କେବଳ ସମ୍ବଲପୁର (Sambalpur) ରେ ନୁହେଁ ପୁରୀ, ବ୍ରହ୍ମପୁର, ଝାରସୁଗୁଡା ଏବଂ ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି କାରନାମା କରିଛି ବୋଲି ସମ୍ବଲପୁର ଏସ୍ସି ସୂଚନା ଦେଇଛନ୍ତି।
Trending Photos
ସମ୍ବଲପୁର: ନକଲି ଆୟକର ଅଧିକାରୀଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ବାଙ୍ଗାଲୋରର MBA ଛାତ୍ର ବିଶାଳ ରାଜକୁମାର ନିଲେଙ୍ଗେ। ଚଞ୍ଚକତା କରି ସୁନା ଦୋକାନରୁ ଲୁଟ ଅଭିଯୋଗରେ ତାଙ୍କୁ ରବିବାର ସମ୍ବଲପୁର ପୋଲିସ ଗିରଫ କରିଛି।
ଅଭିଯୁକ୍ତ ବିଶାଳ ନିଜକୁ ଆୟକର (Income Tax) ବିଭାଗର ଅତିରିକ୍ତ କମିଶନରର ପରିଚୟ ଦେଇ ବିଭିନ୍ନ ସୁନା ଦୋକାନରୁ ଚଂଚକତା କରି ସୁନା ଲୁଟ କରୁଥିଲେ। ସୁନା ଦୋକାନରେ ନକଲି NEFT କାରବାରର ମେସେଜ ଦେଖାଇ ସୁନା ନେଇ ଚମ୍ପଟ ମାରୁଥିଲା। ସେ କେବଳ ସମ୍ବଲପୁର (Sambalpur) ରେ ନୁହେଁ ପୁରୀ, ବ୍ରହ୍ମପୁର, ଝାରସୁଗୁଡା ଏବଂ ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି କାରନାମା କରିଛି ବୋଲି ସମ୍ବଲପୁର ଏସ୍ସି ସୂଚନା ଦେଇଛନ୍ତି।
Also Read: ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଏହି ମାମଲାରେ ସମ୍ବଲପୁର ପୋଲିସ (Sambalpur Police) ପ୍ରାୟ ୧୩୨ ଗ୍ରାମ ସୁନା ଜବତ (Gold Seized) କରିଛି। ଏହି ସୁନା କିଣୁଥିବା ଅଭିଯୋଗରେ ବାଙ୍ଗାଲୋରର ବି. ନିତିନ କୁମାରଙ୍କୁ ମଧ୍ୟ ଗିରଫ କରି ଅଧିକ ପଚରା ଉଚରା ଜାରି ରଖିଛି। ସେପଟେ ଭୁବନେଶ୍ବର (Bhubaneswar) ରେ MBA ପଢୁଆ ଠକ ତୃପ୍ତିରଞ୍ଜନ ଗିରଫ ମାମଲାରେ ସମ୍ନାକୁ ଆସିଲା ଅଧିକ ତଥ୍ୟ। ତୃପ୍ତିରଞ୍ଜନ ନାଁରେ ୧୫ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି। ବ୍ୟାଙ୍କ ଆକାଉଣ୍ଟରେ ୨୦ ଲକ୍ଷରୁ ଅଧିକ ଟଙ୍କା ଥିବା ସୂଚନା ମିଳିଛି