Coronavirus: ପିଲାଙ୍କ ପାଇଁ 'ସୁରକ୍ଷା କବଚ' ପ୍ରସ୍ତୁତ! ସଫଳ ହେଲା ପରୀକ୍ଷଣ
Advertisement
Article Detail0/zeeodisha/odisha922038

Coronavirus: ପିଲାଙ୍କ ପାଇଁ 'ସୁରକ୍ଷା କବଚ' ପ୍ରସ୍ତୁତ! ସଫଳ ହେଲା ପରୀକ୍ଷଣ

ଟିକାଗୁଡ଼ିକ ପ୍ରାରମ୍ଭିକ ପରୀକ୍ଷଣରେ ନିରାପଦ ବୋଲି ପ୍ରମାଣିତ ହୋଇଛି ଏବଂ SARS-COV-2 ଭୂତାଣୁ ସହ ମୁକାବିଲା କରିବାରେ ପ୍ରଭାବଶାଳୀ ଆଣ୍ଟିବଡି ଉତ୍ପାଦନ କରିଥାଏ। 'ସାଇନ୍ସ ଇମ୍ୟୁନୋଲୋଜି' ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, ପିଲାମାନଙ୍କ ପାଇଁ ଟିକା ମହାମାରୀର ଭୟାବହତାକୁ ହ୍ରାସ କରିବାରେ ଏକ ପ୍ରଭାବଶାଳୀ ଅସ୍ତ୍ର ହୋଇପାରେ।

ପ୍ରତିକାତ୍ମକ ଫଟୋ

ନ୍ୟୁୟର୍କ: ପିଲାମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଡର୍ନା କୋଭିଡ୍ ଟିକା ଏବଂ ଅନ୍ୟ ଏକ ପ୍ରୋଟିନ୍ ଆଧାରିତ ଟିକା ପ୍ରାରମ୍ଭିକ ପରୀକ୍ଷଣରେ ପ୍ରଭାବଶାଳୀ ବୋଲି ଜଣାପଡିଛି। ଏହି ଦୁଇଟି ଟିକା ପ୍ରଥମେ 'ରେସସ୍ ମୌକାକ୍' ନାମକ ଏକ ମାଙ୍କଡ଼ର ପିଲାମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା।

ଟିକାଗୁଡ଼ିକ ପ୍ରାରମ୍ଭିକ ପରୀକ୍ଷଣରେ ନିରାପଦ ବୋଲି ପ୍ରମାଣିତ ହୋଇଛି ଏବଂ SARS-COV-2 ଭୂତାଣୁ ସହ ମୁକାବିଲା କରିବାରେ ପ୍ରଭାବଶାଳୀ ଆଣ୍ଟିବଡି ଉତ୍ପାଦନ କରିଥାଏ। 'ସାଇନ୍ସ ଇମ୍ୟୁନୋଲୋଜି' ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, ପିଲାମାନଙ୍କ ପାଇଁ ଟିକା ମହାମାରୀର ଭୟାବହତାକୁ ହ୍ରାସ କରିବାରେ ଏକ ପ୍ରଭାବଶାଳୀ ଅସ୍ତ୍ର ହୋଇପାରେ। “ଛୋଟ ପିଲାମାନଙ୍କ ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ଟିକା Covid-19ର ପ୍ରସାରକୁ ସୀମିତ କରିବାରେ ସାହାଯ୍ୟ କରିବ। କାରଣ ଆମେ ଜାଣୁ ଯେ, ଲକ୍ଷଣ ଥିଲେ କି ନଥିଲେ ପିଲାମାନେ ମଧ୍ୟ SARS-CoV- 2 ବିସ୍ତାର କରିପାରିବେ।

Also Read: 'ପରୀକ୍ଷାଗାରରୁ ବ୍ୟାପିଥିଲା କୋଭିଡ୧୯; ସଂକ୍ରମଣ ରୋକିବାକୁ ଚେଷ୍ଟା କରିନଥିଲା ଚୀନ'

ବିଶେଷଜ୍ଞମାନେ କହିଛନ୍ତି, “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନେକ ପିଲା ଅସୁସ୍ଥ ହୋଇପଡିଥିଲେ ଏବଂ ସଂକ୍ରମଣ ହେତୁ ଅନେକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ପ୍ରତିବନ୍ଧକ ପିଲାମାନଙ୍କ ଉପରେ ଆହୁରି ଅନେକ ନକାରାତ୍ମକ ପ୍ରଭାବ ପକାଇଥିଲା। ତେଣୁ, କୋଭିଡରୁ ଶିଶୁମାନଙ୍କୁ ଟିକା ପାଇବାର ଅଧିକାର ରହିଛି। ଅନୁସନ୍ଧାନ ଅନୁଯାୟୀ, ରେସସ୍ ମୌକେକ୍ ପ୍ରଜାତିର ୧୬ଟି ଛୋଟ ମାଙ୍କଡ଼ରେ ଟିକା ହେତୁ ୨୨ ସପ୍ତାହ ପର୍ଯ୍ୟନ୍ତ ଭୂତାଣୁ ମୁକାବିଲା କରିବାର କ୍ଷମତା ବଜାୟ ରହିଥିଲା।

ଆମେରିକାର ଉତ୍ତର କରୋଲିନା ବିଶ୍ୱବିଦ୍ୟାଳୟର ପ୍ରଫେସର ଖ୍ରୀଷ୍ଟିନା ଡି ପେରିସ କହିଛନ୍ତି, 'ଆମେ ବୟସ୍କମାନଙ୍କ ସହିତ ସମ୍ଭାବ୍ୟ ଆଣ୍ଟିବଡି ସ୍ତର ତୁଳନା କରିବାକୁ ଚାହିଁଛୁ, ତଥାପି ମୌକାକ୍ ପିଲାମାନଙ୍କ ପାଇଁ ଟିକା ମାତ୍ର ୩୦ ମାଇକ୍ରୋଗ୍ରାମ୍ ଥିଲା, ବୟସ୍କମାନଙ୍କ ପାଇଁ ଏହି ଟିକାର ମାତ୍ରା ୧୦୦ ମାଇକ୍ରୋଗ୍ରାମ୍ ଦିଆଯାଇଥାଏ। 'ମୋଡର୍ନା ଟିକାରେ ଆମେ ଏକ ଦୃଢ 'ଟି' କୋଷ ପ୍ରତିକ୍ରିୟା ଦେଖିଲୁ, ଯାହା ରୋଗର ଗମ୍ଭୀରତାକୁ ସୀମିତ କରିବାରେ ଗୁରୁତ୍ୱପୂର୍ଣ୍ଣ' ବୋଲି ପ୍ରଫେସର କହିଛନ୍ତି।