ପରପୁରୁଷ ପାଇଁ ପୁଅକୁ ମାରି ପୋତି ଦେଲା ମାଆ, ଏମିତି ସାମନାକୁ ଆସିଲା ଘଟଣା
Advertisement
Article Detail0/zeeodisha/odisha1378565

ପରପୁରୁଷ ପାଇଁ ପୁଅକୁ ମାରି ପୋତି ଦେଲା ମାଆ, ଏମିତି ସାମନାକୁ ଆସିଲା ଘଟଣା


Mother kill son in Kendrapara: ସୋମବାର ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଇଥିଲା। ତେବେ ପୋଲିସ ସାଇଣ୍ଟଫିକ ଟିମ ମାଜିଷ୍ଟ୍ରେଟଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ପୁତ୍ରର ଶବ ଉଦ୍ଧାର କରିବା ସହିତ ସହିତ ତଦନ୍ତ ଜାରି ରଖିଛି।

ପରପୁରୁଷ ପାଇଁ ପୁଅକୁ ମାରି ପୋତି ଦେଲା ମାଆ, ଏମିତି ସାମନାକୁ ଆସିଲା ଘଟଣା

Mother kill son in Kendrapara, କେନ୍ଦ୍ରାପଡା: ପରପୁରୁଷ ପ୍ରେମରେ ପାଗଳ ହେଲେ ବିବାହିତ ମହିଳା। ଆଉ ଅନୈତିକ ପ୍ରେମରେ କଣ୍ଟା ସାଜିଥିଲା ସାନ ପୁଅ। ଶେଷରେ ପ୍ରେମିକ ସହ ମିଶି ନିଜ ଜନ୍ମକଲା ପୁଅକୁ ମାରି ପୋତିଦାଲା। ରବିବାର ମାଟିତଳୁ ଶବ ଉଦ୍ଧାର କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ମାମଲାର ତଦନ୍ତ ଚଳାଇଛି। ତେବେ ଏଭଳି ଲୋମହର୍ଷଣକାରୀ ଘଟଣା କେନ୍ଦ୍ରାପଜାର ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ମାଟିଆପଡା ଗାଁରେ ଘଟିଛି। 

ଦୁହିଡିପୁର ଗାଁର ସସ୍ମିତା ନାଥ ମାଟିଆପଡା ଗାଁର ସୁକାନ୍ତ ନାଥଙ୍କୁ ବିବାହ କରିଥିଲେ। ସସ୍ମିତାଙ୍କ ତିନୋଟି ପିଲା ଥିବାବେଳେ ସ୍ୱାମୀ ସୁକାନ୍ତ ବାହାରେ କାମ କରିବାକୁ ଯାଇଥିଲେ। ତେବେ ସ୍ୱାମୀଙ୍କ ଅନୁପସ୍ଥିତରେ ସସ୍ମିତା ଗୁପ୍ତିରା ଗାଁର ଲଷ୍ମୀଧର ବାଇଙ୍କୁ ପ୍ରେମ କରିବସିଥିଲେ। ଦୀର୍ଘ ଦିନ ଧରି ସସ୍ମିତା ଓ ଲଷ୍ମୀଧରଙ୍କ ସହ ନିବିଡ଼ ସମ୍ପର୍କ ଗଢି ଉଠିଥିଲା। ଶେଷରେ ଦୁହେଁ ଘର ଓ ପରିବାର ଛାଡି ବିବାହ କରି ଅନ୍ୟତ୍ର ରହିବେ ବୋଲି ନିଷ୍ପତି ନେଇଥିଲେ। 

Also Read: ଓଲିଉଡରେ ଆଲୋଡ଼ନ: ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ

ସସ୍ମିତାଙ୍କ ବଡ଼ ପୁଅ ଓ ଝିଅ ମାମୁଁ ଘରେ ଛାଡି ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସସ୍ମିତାଙ୍କ ପ୍ରେମରେ କଣ୍ଟା ହେଉଥିଲା ତିନି ବର୍ଷର ସାନ ପୁଅ। ତେବେ ସାନ ପୁଅକୁ ନେଇ ବିଭିନ୍ନ ସମୟରେ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଶେଷରେ ସାନ ପୁଅକୁ ରାସ୍ତାରୁ ହଟାଇବାକୁ ସସ୍ମିତା ନିଷ୍ପତି ନେଇଥିଲେ। କୋମଳମତି ନିରୀହ ନିଷ୍ପାପ ଶିଶୁ ନିଜ ମାଆର ପ୍ରେମ ପାଇଁ ବଳି ପଡିଥିଲା। ଆଉ ହତ୍ୟା କରିବା ପରେ ନାଟକୀୟ ଢଙ୍ଗରେ ପୁଅ ଛାତ ଉପରୁ ପଡି ଯାଇଥିବା କହି ମେଡିକାଲ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ କାହାକୁ କିଛି ନଜଣାଇ ଶିଶୁ ପୁତ୍ରକୁ ପୋତି ଦେଇଥିଲେ। 

ତେବେ ରବିବାର ଲଷ୍ମୀଧର ସସ୍ମିତାଙ୍କ ବାପ ଘରକୁ ଯାଇଥିବା ସମୟରେ ସସ୍ମିତାଙ୍କ ପୁଅ ଓ ଝିଅ ଅଭିଯୁକ୍ତ ଲଷ୍ମୀଧରକୁ ଚିହ୍ନିବା ସହିତ ନିଜ ମାମୁଁ ଘରେ କହିଥିଲେ। ଆଉ ପରେ ମାମୁଁ ଘର ଲୋକେ ଓ ଗ୍ରାମବାସୀ ଲଷ୍ମୀଧରଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଅଭିଯୁକ୍ତ ଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ସତ୍ୟା ସତ୍ୟ ସାମ୍ନାକୁ ଆସିଥିଲା। ତେବେ ସୋମବାର ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଇଥିଲା। ତେବେ ପୋଲିସ ସାଇଣ୍ଟଫିକ ଟିମ ମାଜିଷ୍ଟ୍ରେଟଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ପୁତ୍ରର ଶବ ଉଦ୍ଧାର କରିବା ସହିତ ସହିତ ତଦନ୍ତ ଜାରି ରଖିଛି।