ପରିସ୍ରା ବାହାନାରେ ଚମ୍ପଟ ମାରିବା ବେଳେ ହାଇଦରକୁ Encounter
Advertisement

ପରିସ୍ରା ବାହାନାରେ ଚମ୍ପଟ ମାରିବା ବେଳେ ହାଇଦରକୁ Encounter

ଏହି ସମୟରେ ବାଲେଶ୍ୱର ନିକଟରେ ପରିସ୍ରା ଯିବା ନେଇ ଜିଦ୍ ଧରିଥିଲା ହାଇଦର । ପରେ କୌଶଳ କ୍ରମେ ପୋଲିସର ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । 

ପରିସ୍ରା ବାହାନାରେ ଚମ୍ପଟ ମାରିବା ବେଳେ ହାଇଦରକୁ Encounter

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର୍ । ବାଲେଶ୍ୱର ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି ।  କୌଣସି ମାମଲା ସମ୍ୱନ୍ଧୀୟ ତଦନ୍ତ ପାଇଁ ବାରିପଦା ନେଉଥିଲା ପୋଲିସ । ଏହି ସମୟରେ ବାଲେଶ୍ୱର ନିକଟରେ ପରିସ୍ରା ଯିବା ନେଇ ଜିଦ୍ ଧରିଥିଲା ହାଇଦର । ପରେ କୌଶଳ କ୍ରମେ ପୋଲିସର ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । 

ହାଇଦର (Hider) ର ପେଟରେ ଗୁଳି ବାଜିଥିବା ନେଇ ତାକୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯିବା ନେଇ ସୂଚନା ଦେଇଛନ୍ତି ଡିସିପି। କୁଖ୍ୟାତ ଅପରାଧୀ ହାଇଦର ଫେରାର ହେବା ନେଇ ଏହା ଦ୍ୱିତୀୟ ଥରର ପ୍ରୟାସ । ପୂର୍ବରୁ ମଧ୍ୟ କଟକ ବଡ଼ ମେଡିକାଲରୁ ଚଳିତ ବର୍ଷ ଏପ୍ରିଲ ୧୦ ରେ ଫେରାର ହୋଇଯାଇଥିଲା ହାଇଦର୍ । ପରେ ବହୁ ତନାଘନା ପରେ ତେଲଙ୍ଗାନା (Telangana) ସାଙ୍ଗାରେଡ୍ଡି ଗ୍ରାମରୁ ଧରିଥିଲା ପୋଲିସ ।  ପରେ କୋଭିଡରେ ଆକ୍ରାନ୍ତ ହେବାରୁ ହାଇଦରକୁ ଚୌଦ୍ୱାର ଜେଲରେ ରଖାଯାଇଥିଲା ।  ଏବେ ହାଇଦରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।

Also Read: ତାରିଖ ପେ ତାରିଖ...ଦିଲ୍ଲୀ କୋର୍ଟରେ ସନ୍ନି ଦେଓଲଙ୍କ ଡାଏଲଗ ମାରି ହଙ୍ଗାମା କଲେ ବ୍ୟକ୍ତି

ରାଜ୍ୟର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର (Gangster Haider) କୁ ପୋଲିସର ଏନକାଉଣ୍ଟର । ଆଜି ଚୌଦାରରୁ ବାରିପଦା ନେବା ବାଟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିବା ନେଇ ସୂଚନା ମିଳୁଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାଲାକିର ସହ ହାଇଦର ପୋଲିସ ହାତରୁ ଖସିଯାଉଥିବାବେଳେ ପୋଲିସ ତାକୁ ଏନକାଉଣ୍ଟର କରିଛି ବୋଲି ଖବର ମିଳିଛି । ତେବେ ତାକୁ ଏବେ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ସୂଚନା ମିଳିଛି ।