ଯୁବବଙ୍କ ଖଣ୍ଡା ଆକ୍ରମଣରେ ଶିଶୁ ମୃତ
Advertisement
Article Detail0/zeeodisha/odisha911620

ଯୁବବଙ୍କ ଖଣ୍ଡା ଆକ୍ରମଣରେ ଶିଶୁ ମୃତ

ଦୁଇ ଜଣ ଶିଶୁ ବାରଣ୍ଡାରେ ଉଚ୍ଚ ସ୍ବରରେ ଖେଳୁଥିବା ବେଳେ ପଡୋଶୀ ଯୁବକ ଏହାକୁ ନେଇ ଉତକ୍ଷିପ୍ତ ହୋଇପଡିଥିଲେ। 

ଯୁବବଙ୍କ ଖଣ୍ଡା ଆକ୍ରମଣରେ ଶିଶୁ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ଭାବରଡା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏହି ଗ୍ରାମର ବୁଲୁ ସେଠି ନାମକ ଜଣେ ଯୁବକ ନିଜ ପଡିଶା ଘରର ଅଢେଇ ବର୍ଷ ଶିଶୁକୁ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନେଇ ମିଳିଥିବା ଖବର ଅନୁସାରେ ଭାବରଡା ଗ୍ରାମର ବୁଲୁ ସାହୁଙ୍କ ନାମକ ଜଣେ ବ୍ୟକ୍ତିଙ୍କ ଦୁଇ ଜଣ ଶିଶୁ ବାରଣ୍ଡାରେ ଉଚ୍ଚ ସ୍ବରରେ ଖେଳୁଥିବା ବେଳେ ପଡୋଶୀ ବୁଲୁ ସେଠି ଏହାକୁ ନେଇ ଉତକ୍ଷିପ୍ତ ହୋଇପଡିବା ଏକ କାତିରେ ଅଢେଇ ବର୍ଷର ଶିଶୁ ଆଦର୍ଷକୁ ଅତି ବିଭତ୍ସ ଭାବେ ହାଣି ହତ୍ୟା କରିଦେଇଥିଲେ। ଆକ୍ରମଣ ବେଳେ ଶିଶୁର ବାପା ବୁଲୁ ତାଙ୍କୁ ଅଟକାଇବାକୁ ଯିବା ବେଳେ ମଧ୍ୟ ଆକ୍ରମଣରୁ ବର୍ତ୍ତି ପାରିନଥିଲେ। 

Also Read: ସରକାରୀ ଜାଗାରେ ଗୃହ ନିର୍ମାଣକୁ ନେଇ ବିବାଦ; ବୁଲିଲା ଖଣ୍ଡା

ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ହତ୍ୟାକାରୀ ବୁଲୁ ସେଠି ଜଣେ ମାନସିକ ବିକୃତ ଥିବା ପାରିପାର୍ଶ୍ବକ ସ୍ଥିତିରୁ ଅନୁମାନ କରାଯାଉଥିବା ବେଳେ ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି।