ମାଷ୍ଟର ମାଇଣ୍ଡ ବଣୁଆ ସହ ୪ ନକଲି ମାଓବାଦୀ ଗିରଫ
Advertisement

ମାଷ୍ଟର ମାଇଣ୍ଡ ବଣୁଆ ସହ ୪ ନକଲି ମାଓବାଦୀ ଗିରଫ

ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହ ୬ଟି ଧାରୁଆ ଅସ୍ତ୍ର, ଖଣ୍ଡା ଓ ଛୁରୀ ଆଦି ସାଙ୍ଗକୁ ୧୦,୫୦୦ ନଗଦ ଟଙ୍କା, ଦୁଇଟି ମୋବାଇଲ ଓ ସୁନା କିଛି ଜବତ ହୋଇଛି। ଆଉ ଜବତ ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ୪୦ ଟଙ୍କା ହେବ ବୋଲି ଜଣାପଡ଼ିଛି।

ମାଷ୍ଟର ମାଇଣ୍ଡ ବଣୁଆ ସହ ୪ ନକଲି ମାଓବାଦୀ ଗିରଫ

କନ୍ଧମାଳ: ମାଓବାଦୀ କହି ଅଧରାତିରେ ଦୁଇଟି ପରିବାରର ଲୋକଙ୍କୁ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଡକାୟତି କରି ଚାଲିଯାଇଥିଲେ କିଛି ଦୁର୍ବୃତ୍ତ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଆଞ୍ଚରେ ଘଟିଛି ଏଭଳି ଘଟଣା। ସେପଟେ ଅଭିଯୋଗ ଆଧାରରେ ୪ ଜଣଙ୍କୁ ଗିରଫ କରିବାରେ ଦାରିଙ୍ଗବାଡି ପୋଲିସ ସଫଳ ହୋଇଛି।

ଆଜି ପ୍ରେସମିଟ ଦ୍ୱାରା ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ବାଲିଗୁଡା SDPO ମନୋଜ କୁମାର ପୂଜାରୀ। ତେବେ ଏହି ପୃଥକ ପୃଥକ ଡକାୟତିରେ ୬ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ରହିଥିବା ବେଳେ ୪ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଆଉ ଅନ୍ୟ ଦୁଇଜଣ ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କୃପାକର ମୁଖୀ ଓରଫ ବଣୁଆ, ବଲରାମ ପ୍ରଧାନ, ଆଲୋକ ରଞ୍ଜନ ନାୟକ ଏବଂ ଜେରୋହା ନାୟକ।

Also Read: Coronavirus: ପିଲାଙ୍କ ପାଇଁ 'ସୁରକ୍ଷା କବଚ' ପ୍ରସ୍ତୁତ! ସଫଳ ହେଲା ପରୀକ୍ଷଣ

ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହ ୬ଟି ଧାରୁଆ ଅସ୍ତ୍ର, ଖଣ୍ଡା ଓ ଛୁରୀ ଆଦି ସାଙ୍ଗକୁ ୧୦,୫୦୦ ନଗଦ ଟଙ୍କା, ଦୁଇଟି ମୋବାଇଲ ଓ ସୁନା କିଛି ଜବତ ହୋଇଛି। ଆଉ ଜବତ ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ୪୦ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଭିଯୋଗକାରୀଙ୍କ କହିବା ଅନୁଯାଇ ଗତ ୧୦ ତାରିଖ ଦିନ ଅଧରାତିରେ କିଛି ଦୁର୍ବୃତ୍ତ ଦାରିଙ୍ଗବାଡି ଥାନା ଅଞ୍ଚଳର ମକପାଟା ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଘରେ ମାଓବାଦୀ କହି ପଶିଥିଲେ। ଆଉ ବନ୍ଧୁକ, ଖଣ୍ଡା ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇ ପାଖାପାଖି ୧୫ ହଜାର ଟଙ୍କା,କନର ସୁନା ମାଳି, ମୋବାଇଲ, ଟର୍ଚ୍ଚ ଆଦି ଜୋରଜବରଦସ୍ତ ଲୁଟି ନେଇଥିଲେ।

fallback

ସେହିଭଳି ସମାନ ଢଙ୍ଗରେ ଟେପାରି ଗ୍ରାମର ବିଷପନାଥ ପ୍ରଧାନଙ୍କ ଘରେ ମଧ୍ୟ ପଶି ପାଖାପାଖି ୧୦ ହଜାର ଟଙ୍କା, ମୋବାଇଲ ଆଦି ଲୁଟିନେଇଥିବା ବେଳେ ଉଭୟ ଏନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିଲେ। ଆଉ ପୋଲିସ ମାମଲା ରୁଜୁ କରି ତଦନ୍ତ ବେଳେ ଡକାୟତିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଆଉ ସେପଟେ ଏହି ଡକାୟତିର ମାଷ୍ଟରମାଇଣ୍ଡ କୃପାକର ମୁଖୀ ଓରଫ ବଣୁଆ ହୋଇଥିବା ବେଳେ ବଣୁଆ ନାମରେ ଅନେକ ଅପରାଧିକ ମାମଲା ଦାରିଙ୍ଗବାଡି ସମେତ ବିଭିନ୍ନ ଥାନାରେ ରହିଥିବା ପୋଲିସ ପକ୍ଷରୁ ଜଣାପଡିଛି।