ରୋଷେଇ କଲାବେଳେ ଫୁଟୁଥିବା ଚିକେନ୍ ସୁପ୍ ହାଣ୍ଡିରେ ପଡିଗଲେ ରୋଷେୟା, ତାପରେ...
Advertisement

ରୋଷେଇ କଲାବେଳେ ଫୁଟୁଥିବା ଚିକେନ୍ ସୁପ୍ ହାଣ୍ଡିରେ ପଡିଗଲେ ରୋଷେୟା, ତାପରେ...

ପାଦ ଖସିଯିବା ହେତୁ ଗରମ ଚିକେନ୍ ସୁପ୍ ପ୍ୟାନରେ ପଡ଼ିଗଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ଚେଷ୍ଟା କରି ସୁଦ୍ଧା ତାଙ୍କୁ ବଞ୍ଚାଇପାରି ନଥିଲେ।

ପ୍ରତିକାତ୍ମକ ଫଟୋ

ବାଗଦାଦ: ଇରାକରେ ବିବାହ ଉତ୍ସବରେ ମର୍ମନ୍ତୁଦ ଦୁର୍ଘଟଣା। ରୋଷେୟା ତାଙ୍କ ପାଦ ଖସିଯିବା ହେତୁ ଗରମ ଚିକେନ୍ ସୁପ୍ ପ୍ୟାନରେ ପଡ଼ିଗଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ଚେଷ୍ଟା କରି ସୁଦ୍ଧା ତାଙ୍କୁ ବଞ୍ଚାଇପାରି ନଥିଲେ। ଏହି ଘଟଣା ପରେ ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡ଼ିକର ରୋଷେଇ ଘରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବିତର୍କ ଆରମ୍ଭ ହୋଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଇରାକ (Iraq) ର ଜାଖୋ ଜିଲ୍ଲାର ହାଜେଲ ହଲରେ ୨୫ ବର୍ଷିୟ ରୋଷେୟା ଇସା ଇସ୍ମାଇଲ ବିବାହ ଭୋଜି ପାଇଁ ଖାଦ୍ୟ ରାନ୍ଧୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ହଠାତ୍ ତାଙ୍କ ପାଦ ଖସିଗଲା ଏବଂ ସେ ସିଧା ଫୁଟୁଥିବା ସୁପ୍ (Chicken Soup) ହାଣ୍ଡିରେ ପଡ଼ିଗଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେ ପାଞ୍ଚ ଦିନ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରିଥିଲେ, କିନ୍ତୁ ବଞ୍ଚିପାରି ନଥିଲେ। ଇସ୍ମାଇଲଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇ ଥିଲା।

Also Read: ଜାମ୍ମୁ କାଶ୍ମୀର ରାଜପୋରାରେ ଏନକାଉଣ୍ଟର: ଘେରାବନ୍ଦୀରେ ୪ ଆତଙ୍କୀ, ଜଣେ ଯବାନ ଶହୀଦ

ଇସା ଇସ୍ମାଇଲ ଗତ କିଛି ବର୍ଷ ଧରି ରୋଷେୟା (Chef) ଭାବରେ କାର୍ଯ୍ୟ କରୁଥିଲେ। ମୃତଙ୍କ ସମ୍ପର୍କୀୟ କହିଛନ୍ତି ଯେ ଇସ୍ମାଇଲ୍ ବିଭିନ୍ନ ଉତ୍ସବରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ସମ୍ପ୍ରତି, ସେ ଦୁଇଟି ପାର୍ଟିରେ କାମ କରୁଥିଲେ, ଯେଉଁଥିପାଇଁ ସେ ଦିନକୁ ୨୫୦୦୦ ଡିନାର ପାଉଥିଲେ। ଇସ୍ମାଇଲଙ୍କର ତିନୋଟି ସନ୍ତାନ ଅଛନ୍ତି, ଯେଉଁମାନେ ଏହି ଦୁର୍ଘଟଣା ପରେ ବାପ ଛେଉଣ୍ଡ ହୋଇଯାଇଛନ୍ତି। ଦୁର୍ଘଟଣାର ୫ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି। କୁର୍ଦ୍ଦ ଏବଂ ଇରାକ ସୋସିଆଲ ମିଡିଆରେ ଏ ବିଷୟରେ ଏକ ବିତର୍କ ଚାଲିଛି। ଲୋକମାନେ କହିଛନ୍ତି ଯେ, ରେଷ୍ଟୁରାଣ୍ଟ ଏବଂ ହୋଟେଲର ରୋଷେଇ ଘରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ୍। କେତେକ ୟୁଜର୍ସ କହିଛନ୍ତି ଯେ, ଅଧିକାଂଶ ହୋଟେଲରେ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉ ନାହିଁ, ଯେଉଁ କାରଣରୁ ଏପରି ଦୁର୍ଘଟଣା ଘଟୁଛି।