ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରାଯାଇଛି!
Advertisement
Article Detail0/zeeodisha/odisha882433

ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରାଯାଇଛି!

ବୁର୍ଲା ମେଡିକାଲରେ ମିଳିଥିବା ରେକର୍ଡକୁ ଅନୁଧ୍ୟାନ କଲେ ଯୋଜନାବଦ୍ଧ ଭାବେ ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରାଯାଇଥିବା ଅଭିଯୋଗ ସତ ଲାଗୁଛି।

ଡିଜାଇନ ଫଟୋ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ସାମନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ହାଇଦରକୁ ଚିକିତ୍ସା ବାହାନାରେ ଫେରାର କରିବାକୁ ସମ୍ବଲପୁରରୁ କଟକ ଅଣାଯାଇଥିଲା! ଏହି ଷଡଯନ୍ତ୍ର ପୋଲିସ ପକ୍ଷରୁ ସ୍ପଷ୍ଟ କାରାଯାଇ ନାହିଁ। କନ୍ତୁ ବୁର୍ଲା ମେଡିକାଲରେ ମିଳିଥିବା ରେକର୍ଡକୁ ଅନୁଧ୍ୟାନ କଲେ ଯୋଜନାବଦ୍ଧ ଭାବେ ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରାଯାଇଥିବା ଅଭିଯୋଗ ସତ ଲାଗୁଛି। 

ଗତ ୧୨ ଦିନ ତଳେ ଅସୁସ୍ଥ ହେବାରୁ ହାଇଦର (Gangster Hider) କୁ କଟକ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁର୍ଲା ହସ୍ପିଟାଲରୁ ତାକୁ କଟକ ଅଣାଯାଇଥିବା କୁହାଯାଉଛି। ତେବେ ଶନିବାରରେ ସେ SCB ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନରୁ ଚମ୍ପଟ ମାରିଥିଲା। ତାକୁ ଜଗିବା ପାଇଁ ସମ୍ବଲପୁର (Sambalpur) ର ଜଣେ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ଥିଲେ। କିନ୍ତୁ ସୁରକ୍ଷା କର୍ମୀଙ୍କୁ ନିଶା ଦେଇ, ଧକ୍କା ମାରି ହାଇଦର ଫେରାର (Escapes) ହୋଇଯାଇଛି ବୋଲି ଜେଲ ଡିଜି କହିଛନ୍ତି। 

Also Read: କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଦୁଇ ମୁଣ୍ଡିଆ ଶିଶୁ କନ୍ୟା

ଗ୍ୟାଙ୍ଗଷ୍ଟର ହାଇଦର ସେକ୍ (Haider Sheikh) ଫେରାର ଘଟଣା କୌଣସି ଫଲ୍ମୀ କାହଣୀଠୁ କମ ନୁହେଁ। ସେ ଯେଉଁ ପ୍ରକାରରେ ହସ୍ପିଟାଲରୁ ଟମ୍ପଟ ମାରିଛି ତାହାକୁ ନେଇ ସନ୍ଦେହ ଜାତ ହେଉଥିବା ବେଳେ ବୁର୍ଲା ମେଡିକାଲ (Burla Hospital) ରେଜିଷ୍ଟର ତାହାକୁ ଦୃଢୀଭୁତ କରୁଛି। ବୁର୍ଲା ମେଡିକାଲର ମେଡିସିନ, ନ୍ୟୁରୋଲୋଜି, ସର୍ଜରୀ ବିଭାଗର ରେଜିଷ୍ଟରରେ ହାଇଦରର ନାଁ ନାହିଁ। ମାର୍ଚ୍ଚ ମାସରେ ଥରୁଟିଏ ମଧ୍ୟ ସେ ବୁର୍ଲା ମେଡିକାଲ ଯାଇନାହିଁ।

ଶେଷଥର ପାଇଁ ଡିସେମ୍ବର ୧୨ରେ ହାଇଦର, ବୁର୍ଲା ମେଡିକାଲ ଯାଇଥିଲା। ତାକୁ ସର୍ଜରୀ ବିଭାଗ, ଓପିଡିରେ ଡାକ୍ତରଙ୍କୁ ଦେଖାଯାଇଥିଲା। ତେବେ SCB ଯାଇ ଚିକିତ୍ସା କରିବାକୁ ବୁର୍ଲା ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ବିଧିବଦ୍ଧ ଭାବେ ସେ SCBକୁ ରେଫର କରିନଥିଲେ। ଆଉ ମାର୍ଚ୍ଚ ୨୩ରେ ହାଇଦରକୁ ସିଧାସଳଖ ଜେଲରୁ SCB ଅଣାଯାଇଥିଲା। ଆଉ SCB ଆଣିବା ପାଇଁ ସମ୍ବଲପୁର ଜେଲ ଭିତରେ ହିଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି। 

Also Read: କେତେ ଭିତରେ ଦଲାଲରାଜ୍ ଚେର ?

ବୁର୍ଲା ମେଡିକାଲ ରେଜିଷ୍ଟରର ଏହି ସବୁ ତଥ୍ୟ ପରେ ଏବେ ଜେଲ କର୍ତ୍ତୃପକ୍ଷଙ୍କ ଉପରେ ସନ୍ଦେହ ଜାତ ହୋଇଛି। କେଉଁ କାରଣରୁ ଓ କାହା ନିର୍ଦ୍ଦେଶରେ ହାଇଦରକୁ  SCB ଅଣାଗଲା? ହାଇଦରକୁ ଫେରାର କରାଯାଇଛି ନା ସେ ଫେରାର ହୋଇଛି? ଏଥିରେ କେଉଁ ବରିଷ୍ଠ ଅଧିକାରୀଙ୍କ ହାତ ଅଛି? କଟକରେ କାହା ସହାୟତାରେ ସେ ଫାରାର ହେଲା? ବାରିମୂଳ ଉପକାରାଗାରରୁ ଚୌଦ୍ୱାର ଜେଲ ଦେଇ ସମ୍ବଲପୁର ପହଂଚିଥିବା ଗ୍ୟାଙ୍ଗଷ୍ଟରକୁ କେମିତି ଜଣେ ସୁରକ୍ଷା କର୍ମୀଙ୍କ ଭରସାରେ ଛଡାଗଲା? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି।

ସେପଟେ ଫେରାର ହାଇଦରକୁ ଧରିବା ପାଇଁ ପୋଲିସ ହାଇଆଲର୍ଟ ଜାରି କରିଛି। ବିଭିନ୍ନ ସୀମାରେ ନାକାବାନ୍ଦୀ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ହାଇଦରର କୌଣସି ପତ୍ତା ମିଳିନାହିଁ। ସେପଟେ ହାଇଦର ସୁରକ୍ଷା ଦାୟିତ୍ୱରେ ଥିବା ୬ ପୋଲିସ କର୍ମୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ କରାଯାଇଛି। ସସ୍‌ପେଣ୍ଡ ହୋଇଥିବା ପୋଲିସ କର୍ମୀମାନେ ହେଲେ- ରମେଶ ଚନ୍ଦ୍ର ଦେହୁରୀ (ହାବିଲଦାର), ବୁଲବୁଲ ସାହୁ (କନେଷ୍ଟବଳ), ଦୀପକ ସାହୁ (କନେଷ୍ଟବଳ), ଏମଡି ମୌସୁମ (କନେଷ୍ଟବଳ), ଉମାକାନ୍ତ ବେହରା (କନେଷ୍ଟବଳ), ସୁଦର୍ଶନ ମାଝି (କନେଷ୍ଟବଳ) ରହିଛନ୍ତି।