Delhi Court: ଦିଲ୍ଲୀର ଏକ ଜିଲ୍ଲା କୋର୍ଟରେ ଜଣେ ବ୍ୟକ୍ତି ବାରମ୍ବାର ତାରିଖ ମିଇବାକୁ ନେଇ କ୍ରୋଧିତ ହୋଇ କୋର୍ଟ ରୁମର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜିଲ୍ଲା କୋର୍ଟରେ ନିକଟରେ ବହୁତ ହଙ୍ଗାମା ହୋଇଥିଲା । ଏକ ମାମଲାରେ ବାରମ୍ବାର ତାରିଖ ପାଇ ଜଣେ ବ୍ୟକ୍ତି କ୍ରୋଧିତ ହୋଇଯାଇଥିଲେ । ତାଙ୍କର କ୍ରୋଧର ପରିମାଣ ଏତେ ଥିଲା ଯେ ସେ କୋର୍ଟ ରୁମର କମ୍ପ୍ୟୁଟର ଓ ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ । କେବଳ ଏତିକି ନୁହେଁ ବିଚାରପତିଙ୍କ ବସିବା ସ୍ଥାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ ସେ ହିନ୍ଦୀ ଫିଲ୍ମ 'ଦାମିନୀ'ରୁ (Damini) ପ୍ରସିଦ୍ଧ ଡାଇଲଗ 'ତାରିଖ ପେ ତାରିଖ'ର (Tareekh Pe Tareekh) ପୁନରାବୃତ୍ତି କରିବା ସହ ପାଟି କରି ଚାଲିଥିଲେ ।
ଏହି ଘଟଣା ୧୭ ଜୁଲାଇରେ କରକରଡୋମା କୋର୍ଟର (karkardooma court) ୬୬ ନମ୍ବର କୋଠରୀରେ ଘଟିଥିଲା । ବାରମ୍ବାର ବିଚାର ପ୍ରକ୍ରିୟା ଚାଲିଥିବାରୁ ନ୍ୟାୟ ପାଇବାରେ ବିଳମ୍ବକୁ ନେଇ ଅଭିଯୋଗକାରୀ ରାକେଶ କ୍ରୋଧିତ ହୋଇଥିଲେ । ଦିଲ୍ଲୀ ପୋଲିସ କହିଛି ଯେ ଯେତେବେଳେ କୋର୍ଟ ପରିସରର ରିଡର ତାଙ୍କୁ ଦୀର୍ଘ ସମୟ ପରେ ଶୁଣାଣି ପାଇଁ ଏକ ପରବର୍ତ୍ତୀ ତାରିଖ ଦେଇଥିଲେ ସେତେବେଳେ ସେ ନିଜର ହିତୟତ ଜ୍ଞାନ ହରାଇ ବସିଥିଲେ । ୨୦୧୬ ରୁ ତାଙ୍କ ମାମଲା ବିଚାରାଧୀନ ଅବସ୍ତାରେ ଅଛି ।
ଅଧିକ ପଢ଼ନ୍ତୁ: ମୋବାଇଲ୍ ଚୋରି ହେଲେ ଏହାକୁ ଫେରସ୍ତ ଦେବାକୁ ସରକାର କରିବେ ସାହାଯ୍ୟ, କେବଳ କରନ୍ତୁ ଏହି କାମ
ପୋଲିସ କହିଛି ଯେ ସେ ହିନ୍ଦୀ ଫିଲ୍ମ 'ଦାମିନୀ'ରୁ ପ୍ରସିଦ୍ଧ ଡାଇଲଗ 'ତାରିଖ ପେ ତାରିଖ'ର (Tareekh Pe Tareekh) ପୁନରାବୃତ୍ତି କରିବା ସହ ପାଟି କରି ଚାଲିଥିଲେ । ଏହା ମଧ୍ୟ କହିଛନ୍ତି ଯେ ବିଚାରପତିମାନେ ତାଙ୍କ କଥା କେବେ ଶୁଣନ୍ତି ନାହିଁ । ଏହା ପରେ ସେ କୋର୍ଟ କର୍ମଚାରୀଙ୍କ କମ୍ପ୍ୟୁଟର, ଆସବାବପତ୍ର ଓ ବିଚାରପତିଙ୍କ ଆସନ ଭାଙ୍ଗିବା ଆରମ୍ଭ କରିଥିଲେ ।
ଅଧିକ ପଢ଼ନ୍ତୁ: ପିଲାମାନଙ୍କର ଟିକାକରଣକୁ ନେଇ ଆସିଲା ବଡ଼ ଖବର, AIIMS ନିର୍ଦ୍ଦେଶକ କହିଲେ କେବେ ଦିଆଯିବ ଟିକା
ଏହି ହଙ୍ଗାମା ପରେ ରାକେଶଙ୍କୁ ଅସଭ୍ୟ ବ୍ୟବହାର, ଅପରାଧୀକ ଧମକ ଓ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ଓ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ପୋଲିସ ଗିରଫ କରିଥିଲା । ଏହା ପରେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ । ''ତାରିଖ ପେ ତାରିଖ'' ଦାମିନୀ ଫିଲ୍ମର କୋର୍ଟ ପରିସରରେ ଅଭିନେତା ସନ୍ନି ଦେଓଲଙ୍କ ଦ୍ୱାରା କୁହାଯାଇଥିବା ଏକ ପ୍ରସିଦ୍ଧ ଡ଼ାଇଲଗ ।