, ରବିବାର ଓ ଛୁଟି ଦିନ ମାନଙ୍କରେ ବାତିଲ ରହିବ ।  ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ସେବା ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ଜୁଲାଇ ମାସ ୩ ଓ ୪ ତାରିଖ ଏବଂ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ।  ଏହି ଟ୍ରେନ (02891) ବାଙ୍ଗିରିପୋଷି ଠାରୁ ଜୁଲାଇ ମାସ ୪ ଓ ୫ ତାରିଖ ଏବଂ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ।