Delhi Court ପରିସରରେ ଗୁଳିକାଣ୍ଡ; ଗ୍ୟାଙ୍ଗଷ୍ଟାର ସମେତ ୩ ମୃତ
Advertisement

Delhi Court ପରିସରରେ ଗୁଳିକାଣ୍ଡ; ଗ୍ୟାଙ୍ଗଷ୍ଟାର ସମେତ ୩ ମୃତ

 ଗ୍ୟାଙ୍ଗଷ୍ଟାରକୁ ଅଦାଲତରେ ହାଜର କରିବା ପାଇଁ ସ୍ପେଶାଲ ସେଲ ନେଉଥିବା ବେଳେ ବିରୋଧି ଗ୍ୟାଙ୍ଗ ପକ୍ଷରୁ ତା'ଉପରେ ଆକ୍ରମଣ କରାଯାଇଥିଲା।

Delhi  Court  ପରିସରରେ ଗୁଳିକାଣ୍ଡ; ଗ୍ୟାଙ୍ଗଷ୍ଟାର ସମେତ ୩ ମୃତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ରୋହିଣୀ କୋର୍ଟ ପରିସରରେ ହୋଇଥିବା ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗୀ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଦ୍ୱିପ୍ରହର ସମୟରେ ହାଜର ଅଦାଲତରେ କରିବାକୁ ନିଆଯାଉଥିବା ବେଳେ ଅଚାନକ ହୋଇଥିବା ଗୁଳିମାଡ।

ଏହି ଆକ୍ରମଣରେ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗୀଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡି଼ଛି। ଏ ଘଟଣାରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପକ୍ଷରୁ ହୋଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆକ୍ରମଣକାରୀ ପ୍ରାଣ ହରାଇଛନ୍ତି। ଏହିଲ ଆକ୍ରମଣକାରୀଦ୍ୱୟ ହେଉଛନ୍ତି ରାହୁଲ ଓ ମୋରିସ। ସେମାନେ ଓକିଲ ଡ୍ରେସ ପିନ୍ଧି ଆସିଥିଲେ।

Also Read: ଟଙ୍କା ନଦେଇ ପାରିବାରୁ ଭୋଗିଲେ କଙ୍ଗାରୁ କୋର୍ଟ ଦଣ୍ଡ; ଗିରଫ ପରେ ୧୦ ମହିଳା କୋର୍ଟ ଚାଲାଣ

ଏ ଘଟଣାରେ ପ୍ରତିକ୍ରିୟା ରଖି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗୀଙ୍କୁ ଅଦାଲତରେ ହାଜର କରିବା ପାଇଁ ସ୍ପେଶାଲ ସେଲ ନେଉଥିବା ବେଳେ ବିରୋଧି ଗ୍ୟାଙ୍ଗ ଜିତେନ୍ଦ୍ର ଉପରେ ଆକ୍ରମଣ କରିଥିଲା।  ଏ ଘଟଣାରେ ସ୍ପେଶାଲ ସେଲ ପକ୍ଷରୁ କରାଯାଇଥିବା ଜବାବୀ ଆକ୍ରମଣରେ ଦୁଇ ଆକ୍ରମଣକାରୀ ପ୍ରାଣ ହରାଇଥିଲେ। 

ସ୍ପେଶାଲ ସେଲ୍  ସୂତ୍ର ଅନୁଯାୟୀ ସକାଳେ ଗୋଗୀଙ୍କୁ କୋର୍ଟରେ ହାଜର କରିବାକୁ ନେବା ସମୟରେ ଓକିଲଙ୍କ ପୋଷାକରେ ଆସିଥିବା ଆକ୍ରମଣକାରୀ ତାଙ୍କ ଉପରେ ଆକ୍ରମଣ କରିପାରନ୍ତି ବୋଲି ଖବର ପାଇବା ପରେ ସତର୍କ ହୋଇଉଠିଥିଲା ପୋଲିସ। ଏହାର ମୁକାବିଲା କରିବାକୁ ଯାଇ କୋର୍ଟ ଫାଟକରେ ସାଦା ପୋଷାକରେ ସ୍ପେଶାଲ୍ ସେଲ୍ ଟିମ୍ ମୁତୟନ କରାଯାଇଥିଲା। ଏହି ଦୁଇ ଆକ୍ରମଣକାରୀ ଜିତେନ୍ଦ୍ରଙ୍କୁ ଗୁଳି କରିବା ସେଶାଲ୍ ସେଲ୍ ପକ୍ଷରୁ ତତ୍କାଳ ଉଭୟଙ୍କୁ ଏନକାଉଣ୍ଟର କରାଯାଇଥିଲା।