Gobinda Sahu Suicide Case: 'ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ମୁଁ ଦେଖିଛି'
Advertisement
Article Detail0/zeeodisha/odisha1495420

Gobinda Sahu Suicide Case: 'ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ମୁଁ ଦେଖିଛି'

Gobinda Sahu Suicide News: ଜେଲ ଡିଆଇଜି ଗୋବିନ୍ଦ ସାହୁ ଆତ୍ମହତ୍ୟାର ଟିକିନିଖି ତଥ୍ୟ ରଖିଛନ୍ତି । ସେପଟେ ଗୋବିନ୍ଦ ସାହୁଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ ଜବତ ହୋଇଥିବା ପରିବାର ଲୋକେ କହିଛନ୍ତି । ମାତ୍ର ଲଫାଫା ଜବତ ହୋଇଥିବା ବିଷୟରେ ଜେଲ ଡିଆଇଜି ପ୍ରତ୍ୟାଖାନ କରିଛନ୍ତି।  ଏନେଇ ଅଧିକ ତଦନ୍ତ ଚାଲିଛି ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜେଲ ଡିଆଇଜି

Gobinda Sahu Suicide Case: 'ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ମୁଁ ଦେଖିଛି'

Gobinda Sahu Suicide Case: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ଗୋଟିଏ ଦିନ ପୁରି ଗଲାଣି । ହେଲେ ଏହାକୁ ନେଇ ବାଦ ବିବାଦ ଦେଖିବାକୁ ମିଳିଲାଣି। ଜେଲ ଭିତରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ଜେଲରେ ସୁରକ୍ଷାକର୍ମୀ ଓ କଏଦୀ ଥିଲେ ମଧ୍ୟ କେମିତି ଏକ ଗାମୁଛାରେ ଗୋବିନ୍ଦ ନିଜ ଜୀବନ ନିଜେ ନେଇଥିଲେ ସେନେଇ ବିଭିନ୍ନ ମହଲରେ ଆଲୋଚନା କରାଯାଇଥିଲା । ସେପଟେ ଏହି ଘଟଣାକୁ ଗୋଟିଏ ଦିନ ପୁରିଥିବା ବେଳେ ପ୍ରେସମିଟ୍ କରି ଏ ବାବଦରେ ଟିକିନିଖି ତଥ୍ୟ ଦେଇଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର । ଜେଲ ଡିଆଇଜିଙ୍କ କହିବା କଥା କଣ୍ଟାବାଞ୍ଜି ଜେଲରେ ୭୧ ଜଣ କଏଦୀ ଥିଲେ । ୱାର୍ଡର ଜଣେ ସକାଳେ ଦାୟିତ୍ୱରେ ଥିଲେ । 

ଜେଲର ଯେତେବେଳେ ସକାଳ ସମୟ ୧୦ଟା ୩୦ ବେଳକୁ ଆସି ଗୋବିନ୍ଦଙ୍କୁ ଖୋଜିଥିଲେ ସେତେବେଳେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଜେଲର ଥିବା ରୋଷେଇ ଘର ପଛପଟେ ଆତ୍ମହତ୍ୟା କରିଥିଲେ ଗୋବିନ୍ଦ । ତେଣୁ କର୍ତ୍ତବ୍ୟରେ ଅବହେଳା ପାଇଁ ୱାଡର ଦାୟିତ୍ୱରେ ଥିବା ଅକ୍ଷୟ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜେଲ ଡିଆଇଜି । ସେହିପରି ସବୁ କଏଦୀ ଓ ଜେଲ କର୍ମଚାରୀଙ୍କ ସହ ଗୋବିନ୍ଦଙ୍କର ଭଲ ସମ୍ପର୍କ ଥିଲା ବୋଲି କହିଛନ୍ତି ଜେଲ ଡିଆଇଜି । ହେଲେ ଗୋବିନ୍ଦ ଯେତେବେଳେ ଆତ୍ମହତ୍ୟା କରୁଥିଲେ ସେତେବେଳେ ଜଣେ କଏଦୀ ତାଙ୍କୁ ଦେଖିଥିଲେ । ସମସ୍ତଙ୍କୁ ଡାକି ଗୋବିନ୍ଦଙ୍କ ପାଖରେ ପହଞ୍ଚିବା ବେଳକୁ ବେକରେ ଗାମୁଛା ଦେଇ ଝୁଲିପଡିଥିଲେ ଗୋବିନ୍ଦ (Mamita Meher Accused Gobinda Sahu Suicide)। ତେବେ ସବୁଠାରୁ ଆଲୋଚନା ର ବିଷୟ ହେଉଛି ଜେଲରେ ଜଣେ ୱାର୍ଡର ଥିଲେ। ସେଥିପାଇଁ ଏତେ କଏଦୀଙ୍କ ଉପରେ ନଜର ରଖିବା ସମ୍ଭବପର ହୋଇପାରୁନାହିଁ। 

