ଗୁଳିମାଡରେ ବାରୁଆଁ ପଞ୍ଚାୟତ ସମିତି ସଭ୍ୟ ଦୀପକ କୁମାର ମାହୁଁନ୍ତ ମୃତ, ସନ୍ଦେହରେ ୬ ଅଟକ
Advertisement
Article Detail0/zeeodisha/odisha993851

ଗୁଳିମାଡରେ ବାରୁଆଁ ପଞ୍ଚାୟତ ସମିତି ସଭ୍ୟ ଦୀପକ କୁମାର ମାହୁଁନ୍ତ ମୃତ, ସନ୍ଦେହରେ ୬ ଅଟକ

ବ୍ୟବସାୟିକ ଶତ୍ରୁତା କାରଣରୁ ସମିତି ସଭ୍ୟଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଗୁଳିମାଡରେ ବାରୁଆଁ ପଞ୍ଚାୟତ ସମିତି ସଭ୍ୟ ଦୀପକ କୁମାର ମାହୁଁନ୍ତ ମୃତ, ସନ୍ଦେହରେ ୬ ଅଟକ

କାମାକ୍ଷାନଗର: ଗୁଳିମାଡରେ ଟଳିପଡିଲେ ଯୁବ ସମିତିସଭ୍ୟ। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାରୁଆଁ (କ) ପଞ୍ଚାୟତର ସମିତି ସଭ୍ୟ ଦୀପକ କୁମାର ମାହୁଁନ୍ତ ଦୂର୍ବୁତ୍ତଙ୍କ ଗୁଳିମାଡର ଶୀକାର ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ଉପରେ ୧୨ ରାଉଣ୍ଡରୁ ଉର୍ଦ୍ଧ୍ୱ ଗୁଳିମାଡ ହୋଇଥିବା ଜଣାପଡିଛି।  ଢେଙ୍କାନାଳ ମେଡିକାଲରେ ତାଙ୍କ ମୃତ ଘୋଷଣା କରିଛନ୍ତି ଡାକ୍ତର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଗୁଳିମାଡ ହୋଇଥିବା ପୋଲିସ ଅନୁମାନ କରୁଛି। 

ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଳକର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଜାମୁଝରା ଛକ ନିକଟରେ ହୋଇଥିବା ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ବାରୁଆଁ(କ) ପଞ୍ଚାୟତ ସମିତି ସଭ୍ୟ ଦୀପକ ମାହୁନ୍ତ। ଗତ ରାତିରେ ସେ ନିଜ ଘରକୁ ଫେରି ନଥିଲେ। ଶନିବାର ଭୋର ସମୟରେ ତାଙ୍କ ପୁଅ ଘରୁ ଢେଙ୍କାନାଳ ଆସୁଥିବା ସମୟରେ ଜାମୁଝରା ଛକ ନିକଟରେ ତାଙ୍କ ବାପା ଗାଡ଼ି ନିକଟରେ ପଡ଼ି ରହିଥିବାର ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ବାରୁଆଁ (କ) ପଞ୍ଚାୟତର ସମିତି ସଭ୍ୟ ଦୀପକ କୁମାର ମାହୁଁନ୍ତଙ୍କ ମୃତୁର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ବ୍ୟବସାୟିକ ଶତ୍ରୁତା କାରଣରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ଉପରେ ଆକ୍ରମଣ କରିଥିବା ଦୁର୍ବୁତ୍ତ ଅତି ନିର୍ମମ ଭାବେ ତାଙ୍କୁ ଗୁଳିମାରି ହତ୍ୟା କରିଥିବା ଜଣାପଡିଛି। ହତ୍ୟା କରିବା ପରେ ଏହି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କ ଛାତି ଓ ମୁଣ୍ଡରେ ୧୨ ରାଉଣ୍ଡ ଗୁଳି ବାଜିଥିବା ଜଣାପଡ଼ିଛି। ରାଜନୈତିକ ଶତ୍ରୁତା ତଥା ବାଲିଘାଟକୁ କେନ୍ଦ୍ରକରି ତାଙ୍କୁ ଗୁଳିମାଡ କରାଯାଇଥିବା ତାଙ୍କ ପୁଅ ଦିବ୍ୟରଞ୍ଜନ ମାହୁନ୍ତ କହିଛନ୍ତି।

Also Read: ଟଙ୍କା ନଦେଇ ପାରିବାରୁ ଭୋଗିଲେ କଙ୍ଗାରୁ କୋର୍ଟ ଦଣ୍ଡ; ଗିରଫ ପରେ ୧୦ ମହିଳା କୋର୍ଟ ଚାଲାଣ

ଏ ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି। ମୃତକ ଦୀପକ ମାହୁଁନ୍ତ ସକ୍ରିୟ ରାଜନୀତିରେ ରହିଥିବା ବେଳ ବାଲିଘାଟ, ପଥର ଖଣି ଏବଂ ଠିକାଦାରୀ କାର୍ଯ୍ୟରେ ନିୟୋଜିତ ଥିଲେ। ସବୁଦିନ କାମ ସାରି ଅଞ୍ଚଳବାସୀଙ୍କ ସହ ମିଳାମିଶା କରି ବିଳମ୍ବିତ ରାତ୍ରିରେ ଘରକୁ ଫେରିଥାନ୍ତି। ଗତ ଶୁକ୍ରବାର ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଘରକୁ ମଧ୍ୟ ଫେରିନଥିଲେ। 

ଶନିବାର ସକାଳୁ କିଛି ଯୁବକ ପ୍ରାତ ଭ୍ରମଣରେ ବାହାରିଥିବା ବେଳେ ଜାମୁଝରା ଛକ ଠାରେ ଦୀପକ ମାହୁଁନ୍ତ ବ୍ୟବହାର କରୁଥିବା ଟାଟା ହେକ୍ସା ଗାଡି ରଖାଯାଇଥିବା ଦେଖିବାକୁ ପାଇଥିଲେ। ଗାଡି ପଛ ପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ପଡିଥିବାର ଦେଖିବାକୁ ମିଳିଥିଲା।। ଘଟଣାସ୍ଥଳରୁ କାମାକ୍ଷାନଗର ତହସିଲଦାରଙ୍କ ଦସ୍ତଖତ ସମ୍ବଳିତ ୭୫୩୦ ନମ୍ବର ଥିବା ଏକ ଟ୍ରାଞ୍ଜିଟ ପରମିଟ ସହ ଏକ ରସିଦ ବହି ପଡ଼ିଥିବାରୁ କୌଣସି ପଥର ମାଫିଆ କିମ୍ବା ବାଲି ମାଫିଆ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି।

Also Read: Delhi Court ପରିସରରେ ଗୁଳିକାଣ୍ଡ; ଗ୍ୟାଙ୍ଗଷ୍ଟାର ସମେତ ୩ ମୃତ

କେଉଁ କାରଣରୁ ସମିତି ସଭ୍ୟଙ୍କୁ ହତ୍ୟା କରାଯାଇଛି ଯଦି ତାହା ସ୍ପଷ୍ଟ କରାଯାଇନାହିଁ। ଏନେଇ ଖବର ପାଇବା ପରେ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ, ତୁମୁସିଙ୍ଗା ଥାନା ଅଧିକାରୀ ଆଶିଷ ଜେନା, ପଣ୍ଡୁଆ ଫାଣ୍ଡି ଅଧିକାରୀ ଶ୍ବେତପଦ୍ମା ବିଶ୍ବାଳ, କାମାକ୍ଷାନଗର ଥାନା ଅଧିକାରୀ ସୁନୀଲ କୁମାର କର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଏ ଘଟଣାରେ ତଦନ୍ତ ଚଳାଇଛି।