ଗରିବ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ମହିଳା ସଂଗଠନ!
Advertisement
Article Detail0/zeeodisha/odisha923315

ଗରିବ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ମହିଳା ସଂଗଠନ!

ଅନେକ ସମୟରେ ଏପରି ବ୍ୟକ୍ତି ଠକାମୀର ଶିକାର ହୁଅନ୍ତି ଯାହା ପାଖରେ ଅନେକ ଟଙ୍କା ଥାଏ। ହେଲେ ଏଠି ଏମିତି ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି ଯୋଉମାନେ ଆର୍ଥିକ ରୂପରେ ଦୁର୍ବଳ। ଏଥର ଠକାମୀର ଶିକାର ହୋଇଛନ୍ତି ୭୦ ବର୍ଷୀୟା ବିଧବା, ହୃଦରୋଗୀ ମହିଳା, ପରିବାରରେ ସ୍ୱାମୀ କାମ ନ କରୁଥିବାରୁ ପରିବାରକୁ ସମ୍ଭାଳୁଥିବା ମହିଳା। 

ଗରିବ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ମହିଳା ସଂଗଠନ!

ଝାରସୁଗୁଡ଼ା: ଲକଡାଉନରେ ମାତିଛନ୍ତି ଠକ। ଜିଲ୍ଲାରେ ଠକେଇ କରି ଲୋକଙ୍କୁ ଠାରୁ ଲୁଟିବାର ଅନେକ ଘଟଣା ସାମନାକୁ ଆସିଛି। ହେଲେ ଏଥର ଲୁଟିବାର ପ୍ରକ୍ରିୟା ଟିକେ ଭିନ୍ନ। କୌଣସି ଧନୀକଶ୍ରେଣୀର ବ୍ୟକ୍ତି ନୁହଁ ଗରିବ ମହିଳାମାନେ ଲୁଟର ଶିକାର ହୋଇଛନ୍ତି।

ଅନେକ ସମୟରେ ଏପରି ବ୍ୟକ୍ତି ଠକାମୀର ଶିକାର ହୁଅନ୍ତି ଯାହା ପାଖରେ ଅନେକ ଟଙ୍କା ଥାଏ। ହେଲେ ଏଠି ଏମିତି ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି ଯୋଉମାନେ ଆର୍ଥିକ ରୂପରେ ଦୁର୍ବଳ। ଏଥର ଠକାମୀର ଶିକାର ହୋଇଛନ୍ତି ୭୦ ବର୍ଷୀୟା ବିଧବା, ହୃଦରୋଗୀ ମହିଳା, ପରିବାରରେ ସ୍ୱାମୀ କାମ ନ କରୁଥିବାରୁ ପରିବାରକୁ ସମ୍ଭାଳୁଥିବା ମହିଳା। 

Also Read: ରାଜ୍ୟରେ ତୃତୀୟ ଲହର ଆଶଙ୍କା: କ'ଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ DMET ନିର୍ଦ୍ଦେଶକ?

ସମାଜ ସେବିକା ମହିଳା ସଂଗଠନର ସଭାନେତ୍ରୀ ଜିଲ୍ଲାର ଅନେକ ଗାଁ ଗାଁ ବୁଲି ଏପରି ମହିଳାଙ୍କୁ ନିଜର ସଂଗଠନରେ ସାମିଲ କରିଥିଲେ ଯାହାକୁ ଆବଶ୍ୟକ ସବୁଠାରୁ ଅଧିକ ସାହାଯ୍ୟ ଦରକାରଥିଲା। ଏଭଳି ଦୁର୍ବଳ, ବୟସ୍କା, ରୁଗ୍ଣ, ଶାରୀରିକ ଅକ୍ଷମ ମହିଳାମାନଙ୍କୁ ନେଇ ଗୋଟିଏ ଟିମ ଗଠନ କରିଥିଲେ। ଏହି ଟିମରେ ଯୋଡ଼ିହେଲେ ମାସିକ ୧୦ ହଜାର ଟଙ୍କା, ରାସନ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ସହିତ ମାଗଣାରେ ଚିକିତ୍ସା କରେଇଦେବାର ଦିବା ସପ୍ନ  ଦେଖାଇ ଥିଲେ।  

କିନ୍ତୁ ଏହି ସଂଗଠନରେ ଯୋଡ଼ିହେବା ପାଇଁ ଜଣେ ଜଣେ ମହିଳା ୨୫ରୁ ୩୦ ହଜାର ଟଙ୍କା ଯାଏଁ ଦେବା ସହିତ ନିଜ ତଳେ ଆହୁରି ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଯୋଡିଥିଲେ। ଯୋଉମାନେ ୩୧୦ ଟଙ୍କା ଦେଇ ଟିମ ମେମ୍ବର ହୋଇଥିଲେ। ଏବେ ସବୁକିଛି ପାଣିରେ ବୁଡ଼ିଗଲା। ଆଜି ସମସ୍ତେ ରାସ୍ତାକୁ ଆସିଯାଇଥିବା ବେଳେ SPଙ୍କୁ ଭେଟି ତାଙ୍କ ଟଙ୍କା ଫେରାଇ ଆଣିବା ପାଇଁ ଗୁହାରି କରିଛନ୍ତି। SP ମଧ୍ୟ ଏସବୁ ଘଟଣାକୁ ନେଇ ଟଙ୍କା ହରାଇଥିବା ବ୍ୟକ୍ତିଙ୍କ ସାଂଗରେ ଅଧିକ ଆଲୋଚନା କରିଛନ୍ତି।