ପରଦା ପଛର ନାୟକ ଶରଦ ପାଓ୍ୱାର! ମୁଣ୍ଡ ନୁଆଁଇଲେ ସଞ୍ଜୟ
Advertisement

ପରଦା ପଛର ନାୟକ ଶରଦ ପାଓ୍ୱାର! ମୁଣ୍ଡ ନୁଆଁଇଲେ ସଞ୍ଜୟ

ବିଭିନ୍ନ ରାଜନୈତିକ କାରଣରୁ ଚର୍ଚ୍ଚାରେ ରହୁଥିବା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ବିବାଦୀୟ ବୟାନ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଦେଇଥିବା ବୟାନ ପାଇଁ ମୁଣ୍ଡ ନୁଆଁଇଛନ୍ତି ଶିବସେନା ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ। ଶରଦ ପାଓ୍ୱାରଙ୍କ କହିବା ପରେ ସେ କ୍ଷମା ମାଗିଥିବା ଜଣାପଡ଼ିଛି। ଇନ୍ଦିରା ଗାନ୍ଧୀ ମୁମ୍ବାଇ ଆସିବା ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଭେଟିବା ପ୍ରସଙ୍ଗରେ ସଞ୍ଜୟ ଦେଇଥିଲେ ମନ୍ତବ୍ୟ।  

ମୁଣ୍ଡ ନୁଆଁଇଲେ ସଞ୍ଜୟ

ମୁମ୍ବାଇ: ବିଭିନ୍ନ ରାଜନୈତିକ କାରଣରୁ ଚର୍ଚ୍ଚାରେ ରହୁଥିବା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ବିବାଦୀୟ ବୟାନ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଦେଇଥିବା ବୟାନ ପାଇଁ ମୁଣ୍ଡ ନୁଆଁଇଛନ୍ତି ଶିବସେନା ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ। ଶରଦ ପାଓ୍ୱାରଙ୍କ କହିବା ପରେ ସେ କ୍ଷମା ମାଗିଥିବା ଜଣାପଡ଼ିଛି। ଇନ୍ଦିରା ଗାନ୍ଧୀ ମୁମ୍ବାଇ ଆସିବା ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଭେଟିବା ପ୍ରସଙ୍ଗରେ ସଞ୍ଜୟ ଦେଇଥିଲେ ମନ୍ତବ୍ୟ।  

ଅଧିକ ପଢନ୍ତୁ: ଆଜି ଏନପିଆର ବୈଠକ, ଯୋଗଦେବନି ପଶ୍ଚିମବଙ୍ଗ

ମିଳିଥିବା ସୂଚନା ମୁତାବକ ବୁଧବାର ସଞ୍ଜୟ ରାଉତ କହିଥିଲେ କି, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୁମ୍ବାଇରେ ଥିବା ଡନ କରିମ ଲାଲାଙ୍କୁ ଦେଖା କରିବାକୁ ଆସୁଥିଲେ। ୧୯୬୦-୮୦ ମସିହା ମଧ୍ୟରେ କରିମ ଲାଲାଙ୍କ ଦେଖା କରିବାକୁ ଇନ୍ଦିରା ମୁମ୍ବାଇ ଆସୁଥିଲେ ବୋଲି ସଞ୍ଜୟ କହିଥିଲେ। ମୁମ୍ବାଇରେ କରିମ ମଦ, ଜୁଆ, ଏବଂ ଲାଞ୍ଚ ଦେଇ ଅପରାଧ ଘଟଣା ଘଟାଉଥିବାର କାର୍ଯ୍ୟ ଚଳାଉଥିଲା।  

ସଞ୍ଜୟ ଆହୁରି ମଧ୍ୟ କହିଥିଲେ କି, ଦାଉଦ ଇବ୍ରାହିମ, ଛୋଟା ଶକିଲ ଏବଂ ଶରଦ ସେଟ୍ଟିଙ୍କ ଭଳି ଗ୍ୟାଙ୍ଗ ଷ୍ଟାର ସେହି ସମୟରେ ବେଶ ଆଧିପତ୍ୟ ବିସ୍ତାର କରିଥିଲେ। ସେହି ସମୟରେ ଏହି ଦୁର୍ଦ୍ଦାନ୍ତ ଅପରାଧିମାନେ ପୋଲିସ ପ୍ରଶାସନିକ ଉପରେ ମଧ୍ୟ ଆଧିପତ୍ୟ ବିସ୍ତାର କରିଥିଲେ। ଏମାନେ ଯାହାକୁ ଚାହୁଁଥିଲେ ସେ ହିଁ ପୋଲିସର ଉଚ୍ଚ ପଦସ୍ଥ ଅଧିକାରୀ ହେଉଥିଲେ ବୋଲି ସଞ୍ଜୟ ସୂଚନା ଦେଇଥିଲେ। ମାତ୍ର ଏହି ଅପରାଧିମାନେ ବର୍ତ୍ତମାନ ଦେଶ ଛାଡି ବାହାରକୁ ଯାଇ ସାରିଲେଣି ବୋଲି ସେ କହିଥିଲେ।  

ଅଧିକ ପଢନ୍ତୁ: ଭାରତ ଆସିବେ ଇମ୍ରାନ !

ସେପଟେ ସଞ୍ଜୟଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୀତି ବେଶ ଜୋର ଧରିଛି। ସଞ୍ଜୟଙ୍କ ମନ୍ତବ୍ୟକୁ ଆଧାର କରି ବିଜେପି କଂଗ୍ରେସକୁ କଡ଼ା ସମାଲୋଚନା କରିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ କହିଛନ୍ତି କି ସଞ୍ଜୟ ରାଉତ ଏକ ବଡ଼ ମାମଲାର ଖୁଲାସା କରିଛନ୍ତି। ଏହା ସହିତ ସେ କଂଗ୍ରେସକୁ ମଧ୍ୟ ଅନେକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଇନ୍ଦିରା ଗାନ୍ଧୀ କାହିଁକୁ ମୁମ୍ବାଇ ଆସୁଥିଲେ। ସେ କଣ ଏହି ଅପରାଧୀଙ୍କ ସାହାଯ୍ୟରେ ନିର୍ବାଚନରେ ବିଜୟ ହାସଲ କରି ଆସୁଥିଲେ। ମୁମ୍ବାଇର ଡନ ଛୋଟା ସକିଲ, ଦାଉଦ ଇବ୍ରାହିମ ପୋଲିସ ପ୍ରଶାସନ ଉପରେ ନିଷ୍ପତ୍ତି ନେଉଥିଲେ ? ଏହିଭଳି ସେ ଅନେକ ପ୍ରଶ୍ନ ପଚାରିବା ସହିତ କଡ଼ା ସମାଲୋଚନା କରିଥିବା ଜଣାପଡ଼ିଛି।