ଯୁବକ ଉପରେ ଚଢିଗଲା ଲୌହ ଦାନବ
Advertisement
Article Detail0/zeeodisha/odisha820321

ଯୁବକ ଉପରେ ଚଢିଗଲା ଲୌହ ଦାନବ

କଣ୍ଟାପାଲି ନିକଟ ରେଳ ଧାରଣା (rail line) ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟପାଣି ଅଞ୍ଚଳର ୩୪ ବର୍ଷୀୟ ରାଜକୁମାର ଖଡ଼ିଆ ବୋଲି ଚିହ୍ନଟ କରାଯାଇଛି। 

ଯୁବକ ଉପରେ ଚଢିଗଲା ଲୌହ ଦାନବ

ମୁକେଶ ପ୍ରଧାନ, ଝାରସୁଗୁଡା: ଜିଲ୍ଲାର BTM ଥାନା ଅନ୍ତର୍ଗତ କଣ୍ଟାପାଲି ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମାଲଗାଡି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ଖୁଣ୍ଟପାଣି ଅଞ୍ଚଳର ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ଶନିବାର ମଧ୍ୟାହ୍ଣରେ କଣ୍ଟାପାଲି ନିକଟ ରେଳ ଧାରଣା (rail line) ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟପାଣି ଅଞ୍ଚଳର ୩୪ ବର୍ଷୀୟ ରାଜକୁମାର ଖଡ଼ିଆ ବୋଲି ଚିହ୍ନଟ କରାଯାଇଛି। ମାଲବାହୀ ଟ୍ରେନ (Goods Train) ଧକ୍କାରେ ତାଙ୍କ ମୃତ୍ୟୁ ହୋଇଛି। ଗୋପାଳପୁର (Gopalpur)  କୋଇଲାଖଣିରୁ ବେଦାନ୍ତ (Vedanta) କାରଖାନାକୁ ଆସୁଥିବା କୋଇଲା ବୋଝେଇ ଟ୍ରେନ (Train Accident) ରାଜକୁମାରଙ୍କୁ ପିଟିଥିଲା।

Also Read: 'ଟିକେ ଭୁଲ ହେଇଥିଲା ବୋଲି ହାଣି ଦେଲି'

ଘଟଣାସ୍ଥଳରେ RPF, GRP ଓ  BTM ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲାର ତଦନ୍ତ କରୁଛନ୍ତି। ତେବେ ପୋଲିସର ପ୍ରଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରୁ କୌଣସି ସୁଇରାଇଟ ନୋଟ କିମ୍ବା ସନ୍ଦେହ ଜନକ ବସ୍ତୁ ମିଳନିଥିବା ପୋଲିସ କହିଛି।