ଆସନ୍ତା ୨୨ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ପ୍ରସ୍ତୁତ ତିହାର ଜେଲ। ସବୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି ତିହାର ଜେଲ ।
Trending Photos
ନୂଆଦିଲ୍ଲୀ: ଫାଶୀ ବେଳେ ଯଦି ଜଲ୍ଲାଦ ଅଚେତ ହୁଅନ୍ତି... ଏଭଳି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବେ ସୃଷ୍ଟି ହୋଇଛି। ଏ ପ୍ରଶ୍ନ ସୃଷ୍ଟି ହେବା ମଧ୍ୟ ସ୍ୱାଭାବିକ। ଜଣେ ନୂଆକରି କାର୍ଯ୍ୟ କରୁଥିବା ଜଲ୍ଲାଦ ପାଇଁ ଏକା ଥରେ ଚାରି ଜଣଙ୍କୁ ଫାଶୀ ଦେବା ଏକ ପ୍ରକାର ଅସମ୍ଭବର କାର୍ଯ୍ୟ ହୋଇପାରେ। ଫାଶୀ ଦେବା ସମୟରେ ଯଦି ଅଚେତ ହୋଇ ପଡ଼ନ୍ତି, ସେଥିପାଇଁ ଜେଲ କର୍ତ୍ତୃପକ୍ଷ କଣ ସବୁ ପଦକ୍ଷେପମାନ ଗ୍ରହଣ କରିଥାନ୍ତି।
ଅଧିକ ପଢନ୍ତୁ: ଆଉ ଦେଖା କରିବାକୁ ଆସୁନାହାନ୍ତି ପତ୍ନୀ...
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ଫାଶୀ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ମିରଟରୁ ଦୁଇ ଜଣ ଜଲ୍ଲାଦ ଆଣିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପବନ ଜଲ୍ଲାଦ ତିହାର ଜେଲକୁ ଆସି ଫାଶୀ ପାଇଁ ପ୍ରସ୍ତୁତି ଶେଷ କରିଛି।
ସେପଟେ ଚାରି ଜଣଙ୍କୁ ଫାଶୀ ଦେବା ପବନ ଜଲ୍ଲାଦ ପାଇଁ ସମ୍ପୂର୍ଣ୍ଣ ନୂଆ। ଏହା ସହିତ ପବନଙ୍କ ପିଢିରେ ପୂର୍ବରୁ ଦାଦା ଓ ବାପା ଏହି କାର୍ଯ୍ୟ କରିଆସୁଥିଲେ। ପବନ କେବଳ ତାଙ୍କୁ ସହାୟତା ପାଇଁ ଯାଉଥିଲା। ମାତ୍ର ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦେବାରେ ସେ ମୁଖ୍ୟ ଭୁମିକା ତୁଲାଇବ। ଏଭଳି କ୍ଷେତ୍ରରେ ଫାଶୀ ଦେବା ସମୟରେ ସେ ଅଚେତ ହୋଇଯିବା ଏକ ସମ୍ଭାବନା ସୃଷ୍ଟି କରିଛି।
ଅଧିକ ପଢନ୍ତୁ: ଅନୁତପ୍ତ ଅଭିଯୁକ୍ତଙ୍କ ବଢିଲା ଆୟୁଷ
ସେପଟେ ଜଲ୍ଲାଦକୁ ନେଇ ଯଦି କୌଣସି ପ୍ରକାର ସମସ୍ୟା ସୃଷ୍ଟି ହୁଏ, ତେବେ ଜେଲ କର୍ତ୍ତୃପକ୍ଷ ହିଁ ସେମାନଙ୍କୁ ଫାଶୀରେ ଝୁଲାଇବେ। ଜେଲ କର୍ତ୍ତୃପକ୍ଷ କହିବା ମୁତାବକ ଚାରି ଜଣ ଅଭିଯୁକ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ସମସ୍ତ ପ୍ରକାର ସମ୍ଭାବନାକୁ ଦୃଷ୍ଟିରେ ରଖିଛନ୍ତି। ଏହା ସହିତ ସେମାନେ ମଧ୍ୟ ସବୁପ୍ରକାର ସମ୍ଭାବନାକୁ ଏଡ଼ାଇବା ପାଇଁ ପ୍ରୟାସ ମଧ୍ୟ ଚଳାଇଛନ୍ତି। ଜଲ୍ଲାଦ ମାନଙ୍କୁ ନେଇ ବାରମ୍ବାର ଟ୍ରାଏଲ ମଧ୍ୟ କରାଯାଉଛି। ସେମାନଙ୍କୁ ଫାଶୀ ଦେବା ପାଇଁ ପ୍ରକ୍ରିୟା ମଧ୍ୟ ଜଲ୍ଲାଦ ମାନଙ୍କ ଦ୍ୱାରା କରାଯାଉଛି। ଏହି ଟ୍ରାଏଲ ସମୟରେ ଯଦି କୌଣସି ପ୍ରକାର ସମସ୍ୟା ଦେଖାଦେଉଛି, ତେବେ ତାହାର ସମ୍ଭାବନାକୁ ଯଥାଶୀଘ୍ର ସମାଧାନ କରିବାକୁ ମଧ୍ୟ ପ୍ରୟାସ କରାଯାଉଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଜେଲ କର୍ତ୍ତୃପକ୍ଷ ଆହୁରି ମଧ୍ୟ କହିଛନ୍ତି କି, ତେବେ ଏହି ସମସ୍ୟା ନୁଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। ସଂସଦ ଆକ୍ରମଣରେ ଆତଙ୍କବାଦୀ ଅଫଜଲକୁ ମଧ୍ୟ ଫାଶୀ ସମୟରେ ଏଭଳି ସମସ୍ୟା ଦେଖାଦେଇଥିଲା। ଫାଶୀରେ ଟାଙ୍ଗିବା ପୂର୍ବରୁ ଜଲ୍ଲାଦ ଅଚେତ ହୋଇଥିଲା। ସେହି ସମୟରେ ଅନ୍ୟ ଜଲ୍ଲାଦକୁ ଡାକିବା ପରିବର୍ତ୍ତେ ଜେଲ କର୍ତ୍ତୃପକ୍ଷ ଫାଶୀ ଦେଇଥିଲେ ବୋଲି ତିହାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଏହା ସହିତ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ। ଏଥିପାଇଁ ୨୧ ତାରିଖରେ ପୁନର୍ବାର ଡମି ଫାଶୀର ଅଭ୍ୟାସ ଓ ଯାଞ୍ଚ କରାଯିବ। ଏହାକୁ ମିଶାଇ ମୋଟି ୩ ଥର ଡମି ଫାଶୀର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଜଲ୍ଲାଦ ଦୁଇଟି ଟ୍ରାଏଲ କରାଯିବ ବୋଲି ସୂଚନା ରହିଛି।