ଗାଁରୁ ୮୦୦ କିଲୋ ଗୋବର ଚୋରି, ମାମଲା ରୁଜୁ କଲା ପୋଲିସ
Advertisement
Article Detail0/zeeodisha/odisha924844

ଗାଁରୁ ୮୦୦ କିଲୋ ଗୋବର ଚୋରି, ମାମଲା ରୁଜୁ କଲା ପୋଲିସ

ଜୁନ୍ ୮-୯ ତାରିଖ ମଧ୍ୟରାତ୍ରିରେ ଡିପକା ଥାନା ଅନ୍ତର୍ଗତ ଧୁରେନା ଗ୍ରାମରୁ ୮୦୦ କିଲୋଗ୍ରାମ ଗାଈ ଗୋବର (cow dung) ଚୋରି ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରୟା ୧୬୦୦ ଟଙ୍କା ହେବ। 

ପ୍ରତିକାତ୍ମକ ଫଟୋ

କୋରବା: ଛତିଶଗଡର କୋରବା ଜିଲ୍ଲାର ଏକ ଗାଁରେ ଅଦ୍ଭୁତ ଚୋରିର ଏକ ମାମଲା ଆସିଛି। ଦୁର୍ବୃତ୍ତମାନେ ପ୍ରାୟ ୮୦୦ କିଲୋଗ୍ରାମ ଗାଈ ଗୋବର ଚୋରି କରି ନେଇଛନ୍ତି। ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଗତ ରବିବାର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଜୁନ୍ ୮-୯ ତାରିଖ ମଧ୍ୟରାତ୍ରିରେ ଡିପକା ଥାନା ଅନ୍ତର୍ଗତ ଧୁରେନା ଗ୍ରାମରୁ ୮୦୦ କିଲୋଗ୍ରାମ ଗାଈ ଗୋବର (cow dung) ଚୋରି ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରୟା ୧୬୦୦ ଟଙ୍କା ହେବ। ଏନେଇ ଜୁନ ୧୫ ତାରିଖରେ ଗ୍ରାମ କମିଟିର ସଭାପତି କାମନ ସିଂ କନୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Also Read: ଅନାଥ ପିଲାଙ୍କ ପାଇଁ ନବୀନଙ୍କ 'ଆଶୀର୍ବାଦ'

ଗ୍ରାମ କମିଟିର ସଭାପତିଙ୍କ ଅଭିଯୋଗ ପରେ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଏହି ଗୋବର ଚୋରି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ। ସୂଚନାଯୋଗ୍ୟ ଯେ ଭର୍ମିକମ୍ପୋଷ୍ଟ ଉତ୍ପାଦନ ପାଇଁ ରାଜ୍ୟ ସରକାର ଗୋ ଧନ ନ୍ୟାୟ ଯୋଜନା (godhan nyay yojna) ଆରମ୍ଭ କରିଛନ୍ତି। ଏହାର ଅଧୀନରେ ଗୋରୁ ଗୋବର କିଲୋଗ୍ରାମ ପ୍ରତି ୨ ଟଙ୍କା ମୂଲ୍ୟରେ କିଣାଯାଉଛି।