ହତ୍ୟାକାଣ୍ଡରେ ଫୁଲଝର ରୁଗୁଡି ସାହିର ମତି ମୁଣ୍ଡାକୁ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ବି ଜବତ କରାଯାଇଛି।
Trending Photos
କେନ୍ଦୁଝର: ଜିଲ୍ଲା଼ର ନୂଆକୋଟ ଥାନା ଫୁଲଝର ରୁଗୁଡି ସାହିରେ ବୁଧବାର ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ବିଲକୁ ଯାଉଥିବା ବେଳେ ଗାଁର ଦାମୋଦର ମୁଣ୍ଡାକୁ ବିଭତ୍ସଭାବେ ହତ୍ୟା କରାଯାଇଛି। ଧର୍ମ ପରିବର୍ତ୍ତନ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନାନୁସାରେ, ଫୁଲଝର ରୁଗୁଡି ସାହିରେ ନିକଟ ଅତିତରେ ୩ଟି ପରିବାର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି। ଏହି ଧର୍ମ ପରିବର୍ତ୍ତନକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗି ରହୁଥିଲା। ଯାହା ଗୁରୁବାର ହତ୍ୟାକାଣ୍ଡର ରୂପ ନେଇଛି। ଦାମୋଦର ମୁଣ୍ଡା ସେହି ଗାଁର ହିନ୍ଦୁ (Hindu) ଙ୍କ ପ୍ରତିନିଧିତ୍ୱ କରୁଥିଲେ। ଆଉ ସେଥିପାଇଁ କ୍ରୋଧ ରଖି ତିନି ଜଣ ଗୁରୁବାର ଦାମଦୋରକୁ ଗାଁଦାଣ୍ଡରେ ଗୋଡାଇ ଗୋଡାଇ ହାଣିଛନ୍ତି।
Also Read: Pari Murder Case: SITକୁ ଅଡୁଆରେ ପକାଇଛି ନୟାଗଡ ପୋଲିସ
ସାହିବାସୀଙ୍କ କହିବା ହେଲା, ଗାଁରେ ଖ୍ରୀଷ୍ଟିଆନ ଧର୍ମାଲମ୍ବୀମାନେ ଗୀର୍ଜା ପ୍ରାର୍ଥନା କରନ୍ତି। ଆଉ ସବୁବେଳେ ଗାଁକୁ ଦୁଇ ଖଣ୍ଡ କରିବାକୁ ଧମକ ଦିଅନ୍ତି। ଦାମୋଦର ମୁଣ୍ଡା ଏହାର ବିରୋଧ କରୁଥିବାରୁ ଆଜି ତାଙ୍କୁ ହତ୍ୟା (murder) କରାଯାଇଛି। ଏଥିରେ ଗାଁର ଖ୍ରୀଷ୍ଟିଆନଙ୍କ ସମ୍ପୃକ୍ତି ଅଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ପୋଲିସ (Kendujhar police) ଏହି ହତ୍ୟାକାଣ୍ଡରେ ଫୁଲଝର ରୁଗୁଡି ସାହିର ମତି ମୁଣ୍ଡାକୁ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ବି ଜବତ କରାଯାଇଛି। ସେପଟେ ଅଭିଯୁକ୍ତ ମତି କହିଛନ୍ତି, ଟିକିଏ ଭୁଲ ଥିଲା ବୋଲି ଦାମଦୋରଙ୍କୁ ହାଣି ଦେଇଛି।