ଜୟପୁରରେ ଚାଞ୍ଚଲ୍ୟ! ଦୁଇ ଶିଶୁ ସମେତ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସନ୍ଦେହଜନକ ମୃତ୍ୟୁ, କୂଅରୁ ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha1200012

ଜୟପୁରରେ ଚାଞ୍ଚଲ୍ୟ! ଦୁଇ ଶିଶୁ ସମେତ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସନ୍ଦେହଜନକ ମୃତ୍ୟୁ, କୂଅରୁ ମୃତଦେହ ଉଦ୍ଧାର

ବୁଧବାର ଦୁଇ ନିରୀହଙ୍କ ସହ ତିନି ଭଉଣୀଙ୍କ ନିଖୋଜ ମାମଲା ସାମ୍ନାକୁ ଆସିଥିଲା। ଯାହା ପରେ ଶନିବାର ସମସ୍ତ ମୃତଦେହ କୂଅ ଭିତରୁ ଉଦ୍ଧାର କରାଯାଇଛି। ଏଥିସହିତ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ମୃତ ତିନି ଭଉଣୀ

ଜୟପୁର: ଶନିବାର କୂଅରୁ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇଟି ଶିଶୁ ଓ ତିନି ଜଣ ବିବାହିତା ଅଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ରାଜସ୍ଥାନର ରାଜଧାନୀ ଜୟପୁରର ଦୁଦୁର ଅଞ୍ଚଳରେ ଘଟିଛି। ଯାହକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। 

ଦୁଦୁରୁରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ଯେଉଁଥିରେ ଦୁଇ ଜଣ ନିରୀହ ଶିଶୁ ଓ ତିନି ବିବାହିତା ମହିଳା ମଧ୍ୟ ଅଛନ୍ତି। ତେବେ ଏହି ଘଟଣା ପୂର୍ବରୁ ସେମାନଙ୍କ ନିଖୋଜ ହେବାର ଖବର ଆସିଥିଲା। କିନ୍ତୁ ମୃତଦେହ ମିଳିବା ପରେ ହଠାତ୍ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read: ନାବାଳିକାଙ୍କୁ ବ୍ଲାକମେଲ୍ କରି ବର୍ଷାଧିକ କାଳ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ସୂଚନାନୁସାରେ ବୁଧବାର ଦୁଇ ନିରୀହଙ୍କ ସହ ତିନି ଭଉଣୀଙ୍କ ନିଖୋଜ ମାମଲା ସାମ୍ନାକୁ ଆସିଥିଲା। ଯାହା ପରେ ଶନିବାର ସମସ୍ତ ମୃତଦେହ କୂଅ ଭିତରୁ ଉଦ୍ଧାର କରାଯାଇଛି। ଏଥିସହିତ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି।

ପୋଲିସ କହିଛି ଯେ, କାଲୁ (୨୭), ମମତା ଦେବୀ (୨୩), କାମଲେଶ (୨୦) ଏବଂ ସେମାନଙ୍କର ଦୁଇ ନିରୀହ ପିଲା ହଠାତ୍ ଡୁଡୁ ମୀନା ମୋହଲ୍ଲା ଠାରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ନିଖୋଜ ମହିଳାଙ୍କୁ ଚାରି ଦିନ ଧରି ଖୋଜାଖୋଜି କରିବା ପରେ ଥାନାରେ ରିପୋର୍ଟ ଦାଖଲ କରିଥିଲା।  ଯାଞ୍ଚ ବେଳେ ପୋଲିସ ସହରର ସିସିଟିଭିଗୁଡ଼ିକ ମଧ୍ୟ ସ୍କାନ କରିଥିଲା। ଯେଉଁଠାରେ ତିନି ଭଉଣୀଙ୍କୁ ପିଲାମାନଙ୍କ ସହିତ ଦୁଦୁ ସହରର ନରେନା ରାସ୍ତାରେ ଦେଖିବାକୁ ପାଇଥିଲେ।

Also Read: ଯୌନ ଉତ୍ପୀଡ଼ନର ଶିକାର ହୋଇ ଆତ୍ମହତ୍ୟା କଲେ ୧୬ ବର୍ଷର ନାବାଳିକା 

ଶନିବାର ଅପରାହ୍ନରେ କୂଅରୁ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଛି। ଏଥିସହିତ ପୋଲିସ କହିଛି ଯେ, ପ୍ରାଥମ ଦୃଷ୍ଟିରେ ଏହା ଏକ ଆତ୍ମହତ୍ୟା ମାମଲା ଭଳି ଲାଗୁଛି। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛିଷ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ।