IIFL ଲୁଟ ମାମଲା; ବିବାହ ଦିନ ବନ୍ଧା ହେଲା ବର
Advertisement

IIFL ଲୁଟ ମାମଲା; ବିବାହ ଦିନ ବନ୍ଧା ହେଲା ବର

ହାତଗଣ୍ଠି ପୂର୍ବରୁ ପଡିଲା ହ୍ୟାଣ୍ଡକପ୍‌। IIFL ଲୁଟ ମାଲମଲାରେ ଲିଙ୍କ୍ ନେଇ ବାହାଘର ପୂର୍ବରୁ ବ୍ରାଞ୍ଚ ମ୍ୟାନେଜର ପିତାମ୍ୱରଙ୍କୁ ପୋଲିସ ଗିରଫ କରିଛି। 

ବିବାହ ଦିନ ବନ୍ଧା ହେଲା ବର

ଜଗନ୍ନାଥ ପାତ୍ର, କଟକ: ଯେଉଁ ହାତରେ ହାତଗଣ୍ଠି ପଡିବା କଥା ସେହି ହାତରେ ପଡିଛି ହେଣ୍ଡକପ୍‌। ବେଦିରେ ବସିବା ପୂର୍ବରୁ ଜେଲ ଗଲା ବର। ସେହି ବର ହେଉଛି କଟକ ବଜ୍ରକବାଟି ସ୍ଥିତ ମାନାପୁରମ ଗୋଲ୍ଡ ଲୋନ (Manapuram Gold Loan) ସଂସ୍ଥାର ମ୍ୟାନେଜର ପିତାମ୍ୱର ସାହୁ। IIFL ସଂସ୍ଥାରୁ ସୁନା ହେରଫେର ଘଟଣାରେ ମାନାପୁରମର ଲିଙ୍କ ଆଧାରରେ ପିତାମ୍ୱରଙ୍କୁ ଗିରଫ କରାଯାଇଛି। 

IIFL ସୁନାଗହଣା ଲୁଟ ଘଟଣା ପରେ ବନ୍ଧକ ସୁନାର ହେରଫେର ବଡ ରେକ୍ୟାଟ୍‌  (loot racket) ପୋଲିସ ହାତରେ ଲାଗିଥିଲା। ଏପିରିକି ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ଅନେକ ବ୍ୟକ୍ତି ଏହି ସୁନା ହେରଫେର ମୟାଜାଲରେ ଛନ୍ଦି ହୋଇଥିଲେ। ତେବେ ହାତଗଣତି କିଛି ଲୋକଙ୍କ ମଧ୍ୟରେ ଥିଲା ପିତାମ୍ୱର। 

fallback

ନୟାସଡକ IIFL ବ୍ରାଞ୍ଚରୁ ଅମ୍ରିତ ଲୋକଙ୍କ ବନ୍ଧକ ସୁନାଗହଣା ଆଣି ବଜ୍ରକବାଟିସ୍ଥିତ ମାନାପୁରମରେ ପୁଣି ବନ୍ଧକ ରଖି ଟଙ୍କା ଋଣ ଆକରରେ ନେଉଥିଲେ। ଲାଲା ଅମ୍ରିତ IIFLପୂର୍ବରୁ ମାନାପୁରମରେ ଚାକିରି କରିଥିବା ସମୟରୁ ହିଁ ପିତାମ୍ୱର ସହିତ ସମ୍ପର୍କ ରହିଥିବା ପୋଲିସ ସୁତ୍ରରୁ ସୂଚନା ମିଲିଛି।

Also read- ଅଣ୍ଟି ଛୁରୀ ତଣ୍ଟି କାଟିଲା, IIFL ଫାଇନାନ୍ସ ଲୁଟର ମାଷ୍ଟର ମାଇଣ୍ଡ ଅଫିସ ଷ୍ଟାଫ୍

fallback

କଟକ କମିଶନରେଟ ପୋଲିସ (Cuttack  Police)ପକ୍ଷରୁ ଲୁଟ ଘଟଣାର ତଦନ୍ତ ବେଳେ ଲାଲା ଅମ୍ରିତ ରାୟର ମାଷ୍ଟରମାଇଣ୍ଡ କଥା ସାମ୍ମନାକୁ ଆସିଥିଲା। ଏହାପରେ ଅମ୍ରିତ ଅନେକ କଥା ପୋଲିସ ଆଗରେ ଓଗାଲାଇଥିଲା। ପରେ ଗୁରୁବାର ୧୨ ଘଣ୍ଟା କାଳ ବଜ୍ରକବାଟିସ୍ଥିତି ମନାପୁରମ ଗୋଲ୍ଡ ଲୋନ ସଂସ୍ଥା ଉପରେ ପୋଲିସର ଏକ ଟିମ ଚଡାଉ କରିଥିଲା।

Also read- IIFL ବ୍ୟାଙ୍କ ଲୁଟ: ଲୁଟ ପଛର ଗହୀର କାହାଣୀ କହିଲେ ଏସପି

fallback

 ସେଠାରେ ଛାନବିନ ସମୟରେ ୧୦ କିଲୋରୁ ଅଧିକ ସୁନା ମିଲିଥିଲା। ଏହି ସୁନା ଗହଣାର ଅଧିକାଂଶ ତଥ୍ୟ ବ୍ରାଞ୍ଚରେ ନଥିବା ବେଳେ ମ୍ୟାନେଜର ଉପରକୁ ସନ୍ଦେହ ବଢିଥିଲା। ଏପିରିକି ବ୍ରାଞ୍ଚର ମ୍ୟାନେଜର ରହିଥିବା ପିତାମ୍ୱର ମଧ୍ୟ ସେ ଭଳି କୌଣସି ତଥ୍ୟ ପୋଲିସକୁ ଦେଇପାରିନଥିଲେ। ଯାହାଫଳରେ ଗୁରୁବାର ସୁନା ଗହଣା ହେରଫେର ଲିଙ୍କରେ ବାହାଘର ପୂର୍ବରୁ ପିତାମ୍ୱର ସାହୁଙ୍କୁ ଗିରଫ କରାଯାଇଛି।