ଅଭିଯୁକ୍ତ ସରୋଜ ସେଠୀ ପ୍ରଥମେ ପରୀକୁ ହତ୍ୟା କଲା ପରେ ଡେଡବଡ଼ି ସହ ଦୁଷ୍କର୍ମ ଉଦ୍ୟମ କରିଛି ବୋଲି ଅରୁଣ କହିଲେ। ପରେ ପ୍ରମାଣ ଖୋଜିବା ନେଇ ଯେଉଁଠାରେ ପରୀର ମୃତଦେହ ଜବତ ହୋଇଥିଲା ସେହି ପୋଖରୀ ଏକ ଲେଗିନ୍ସକୁ ମଧ୍ୟ ଜବତ କରାଗଲା।
Trending Photos
ନୂଆଦିଲ୍ଲୀ: ରାଜ୍ୟରେ ଏବେ ସବୁଠାରୁ ଚର୍ଚ୍ଚିତ ଖବର ପାଲଟିଛି ନୟାଗଡ଼ର କୁନି ଝିଅ ପରୀର ହତ୍ୟାକାଣ୍ଡ। ଜୁଲାଇ ମାସର କାହାଣୀ ଏବେ ବି ରହସ୍ୟ ଘେରରେ ଅଛି। ଅନେକ ଆରୋପ ପ୍ରତ୍ୟାରୋପ, ଆତ୍ମମାହୁତି ଉଦ୍ୟମ ପରେ ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ତଦନ୍ତ ପାଇଁ SIT ଗଠନ କରିଥିଲେ। ଆଉ SIT ତଦନ୍ତର ୨୦ ଦିନ ଭିତରେ ପରୀର ଅଭିଯୁକ୍ତ ଯଦୁପୁର ଗ୍ରାମରୁ ଧରାପଡ଼ିଲା।
ପରୀର ବିଭତ୍ସ ହତ୍ୟା (Pari Murder Case) ପାଇଁ ସରୋଜ ସେଠୀକୁ ଅଭିଯୁକ୍ତ କରାଯାଇଛି। ପ୍ରଥମେ ତାକୁ କ୍ରାଇମବ୍ରାଞ୍ଚ (Crime Branch) ଉଠାଇନେଲେ ପରେ ଗିରଫ କରି ଚାଲିଲା ତନାଘନା। ଏହାପରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା (Arun Bothra) ପ୍ରେସମିଟରେ ଯାହା ଯାହା କହିଲେ ତାହା ରାଜ୍ୟବାସୀଙ୍କୁ ଅଛପା ନୁହେଁ। ଅଭିଯୁକ୍ତ ସରୋଜ ସେଠୀ ପ୍ରଥମେ ପରୀକୁ ହତ୍ୟା କଲା ପରେ ଡେଡବଡ଼ି ସହ ଦୁଷ୍କର୍ମ ଉଦ୍ୟମ କରିଛି ବୋଲି ଅରୁଣ କହିଲେ। ପରେ ପ୍ରମାଣ ଖୋଜିବା ନେଇ ଯେଉଁଠାରେ ପରୀର ମୃତଦେହ ଜବତ ହୋଇଥିଲା ସେହି ପୋଖରୀ ଏକ ଲେଗିନ୍ସକୁ ମଧ୍ୟ ଜବତ କରାଗଲା।
ଅଭିଯୁକ୍ତ ମାଆ: ଗୋଟିଏ କୋଠରୀରେ ଭର୍ତ୍ତି କରିଦେଲେ ଆମକୁ, ମୋ ପୁଅ ନିର୍ଦ୍ଦୋଷ... pic.twitter.com/aoSn5Ys3Hg
— ZEE Odisha (@ZeeOdisha) December 24, 2020
Also Read: ଆବିଷ୍କାରକ ଅରୁଣ!
ଏହାପରେ ସରୋଜର ଘରୁ ଜବତ କରାଗଲା ଏକ ରକ୍ତଭିଜା ଗାମୁଛା। ଯାହାକୁ ଟେଷ୍ଟ କରାଇବା ପାଇଁ ଲ୍ୟାବକୁ ପଠାଯାଇଛି। ତେବେ ଗୁରୁବାରର ଘଟଣାବଳୀ ଉପରେ ନଜର ପକାଇଲେ ଜାଣାପଜିବ ଯେ ଘଟଣାର ଶୀର୍ଷକ କେଉଁଆଡେ ଗତି କରୁଛି। ବୁଧବାର ଯେତେବେଳେ ଅଭିଯୁକ୍ତର ମାଆ କହୁଥିଲେ, 'ବାପା ତୁ ଏମିତି ଭୁଲ କାହିଁକି କଲୁ, ଆଉ ଆଜି ତାଙ୍କର ବୟାନ ସମ୍ପୂର୍ଣ୍ଣ ବଦଳିଯାଇଛି। ଗୁରୁବାର ଅଭିଯୁକ୍ତଙ୍କ ମାଆ କହୁଛନ୍ତି, ମୋ ପୁଅ ନିର୍ଦ୍ଦୋଷ।
ଅନ୍ୟପଟେ ସରୋଜର ସାନ ଭଉଣୀଙ୍କ କଥାର ବୟାନ ବି ବାରମ୍ବାର ବଦଳିଚାଲିଛି। ତାଙ୍କ କହିବା କଥା, ଜୁଲାଇ ୧୪ରେ ପରୀ ହତ୍ୟା ଘଟଣା ପୂ୍ର୍ବ ଦିନ ରାତିରେ ସରୋଜ ତାଙ୍କ ପାଖେ ରହିଥିଲା। ଘରେ ସେହିଦିନ ସମସ୍ତେ ଥିବା କଥା କହିଥିବା ବେଳେ ଅନ୍ୟପଟେ ଆଜି ତାଙ୍କ ସାନ ଭଉଣୀ କହିଛନ୍ତି ଯେ, ସରୋଜ ଏକଘଣ୍ଟା ପାଇଁ ଘରେ ଏକା ରହିଥିଲେ।
Also Read: Pari Murder Case : SIT ଉପରେ ବର୍ଷିଲେ ଅଭିଯୁକ୍ତଙ୍କ ପରିବାର
ଏବେ ପ୍ରଶ୍ନ, ଯେ, ଏକ ଅଭିଯୁକ୍ତକୁ ଅପରାଧ ଘଟାଇବାକୁ ଏକ ଘଣ୍ଟା ସମୟ କେତେ ସହାୟକ ହୋଇଛି। ସେପଟେ SIT ର ତଦନ୍ତକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଅନେକ କଥା ସରୋଜ ବିଷୟରେ ସାମ୍ନାକୁ ଆସିଛି। କ୍ଷଣକରେ ନିଜର ଭୁଲ ମାନିବା ପରେ ହଠାତ ଜେରା ସମୟରେ ପୋଲିସ ଉପରେ ରାଗିଯିବା, ଏ ଘଟଣା ସରୋଜର ମାନସିକସ୍ଥିତି ଉପରେ ମଧ୍ୟ ବିରାଟ ପ୍ରଶ୍ନ ଛିଡା କରିଛି।
ଗିରଫ ପୂର୍ବରୁ ପୋଲିସର ସବୁ ତଦନ୍ତର ଟ୍ରାକିଂକୁ ଫଲୋ କରିବା ସହ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିଷୟରେ ଅଭିଯୁକ୍ତ ସରୋଜ ଢେର ଅଧିକ ଜାଣିଥିଲା। ହେଲେ ଏବେ ଗୋଟିଏ କଥା ସମସ୍ତଙ୍କ ମନରେ, ଯଦି ସରୋଜ ସତରେ ପରୀକୁ ହତ୍ୟା କରିଛି, ତାହେଲେ ତାର ପରିବାର ଲୋକେ ନିଜ ପୁଅ ଓ ଭାଇକୁ ନିର୍ଦ୍ଦୋଷ କହିବା ସହ କାହା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି?