• ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ
  • ଦ୍ୱାଦଶରେ ପାସ୍ ହାର ୯୯.୩୭ ପ୍ରତିଶତ
  • ୯୯.୧୩ପ୍ରତିଶତ ଛାତ୍ର, ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍
  • ଡେଙ୍ଗୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମଇଟିଙ୍କ ପ୍ରତିକ୍ରିୟା
  • ବସ୍ତି ନୁହେଁ ସମ୍ଭ୍ରାନ୍ତ ଅଞ୍ଚଳରେ ଡେଙ୍ଗୁ ଅଧିକ ବ୍ୟାପୁଛି
  • ଆପାର୍ଟମେଣ୍ଟ,ପ୍ଲାଷ୍ଟିକ୍, ଫୁଲକୁଣ୍ଡରେ ପାଣି ଜମିରହୁଛି
  • ଏସବୁରେ ପାଣି ଜମି ରହିବାରୁ ମଶା ବଢୁଛନ୍ତି
  • ଚାଷ ଆରମ୍ଭରୁ ଚିନ୍ତାରେ ଚାଷୀ
  • ଧାନ ଚାଷ ଆଗେଇ ନେବାକୁ ମିଳୁନି ୟୁରିୟା ସାର
  • ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବିଦ୍ୟୁତ ଦୁର୍ଘଟଣାରେ ୬ ଓଡି଼ଆ ମୃତ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଗତ ୧୨ ତାରିଖ ଦିନ ରାତି ପ୍ରାୟ ୮ଟା ସମୟରେ ପୀଡ଼ିତା ଜଣକ ଶୌଚ କରିବାକୁ ବାହାରକୁ ଆସିଥିବା ସମୟରେ ବିନୟ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ବଳ ପୂର୍ବକ ଟେକିନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା।

 ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ଫାଇଲ ଫଟୋ

କନ୍ଧମାଳ: ୧୪ ବର୍ଷର ଜଣେ ନାବାଳିକା ଦୁଷ୍କର୍ମ ଶିକାର ହୋଇଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ସୁଲୁମାହା ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗିରଫ ଯୁବକ ଜଣକ ହେଲେ ସୁଲୁମାହା ଗ୍ରାମର ବିନୟ ଛାଟିଆ (୨୦) ।

ସୂଚନା ମୁତାବକ ଗତ ୧୨ ତାରିଖ ଦିନ ରାତି ପ୍ରାୟ ୮ଟା ସମୟରେ ପୀଡ଼ିତା ଜଣକ ଶୌଚ କରିବାକୁ ବାହାରକୁ ଆସିଥିବା ସମୟରେ ବିନୟ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ବଳ ପୂର୍ବକ ଟେକିନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଆଉ ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ଫଳରେ ପୀଡ଼ିତା ଜଣକ ଭୟଭୀତ ହୋଇ ପ୍ରଥମେ କାହାରିକୁ ଜଣେଇ ନ ଥିଲା। 

Also Read: ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ; ୧୨ ଜିଲାରେ ହୋଇଛି ସ୍ୱାଭାବିକ ଠାରୁ ଅଧିକ ବର୍ଷା

କିନ୍ତୁ ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ଏନେଇ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲେ। ଆଉ ପୋଲିସ (Kandhamal Police) ଏନେଇ ପୋକ୍ସୋ ଆକ୍ଟ ଆଧାରରେ ୫୦/୨୧ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବିନୟକୁ ପୋଲିସ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ନେଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଦଶରଥ ହେମ୍ରମ କହିଛନ୍ତି।