Also Read: Gobinda Sahu Death Investigation: କେମିତି ହେଲା ଗୋବିନ୍ଦଙ୍କ ମୃତ୍ୟୁ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସେହିପରି ରୋଷେଇ ଘର ପଛପଟ ଅର୍ଥାତ୍ ଯେଉଁଠାରେ ଗୋବିନ୍ଦ ଆତ୍ମହତ୍ୟା (Gobinda Sahu Suicide) କରିଥିଲେ ସେଠାରେ ସିସିଟିଭି ଲାଗିନଥିଲା । ଘଟଣାସ୍ଥଳରୁ ୨ଟା ଗାମୁଛା ଓ ଗୋଟିଏ ସ୍ଲିପର ପାଇଛନ୍ତି ତଦନ୍ତକାରୀ ଅଧିକାରୀ । ଏନେଇ ଅଧିକ ତଦନ୍ତ ଚାଲିଛି ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜେଲ ଡିଆଇଜି (Jail DIG) । ଅନ୍ୟପଟେ ଗୋବିନ୍ଦଙ୍କ ପକେଟରୁ କୌଣସି ଲଫାପା ଥିବା ନେଇ ଉଲ୍ଲେଖ କରାଯାଇନାହିଁ । ତାଙ୍କ ପତ୍ନୀଙ୍କ କହିବା କଥା ଗୋବିନ୍ଦ ମୃତ୍ୟୁର ପୂର୍ବଦିନ ତାଙ୍କ ସ୍ତ୍ରୀ ସୁଷମାଙ୍କୁ କଲ୍ କରିଥିଲେ । ତେବେ ଏନେଇ ମଧ୍ୟ ତଦନ୍ତ କରାଯିବ । କାରଣ ଗୋବିନ୍ଦ ନିଜ ପାଖରେ ମୋବାଇଲ ରଖିଥିଲେ ନା ତାଙ୍କୁ ଜେଲରୁ ମୋବାଇଲରେ କଥା ହେବାକୁ କିଏ ସହାୟତା କରିଥିଲେ ସେନେଇ ମଧ୍ୟ ଖୁବଶୀଘ୍ର ତଦନ୍ତ କରାଯିବ ବୋଲି କୁହାଯାଇଛି।

Also Read: Political Crime News: ଯେବେ ମନ୍ତ୍ରୀଙ୍କ ନାଁ ପଦାକୁ ଆସିଛି ସେବେ ଅଭିଯୁକ୍ତଙ୍କ ଜୀବନ ଯାଇଛି !

ଅନ୍ୟପଟେ ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୩ ଜଣ ଅଧିକାରୀଙ୍କ ସମେତ ୧୦ ଜଣିଆ ଟିମ୍‌ ଗଠନ କରାଯାଇଛି। ସେମାନେ ସିନ୍ଧେକେଲା ପୋଲିସ ଷ୍ଟେସ‌ନରେ ଗୋବିନ୍ଦ ସାହୁ ନାଁରେ ହୋଇଥିବା ମାମଲା ୯୭/୨୧ର ତଦନ୍ତ କରିବେ। ଘଟଣା ସମ୍ବନ୍ଧରେ ଏହି ଟିମ୍‌କୁ ସିଆଇଡି-କ୍ରାଇମ୍‌ବ୍ରାଞ୍ଚ (CID-Crime branch) ଫୋରେନ୍ସିକ ଓ ସାଇବର ଏକ୍ସ‌ପର୍ଟ ମାନେ ମଧ୍ୟ ସହଯୋଗ କରିବେ।