Delhi Crime: ଦିଲ୍ଲୀରେ ହିନ୍ଦୁ ଯୁବତୀଙ୍କୁ ମୁସଲିମ ଯୁବକଙ୍କ ଗୁଳିମାଡ଼, ସାମ୍ନାକୁ ଆସିଲା ଏଭଳି କାରଣ
Advertisement
Article Detail0/zeeodisha/odisha1599291

Delhi Crime: ଦିଲ୍ଲୀରେ ହିନ୍ଦୁ ଯୁବତୀଙ୍କୁ ମୁସଲିମ ଯୁବକଙ୍କ ଗୁଳିମାଡ଼, ସାମ୍ନାକୁ ଆସିଲା ଏଭଳି କାରଣ

Delhi Crime: ଘଟଣା ଘଟିବା ବେଳେ ପୀଡ଼ିତା ଘରେ ଏକା ରହିଥିବା ନେଇ ପୋଲିସ ସୂଚନା ଦେଇଛି। ଏକା ଥିବାର ସୁଯୋଗ ନେଇ ପୀଡ଼ିତାଙ୍କ ସହିତ ଯୁକ୍ତିତର୍କ କରିଥିଲା ଅଭିଯୁକ୍ତ କାସିମ। ତେବେ ଯୁକ୍ତିତର୍କରେ କ୍ଷୁବ୍ଧ ହୋଇଯିବାରୁ ସେ ଗୁଳି ମାଡ଼ କରିନେଇଥିଲା। ଗୁଳି ସିଧା ପୀଡିତାଙ୍କ କାନ୍ଧରେ ଲାଗିଥିଲା। ଗୁଳି ବାଜିବା ପରେ ପୀଡ଼ିତା ତଳେ ପଡ଼ିଯାଇଥିଲା। 

Delhi Crime:  ଦିଲ୍ଲୀରେ ହିନ୍ଦୁ ଯୁବତୀଙ୍କୁ ମୁସଲିମ ଯୁବକଙ୍କ ଗୁଳିମାଡ଼, ସାମ୍ନାକୁ ଆସିଲା ଏଭଳି କାରଣ

Delhi Crime: ନୂଆଦିଲ୍ଲୀ: ସ୍ଥାନୀୟ ନନ୍ଦ ନଗରୀ (Nanda Nagari) ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ପୁରା ଦିଲ୍ଲୀରେ (New Delhi) ଚର୍ଚ୍ଚା ଜୋର ଧରିଛି। ନନ୍ଦ ନଗରୀ (Nanda Nagari) ଅଞ୍ଚଳରେ ଜଣେ ୧୬ ବର୍ଷୀୟ ଝିଅ ଉପରକୁ ଜଣେ ଯୁବକ ଗୁଳି ମାଡ଼ କରିଥିଲେ। ଗୁଳି ମାଡ଼ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ କୋକୁଆ ଭୟ ସୃଷ୍ଟି ହୋଇଥିଲା। ତେବେ ଗୁଳି ମାଡ଼ କରିଥିବା ଯୁବକ ଜଣକ ପୀଡ଼ିତାଙ୍କ ବନ୍ଧୁ ଥିବା ନେଇ ଜଣାପଡ଼ିଛି ଓ ତାଙ୍କ ନାଁ କାସିମ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ସେପଟେ ଏହି ଘଟଣାରେ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି। 

ମିଳିଥିବା ସୂଚନା ମୁତାବକ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେପଟେ କିନ୍ତୁ ପଡୋଶୀମାନେ ଆହତ ଝିଅକୁ ବାଇକ ଯୋଗେ ଆହତ ଝିଅକୁ ଚିକିତ୍ସା ପାଇଁ ଦିଲ୍ଲୀର ଜେଟିବି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଝିଅଟିର ଅବସ୍ଥା ସ୍ଥିର ରହିଥିବା ବେଳେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ କାସୀମ ପୀଡ଼ିତାଙ୍କ ପଡୋଶୀ। କାସିମ ଏବଂ ଝିଅ ପରସ୍ପରକୁ ବହୁତ ଭଲଭାବେ ଜାଣିଥିଲେ। କାସୀମ ଝିଅ ଉପରେ ବହୁତ ରାଗି ଯାଇଥିଲେ କାରଣ ଝିଅଟି ଅନ୍ୟ କିଛି ପୁଅ ସହିତ କଥା ହେଉଥିଲା। ଅନ୍ୟ ପୁଅ ସହିତ କଥାବାର୍ତ୍ତା କରିବାକୁ ମନା କରିଥିବାରୁ ଝିଅକୁ ହତ୍ୟା କରାଯିବ ବୋଲି ଅଭିଯୁକ୍ତ ଧମକ ଦେଇଥିଲା ଅଭିଯୁକ୍ତ କାସିମ।

ତେବେ ଘଟଣା ଘଟିବା ବେଳେ ପୀଡ଼ିତା ଘରେ ଏକା ରହିଥିବା ନେଇ ପୋଲିସ ସୂଚନା ଦେଇଛି। ଏକା ଥିବାର ସୁଯୋଗ ନେଇ ପୀଡ଼ିତାଙ୍କ ସହିତ ଯୁକ୍ତିତର୍କ କରିଥିଲା ଅଭିଯୁକ୍ତ କାସିମ। ତେବେ ଯୁକ୍ତିତର୍କରେ କ୍ଷୁବ୍ଧ ହୋଇଯିବାରୁ ସେ ଗୁଳି ମାଡ଼ କରିନେଇଥିଲା। ଗୁଳି ସିଧା ପୀଡିତାଙ୍କ କାନ୍ଧରେ ଲାଗିଥିଲା। ଗୁଳି ବାଜିବା ପରେ ପୀଡ଼ିତା ତଳେ ପଡ଼ିଯାଇଥିଲା। ସେପଟେ ଗୁଳି କରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ପୋଲିସକୁ ସୂଚନା ଦେବା ସହିତ ପୀଡ଼ିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। 

ସୂଚନାଯୋଗ୍ୟ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସେ ତାଙ୍କ ମା'ଙ୍କ ସହିତ ରହି ଆସୁଥିଲେ। ମା ଘରୋଇ ସହାୟିକା ଭାବେ କାର୍ଯ୍ୟ କରିଥାନ୍ତି। ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ଦୀର୍ଘ ସମୟରୁ ବନ୍ଧୁତ୍ୱ ରହି ଆସିଛି। 

Also Read: Berojgari Bhatta​: ଯୁବକ ଯୁବତୀଙ୍କ ପାଇଁ ବଡ଼ ଖୁସି ଖବର: ବେକାରୀ ଭତ୍ତା ଦେବାକୁ ସରକାର କଲେ ଘୋଷଣା, ପ୍ରତି ମାସକୁ ମିଳିବ ୨୫୦୦ ଟଙ୍କା

Also Read: Ration Card: ମାଗଣା ରାସନ ନେଉଥିବା ଲୋକ ପାଇଁ ଆସିଲା ଖରାପ ଖବର, ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ; ବାତିଲ ହେଲା ଏସବୁ ଲୋକଙ୍କର ରାସନ କାର୍ଡ

Also Read: Legends League Cricket 2023: ଏହି ଭାରତୀୟ ଖେଳାଳି ପୁଣି ଥରେ ପଡ଼ିଆରେ ଆସିବେ ନଜର, ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ କରିଥିଲେ ଗର୍ଭବତୀ!