ପାକିସ୍ତାନରେ ଦୁଷ୍କର୍ମକାରୀଙ୍କୁ ଭୟଙ୍କର ଦଣ୍ଡ, ଅନୁକରଣ କରିବ କି ଭାରତ?
Advertisement

ପାକିସ୍ତାନରେ ଦୁଷ୍କର୍ମକାରୀଙ୍କୁ ଭୟଙ୍କର ଦଣ୍ଡ, ଅନୁକରଣ କରିବ କି ଭାରତ?

ପାକିସ୍ତାନରେ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ଆଉ ନିସ୍ତାର ନାହିଁ। ଯେଉଁମାନେ ଏଥିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ନପୁଂସକ କରାଯିବ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଏଣିକି ପାକିସ୍ତାନ (Pakistan)ରେ ସାବାଡ ହେବେ ଦୁଷ୍କର୍ମକାରୀ। ମହିଳାଙ୍କୁ ଯୌନ ନିର୍ଯାତନା (sextual assult)ଦେଲେ ମିଳିବ ଭୟଙ୍କର ଦଣ୍ଡ (Ponishment)। ଦୋଷୀର ହେବନି ଆଉ ବଂଶ ବିସ୍ତାର। ଏପରି ଏକ କଠୋର ଆଇନ ଆଣିଛନ୍ତି ଇମ୍ରାନ ସରକାର (Imran Khan Govt)। ଯାହାକୁ ଭାରତରେ ଖୁବ ପ୍ରଶଂସା କରାଯାଉଛି।

ପାକିସ୍ତାନର ଏକ ଘରୋଇ ନ୍ୟଜ୍ ଚ୍ୟାନେଲରେ ପ୍ରସାରିତ ଖବର ଅନୁସାରେ, ପାକିସ୍ତାନରେ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ଆଉ ନିସ୍ତାର ନାହିଁ। ଯେଉଁମାନେ ଏଥିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ନପୁଂସକ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ୟାବିନେଟରେ ଏକ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ଯହାକୁ ଇମ୍ରାନ ସ୍ୱୀକୃତି ଦେଇଛନ୍ତି।

ଦୁଷ୍କର୍ମ ଏବଂ ନାରୀ ନିର୍ଯ୍ୟାତନାକୁ ଏବେ ଗୁରୁତର ସହ ନେଇଛନ୍ତି ଇମ୍ରାନ ସରକାର। ଦେଶରେ ଯୌନ ଉତ୍ପୀଡନ ଭଳି ଘୃଣ୍ୟ କାର୍ଯ୍ୟକୁ ସମୁଳେ ନଷ୍ଟ କରିବାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦୁଷ୍କର୍ମ ମାମଲାର ଦୋଷୀଙ୍କୁ କ୍ୟାମିକାଲ ବା ରାସାୟନିକ ଦ୍ୱାରା ନପୁଂସକ କରିବା ପ୍ରସ୍ତାବକୁ ସେ ନୈତିକତା ଦୃଷ୍ଟିରୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଆଇନ ଆସିବା ପରେ ପାକିସ୍ତାନରେ ମହିଳାଙ୍କ ଭୂମିକା ବଢିବା ସହ ନିର୍ଯ୍ୟାତନା କମିବ ବୋଲି ଇମ୍ରାନ କହିଛନ୍ତି।

Also read- 'ଭାରତର ପୂର୍ବତନ ଉପରାଷ୍ଟ୍ରପତି ଥିଲେ ପାକିସ୍ତାନୀ ଏଜେଣ୍ଟ'

ଆଇନ ମନ୍ତ୍ରାଳୟ ଦ୍ୱାରା ନୂଆ ଦୁଷ୍କର୍ମ ଆଇନର ଡ୍ରାଫ୍ଚ ପ୍ରସ୍ତୁତ ହୋଇଯାଇଛି। ଏହାକୁ କେବଳ ଆଧିକାରୀକ ଭାବେ ଘୋଷଣା କରିବା ବାକି ଅଛି। ଆଇନ ପାସ ହୋଇଗଲା ପରେ ଯୌନ ନିର୍ଚାତନାର ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା ହେବ। ଦୁଷ୍କର୍ମ ମାମଲାର ପୀଡିତା ଏବଂ ସାକ୍ଷୀଙ୍କୁ ସୁରକ୍ଷା ପ୍ରଦାନ କରାଯିବ। ତେଣୁ ଏହି ଆଇନକୁ କାର୍ଯ୍ୟକାରୀ କରିବାରେ ସରକାର କୌଣସି କ୍ଷେତ୍ରରେ ବିଳମ୍ବ କରିବାକୁ ଚାହୁଁନାହାନ୍ତି ବୋଲି ପ୍ରଧାମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି।

ସେପଟେ ପାକିସ୍ତାନ ସରକାରଙ୍କ ଏପରି ପଦକ୍ଷପରୁ ଭାରତରେ ଖୁବ ପ୍ରସଂଶା କରାଯାଉଛି। ଦୁଷ୍କର୍ମକାରୀଙ୍କ ପାଇଁ ଭାରତରେ ବି ଏଭଳି କଠୋର ଆଇନ ଆଣିବାକୁ ଦାବି ହେଉଛି। ଭାରତରେ ପୋକ୍ସୋ ଆକ୍ଟରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି। କିନ୍ତୁ ଅଧିକାଂଶ ମାମଲାରେ ଦୋଷୀଙ୍କୁ ଆଜୀବନ କିମ୍ବା ଅନୁନ୍ୟ ୧୦ ବର୍ଷ ଜେଲ ହେଉଛି। ଅନେକ ସମୟରେ ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ପ୍ରକୃତ ଦୋଷୀ ଖସିଯିବାରେ ସଫଳ ହେଉଛି।