Shraddha Murder Case:ଶ୍ରଦ୍ଧା ହତ୍ୟା ମାମଲାରେ ମିଳିଲା ଆଉ ୫ଟି ବଡ଼ ପ୍ରମାଣ, ମୁଣ୍ଡରେ ହାତ ଦେଲାଣି ପୋଲିସ
Advertisement
Article Detail0/zeeodisha/odisha1448628

Shraddha Murder Case:ଶ୍ରଦ୍ଧା ହତ୍ୟା ମାମଲାରେ ମିଳିଲା ଆଉ ୫ଟି ବଡ଼ ପ୍ରମାଣ, ମୁଣ୍ଡରେ ହାତ ଦେଲାଣି ପୋଲିସ

ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେବା ସହ ମାଡ ମାରିଥିବା ନେଇ ଫଟୋ ମଧ୍ୟ ଭାଇରାଲ ହୋଇସାରିଛି। ଯାହାକୁ ନେଇ ଏହା ପୁରା ସ୍ପଷ୍ଟ ଥିଲା ଯେ, ଶ୍ରଦ୍ଧା କୌଣସି ଏକ କାରଣରୁ ଅଫତାବଙ୍କ ଏହି ପାଶବିକ ଅତ୍ୟାଚାରରୁ ନିଜକୁ ମୁକୁଳେଇପାରୁନଥିଲେ। 

Shraddha Murder Case:ଶ୍ରଦ୍ଧା ହତ୍ୟା ମାମଲାରେ ମିଳିଲା ଆଉ ୫ଟି ବଡ଼ ପ୍ରମାଣ, ମୁଣ୍ଡରେ ହାତ ଦେଲାଣି ପୋଲିସ

Shraddha Murder Case: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଦିଲ୍ଲୀ ମେହରୁଲି ସ୍ଥିତ ଶ୍ରଦ୍ଧା ହତ୍ୟା ମାମଲା । ସାରା ଦେଶକୁ ଦୋହଲାଇ ଦେଇଥିବା ଏହି ଘଟଣାରେ ଦିନକୁ ଦିନ ନୂଆ ମୋଡ ଦେଖିବାକୁ ମିଳୁଛି । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଅଫତାବର ବୟାନ ବାରମ୍ବାର ବଦଳୁଛି । ଅନ୍ୟପଟେ ଶ୍ରଦ୍ଧାଙ୍କ ବାପା ଓ ଭାଇଙ୍କ ରକ୍ତ ନମୁନା ନିଆଯାଇଥିବା ବେଳେ DNA ଟେଷ୍ଟର ରିପୋର୍ଟ ଖୁବ ଶୀଘ୍ର ଆସିବା ନେଇ ପୋଲିସ ସୂଚନା ଦେଇଛି। 

ଶ୍ରଦ୍ଧାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ଜହ୍ଲାଦ ଅଫତାବ ଶ୍ରଦ୍ଧାଙ୍କ ସହ ସମ୍ପର୍କରେ ଆସିବା ପରେ ହିଁ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲା । ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେବା ସହ ମାଡ ମାରିଥିବା ନେଇ ଫଟୋ ମଧ୍ୟ ଭାଇରାଲ ହୋଇସାରିଛି। ଯାହାକୁ ନେଇ ଏହା ପୁରା ସ୍ପଷ୍ଟ ଥିଲା ଯେ, ଶ୍ରଦ୍ଧା କୌଣସି ଏକ କାରଣରୁ ଅଫତାବଙ୍କ ଏହି ପାଶବିକ ଅତ୍ୟାଚାରରୁ ନିଜକୁ ମୁକୁଳେଇପାରୁନଥିଲେ। 

ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିବା ଏହି ଜହ୍ଲାଦ ର କାହାଣୀ ଦିନକୁ ଦିନ ଭିନ୍ନ ଭାବେ ମୋଡ ନେଉଛି । ତେବେ ଏହାରି ମଧ୍ୟରେ ପୋଲିସ ହାତରେ ୫ ଟି ବଡ ପ୍ରମାଣ ମିଳିଛି ଯାହାକୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି। 

Also Read; Shraddha Murder Case: ଆଫତାବଙ୍କର ଥିଲା ୨୦ ଗର୍ଲଫ୍ରେଣ୍ଡ! ଅନେକଙ୍କ ସହିତ ରଖିଥିଲେ ସମ୍ପର୍କ

ପ୍ରଥମ ପ୍ରମାଣ; ଅଫତାବ୍ ଓ ଶ୍ରଦ୍ଧା (Aftab and Shraddha) ଲିଭ ଇନରେ ରହୁଥିବା ଘରୁ ପୋଲିସକୁ ହତିଆର ଭରା ସାମଗ୍ରୀ ମିଳିଛି । ଯାହାକୁ ନେଇ ଶ୍ରଦ୍ଧାଙ୍କ ହତ୍ୟା ବେଳେ ଏହି ହତିଆରକୁ ବି ଅଫତାବ ବ୍ୟବହାର କରିଥିବା ନେଇ ପୋଲିସ ଅନୁମାନ କରୁଛି।

ଦ୍ୱିତୀୟ ପ୍ରମାଣ; ହତ୍ୟା ସମୟରେ ଅଭିଯୁକ୍ତ ଅଫତାବ ପିନ୍ଧିଥିବା କପଡା ଓ ଶ୍ରଦ୍ଧା ପିନ୍ଧିଥିବା କପଡାକୁ ଜବତ କରିଛି ପୋଲିସ । 

Also Read; Rajasthan News: ବ୍ଲେଡରେ ପତିଙ୍କ ଗୁପ୍ତାଙ୍ଗ କାଟିଲେ ପତ୍ନୀ, କାରଣ ଜାଣିଲେ ଉଡ଼ିଯିବ ହୋସ୍!

ତୃତୀୟ ପ୍ରମାଣ; ସେହିପରି ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରି ମେହରୁଲି (Mehruli) ଓ ଗୁରୁଗ୍ରାମ (Gurugram) ଜଙ୍ଗଲରେ ଫୋପାଡ଼ିଥିବା ଜହ୍ଲାଦ ଅଫତାବର ବୟାନ ଅନୁସାରେ ପୋଲିସକୁ ଏକ ବଡ଼ ହାଡ଼ ଖଣ୍ଡେ ମିଳିଛି। ତେବେ ଏହି ହାଡ଼ ଶ୍ରଦ୍ଧାଙ୍କ ଶରୀରର କି ନୁହେଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । 

ଚତୁର୍ଥ ପ୍ରମାଣ ; ସେପଟେ ଅଭିଯୁକ୍ତ ଅଫତାବର କଥାନୁସାରେ କେବଳ ମେହରୁଲି ଜଙ୍ଗଲ ନୁହେଁ ଗୁରୁଗ୍ରାମ ଜଙ୍ଗଲରେ ମଧ୍ୟ ମେଟା ଡିଟେକ୍ଟର (Meta Detector) ଲଗାଇ ତଲାସି ଜାରି ରଖିଛି। ଶ୍ରଦ୍ଧାଙ୍କ ହତ୍ୟା ପରେ ଏହି ଜଙ୍ଗଲରୁ ମୃତଶରୀରର ଅବଶିଷ୍ଟ ଖୋଜିବାରେ ଲାଗିଛି ପୋଲିସ । 

Also Read; Minor Molestation: ନାବାଳିକାଙ୍କୁ ଛଅ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ବାପା, ଦାଦା, ଭାଇ ଓ ଜେଜେ! ସ୍କୁଲରେ ଖୋଲିଲା ରାଜ୍

ପଞ୍ଚମ ପ୍ରମାଣ; ଶ୍ରଦ୍ଧା ମୃତ୍ୟୁ ପୂର୍ବରୁ କେଉଁ ସାଙ୍ଗ ମାନଙ୍କ ସହ କଥା ହେଉଥିଲେ, କେଉଁମାନଙ୍କୁ ଅଫତାବଙ୍କ ଏଭଳି ଆଚରଣ ବିଷୟରେ କହିଥିଲେ, ଅଫତାବ ଓ ନିଜ ବିଷୟରେ କଣ କଣ ସବୁ ତଥ୍ୟ କାହାକୁ କହିଛନ୍ତି ସେନେଇ ମଧ୍ୟ ଖୋଳାତାଡ ଜାରି ରହିଛି । ଅନ୍ୟପଟେ ମୁମ୍ବାଇ(Mumbai)ରେ  ଥିବା ଶ୍ରଦ୍ଧାଙ୍କ ସାଙ୍ଗ ମାନଙ୍କ ସହ ପୋଲିସ କଥା ହୋଇ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି।