• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ଜମି ବିବାଦ ଓ ସାମନ୍ୟ କଳହକୁ ନେଇ ଗାଡି ଜାଳି ଦେଲେ ଦୁର୍ବୃତ୍ତ

ଜମି ବିବାଦ ଘଟଣାକୁ କେନ୍ଦ୍ର କରି ଗାଡି ଜାଳି ଦେଲେ ଦୁର୍ବୃତ୍ତ। 

ଜମି ବିବାଦ ଓ ସାମନ୍ୟ କଳହକୁ ନେଇ ଗାଡି ଜାଳି ଦେଲେ ଦୁର୍ବୃତ୍ତ

ଝାରସୁଗୁଡା: ଜମି ବିବାଦ ଓ ସାମନ୍ୟ କଳହକୁ ନେଇ ଜଣେ ବ୍ୟକ୍ତିଙ୍କ ଗାଡି ଜାଳି ଦେଲେ ଦୁର୍ବୃତ୍ତ। ଏ ଘଟଣାରେ ଜଡିତ ରହିଥିବା ଅଭିଯୋଗରେ ଜଣେ ବୁନୁ ପାଣ୍ଡେ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି ସଦରଥାନା ପୋଲିସ। ବିଟିଏମ ମାଉଲିଗୁଡି ନିବାସୀ ଦୀପକ ନାୟକଙ୍କ ସହ ଗତକାଲି ସକାଳେ ତାଙ୍କ ପଡୋଶୀ ବୁନୁ ପାଣ୍ଡେ ଏବଂ ତାଙ୍କ ବାପା ନାରାୟଣ ପାଣ୍ଡେ ଜମି ପାଇଁ ଝଗଡା କରିଥିଲେ। ଏହାସହ ବୁନୁ ଜାମୁ କୋଲି ଖାଇ ଦୀପକଙ୍କ ଉପରେ ଫିଙ୍ଗିଥିଲେ ବୋଲି ଅଭିଯୋଗ ହୋଇଛି।

ଦୀପକ ଏହାକୁ ବିରୋଧ କରିବାରୁ ବୁନୁ ଏବଂ ତାଙ୍କ ବାପା ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ଏହା ପରେ ଗତକାଲି ରାତିରେ ଦୀପକ ନାୟକଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ବୁନୁ ପାଣ୍ଡେ ଏବଂ ତାଙ୍କ ବାପା ଯାଇ ଦୀପକଙ୍କ ଘରେ ଭଡା ରହୁଥିବା ପ୍ରମୋଦ ଜସୱାଲଙ୍କ ପଲସର ବାଇକ (Pulsar Bike) ସିଜି ୧୧ ଏଇ ୧୧୯୩ (CG-11AE-1193) ଗାଡିକୁ ପୋଡି ଦେଇଥିଲେ। 

Also Read: ବୈକୁଣ୍ଠର ପାପ କୃତ୍ୟ; ବାପାକୁ ହାଣି ପୁଅ ଗିରଫ

ଏହା ଦେଖି ଅନ୍ୟ ପଡୋଶୀ ଦୀପକଙ୍କୁ ଘଟଣା ବାବଦରେ ଜଣାଇବା ପରେ ପରେ ସେ ନିଆଁ ଲିଭାଇଥିଲେ ଚେଷ୍ଟା କରିଥିଲେ ମଦ୍ୟ ଗାଡିଟି ସମ୍ପୂର୍ଣ୍ଣ ଭାବରେ ପୋଡି ଯାଇଛି। ଏ ଘଚଣାରେ ସେ ସୋମବାର ସକାଳେ ସଦର ଥାନାରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି ଦାବି କରିଛନ୍ତି।