Pari Murder Case: SITକୁ ଅଡୁଆରେ ପକାଇଛି ନୟାଗଡ ପୋଲିସ
Advertisement

Pari Murder Case: SITକୁ ଅଡୁଆରେ ପକାଇଛି ନୟାଗଡ ପୋଲିସ

ସରୋଜ ବିରୁଦ୍ଧରେ SIT ଗୋଟିଏ ପରେ ଗୋଟିଏ ପ୍ରମାଣ ପାଉଛି। ପ୍ରଥମେ ପରୀର ଫ୍ରକରୁ ସିମେନ ଦାଗ ମିଳିଥିଲା। ପରେ ସରୋଜ ଘରୁ ରକ୍ତ ଲଗା ଗାମୁଛା ମିଳିଛି। ଯାହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।

Pari Murder Case: SITକୁ ଅଡୁଆରେ ପକାଇଛି ନୟାଗଡ ପୋଲିସ

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ତଦନ୍ତ କରୁଥିବା SIT ଅଭିଯୁକ୍ତକୁ ଗିରଫ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଯୋଗାଡ କରିଛି। କିନ୍ତୁ ସେହି ପ୍ରମାଣ ଗୁଡିକ ଧିରେ ଧିରେ ଦୁର୍ବଳ ହେଉଛି। ଯାହା SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ଚିନ୍ତା ବଢାଇଦେଇଛି।

ପରୀକୁ ହତ୍ୟା (Pari Murder Case) କରାଯିବାର ପ୍ରାୟ ୫ ମାସ ପରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି। ଏବେ ମଧ୍ୟ ତାର ସମ୍ପୃକ୍ତିକୁ ନେଇ ଅନେକ ସନ୍ଦେହ ରହିଛି। ସେପଟେ ସରୋଜ ବିରୁଦ୍ଧରେ SIT ଗୋଟିଏ ପରେ ଗୋଟିଏ ପ୍ରମାଣ ପାଉଛି। ପ୍ରଥମେ ପରୀର ଫ୍ରକରୁ ସିମେନ ଦାଗ ମିଳିଥିଲା। ପରେ ସରୋଜ ଘରୁ ରକ୍ତ ଲଗା ଗାମୁଛା ମିଳିଛି। ଯାହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।

Also Read: Pari Murder Case : SIT ଉପରେ ବର୍ଷିଲେ ଅଭିଯୁକ୍ତଙ୍କ ପରିବାର

ଇତି ମଧ୍ୟରେ SITକୁ ନିରାସ କରିବାଭଳି ତଥ୍ୟ ସାମନାକୁ ଆସିଛି। ପରୀର ଫ୍ରକରେ ଯେଉଁ ସିମେନ ଦାଗ ଲାଗିଥିଲା ତାହା କାହାର ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। DNA ପଦ୍ଧତିରେ ସରୋଜର ରକ୍ତ ନମୂନା ପରୀକ୍ଷା କରାଯାଇଥିଲେ ମଧ୍ୟ ରିପୋର୍ଟ ସନ୍ତୋଷ ଜନକ ମିଳିନାହିଁ। ଘଟଣାଟି ୫ ମାସ ପୁରୁଣା ହୋଇଥିବାରୁ ସଠିକ ପ୍ରମାଣ ମିଳିବା ନେଇ ଆଶଙ୍କା ରହିଛି। 

ଫରେନସିକ୍ ରିପୋର୍ଟ  SIT ପାଇଁ ଏକ ବଳିଷ୍ଠ ପ୍ରମାଣ ବୋଲି ଅରୁଣ ବୋଥ୍ରା (Arun Bothra) ଦାବି କରିଥିଲେ। ଯାହା ଏବେ ଦୁର୍ବଳ ହେଉଛି। ତେବେ ବର୍ତ୍ତମାନ ସୁଦ୍ଧା ଗାମୁଛାର ରକ୍ତ ନମୂନା ରିପୋର୍ଟ ଆସି ନାହିଁ। ଗାମୁଛାକୁ ମଧ୍ୟ ବହୁ ବାର ସାବୁନରେ ଧୁଆ ଯାଇଥିବାରୁ ତାହାର ରିପୋର୍ଟ କେତେ ଦୂର ସଠିକ ଆସିବ ତାହାକୁ ନେଇ ବି ପ୍ରଶ୍ନ ସୃଷ୍ଟି ହେଉଛି। ଏପରି କି ପୋଖରୀରୁ ମିଳିଥିବା ଲେଗିନସ୍ ମଧ୍ୟ ପରୀର ନା ଆଉ କାହାର ଜଣା ପଡି ନାହିଁ।

Also Read: 'କାଲି କରିଥିଲା ଭୁଲ୍, ଆଜି କେମିତି ହେଲା ନିର୍ଦ୍ଦୋଷ'

ଅପରାଧ (Crime) ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରଥମରୁ ହିଁ ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତରେ ନୟାଗଡ ପୋଲିସ ଅବହେଳା କରିଥିଲା। ଯାହାର ପରିଣାମ ଏବେ  SITକୁ ଭୋଗିବାକୁ ପଡୁଛି। ଯଦି ପୂର୍ବରୁ ଏହି ସବୁ ପ୍ରମାଣ ଯୋଗାଡ କରାଯାଇଥାନ୍ତା, ତେବେ ଏବେ କୌଣସି ଅସୁବିଧା ହୁଅନ୍ତା ନାହିଁ। ଏଭଳି ପ୍ରମାଣ ଗୁଡିକ ଦୁର୍ବଳ ହେଲେ ଅଭିଯୁକ୍ତ ସରୋଜ କୋର୍ଟରେ ନିର୍ଦ୍ଦେଷ ପ୍ରମାଣିତ ହୋଇପାରେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ସେପଟେ ସରୋଜ ବିରୁଦ୍ଧରେ ପ୍ରମାଣ ଖୋଜିବାରେ ଅରୁଣ ବୋଥ୍ରା ଯଥା ସମ୍ଭବ ଲାଗିପଡିଛନ୍ତି। ଫରେନ୍ସିକ ରିପୋର୍ଟ ଫେଲ ମାରିବା ଭୟ ବି ରହିଛି। ଯେଉଁଥିପାଇଁ ପରିଗ୍ରାଫ ଟେଷ୍ଟ କରାଯାଇଥିବା ସରୋଜର ବ୍ରେନ ମ୍ୟାପିଂ ପାଇଁ ଯୋଜନା ଚାଲିଛି। ସରୋଜର ରିମାଣ୍ଡ ଅବଧିର ଶେଷ ଦିନ ବୋଥ୍ରା କହିଥିଲେ ଯେ, ଅପରାଧର ସମସ୍ତ ପ୍ରମାଣ ମିଳିଛି। ତେଣୁ ତାକୁ ଆଉ ରିମାଣ୍ଡରେ ନେବା ଆବଶ୍ୟକ ନାହିଁ। ଏବେ ଏଭଳି ସ୍ଥିତି ଦେଖିଲେ ଲାଗୁଛି  SIT ପୁଣି ଥରେ ସରୋଜକୁ ରିମାଣ୍ଡରେ ନେବାକୁ ଆବେଦନ କରିବ।