୨୦୨୧ ଜୁନ୍ ୨ରେ ଦୁଇ ଜଣ ଲୋକ ଦାଶରେ ଏକ ମନ୍ଦିରରେ ବେଆଇନ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ନାମ ହେଉଛି ଭିପୁଲ ବିଜୟବର୍ଗୀୟ ଏବଂ କାଶୀଫ। ଜେରା ବେଳେ ଜଣା ପଡିଥିଲା ଯେ, ଏକ ବଡ ଖେଳ ଯାଇଛି।
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏକ ବଡ ଧର୍ମାନ୍ତରଣ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଏହି ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଦିଲ୍ଲୀର ଜାମିଆ ନାଗରରୁ ୟୁପି ଏଟିଏସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଧର୍ମାନ୍ତରଣ ଷଡଯନ୍ତ୍ର ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଫଣ୍ଡିଂ କରିଥିବା ୟୁପି ଏଟିଏସକୁ ପ୍ରମାଣ ମଧ୍ୟ ମିଳିଛି।
ୟୁପି ଏଡିଜି ପ୍ରଶାନ୍ତ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୨୧ ଜୁନ୍ ୨ରେ ଦୁଇ ଜଣ ଲୋକ ଏକ ମନ୍ଦିରରେ ବେଆଇନ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ନାମ ହେଉଛି ଭିପୁଲ ବିଜୟବର୍ଗୀୟ ଏବଂ କାଶୀଫ। ଜେରା ବେଳେ ଜଣା ପଡିଥିଲା ଯେ, ଏକ ବଡ ଖେଳ ଖେଳା ଯାଇଛି। ଯୋଜନାବଦ୍ଧ ଭାବେ ଲୋକଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି।
Also Read: ୟୁପି ବିଧାନସଭା ନିର୍ବାଚନ: ଫାଇନାଲ୍ ହେଲା କଂଗ୍ରେସର ୫୦ ପ୍ରାର୍ଥୀ!
ସେ ଆହୁରି ମଧ୍ୟ କହିଛନ୍ତି ଯେ, ତଦନ୍ତ ବେଳେରେ ଗୌତମଙ୍କ ନାମ ଆସିଛି, ସେ ଜାମିଆ ନାଗର ବାଟଲା ହାଉସର ବାସିନ୍ଦା। ସେ ନିଜେ ମଧ୍ୟ ଧର୍ମ ପରିବର୍ତ୍ତନ କରିଛନ୍ତି। ପଚରାଉଚରା ଏବଂ ଜେରା ପରେ ତାଙ୍କ ସାଥୀ ଜାହାଙ୍ଗୀର ଆଲାମଙ୍କୁ ଗିରଫ କରାଯାଇଥିଲା। ଯେଉଁଥିରୁ ଏହା ଜଣାପଡିଥିଲା ଯେ, ସେ ପ୍ରାୟ ଏକ ହଜାର ଲୋକଙ୍କୁ ପ୍ରଲୋଭିତ କରି କିମ୍ବା ଭୟଭୀତ କରି ଧର୍ମ ପରିବର୍ତ୍ତନ କରିଥିଲେ।
ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, ଲକ୍ଷ୍ନୌ ଏଟିଏସ୍ ସଂପୃକ୍ତ ଧାରାରେ ଏକ ମାମଲା ରୁଜୁ କରିଛି। ତାହାରି ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ସେଠାରେ ଏକ ନାମି ସଂସ୍ଥା ଏବଂ ଅନ୍ୟ କେତେକ ପ୍ରଭାବଶାଳୀ ଲୋକ ଅଛନ୍ତି। ତାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିନ୍ନକ୍ଷମ ଶିଶୁ ଏବଂ ମହିଳାମାନେ ମଧ୍ୟ ଧର୍ମ ପରିବର୍ତ୍ତନ କରିଛନ୍ତି। ମହିଳାମାନଙ୍କୁ ଧର୍ମ ପରିବର୍ତ୍ତନ କରିବା ପରେ, ସେମାନଙ୍କୁ ଅନ୍ୟ ଧର୍ମର ଲୋକଙ୍କୁ ବିବାହ କରାଯାଇଛି। ଫଳରେ ପରବର୍ତ୍ତୀ ସମୟରେ ସେମାନଙ୍କ ଧର୍ମକୁ ଫେରିବା ପାଇଁ କୌଣସି ଉପାୟ ରହିବ ନାହିଁ।
Also Read: ଦୈନିକ ୭୪ ଟଙ୍କା ସଞ୍ଚୟ କରି ହୋଇ ପାରିବେ କୋଟିପତି, ଜାଣନ୍ତୁ କେମିତି?
ସେ କହିଛନ୍ତି ଯେ, ଏହି ଲୋକମାନେ ନୋଏଡା, କାନପୁର, ମଥୁରା ଏବଂ ବାରାଣାସୀ ସମେତ ଅନ୍ୟାନ୍ୟ ସ୍ଥାନରେ ଧର୍ମ ଗ୍ରହଣ କରିଛନ୍ତି। ଏହି ରାକେଟ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଚାଲିଛି। ସେହିଭଳି ଜଣେ ଛାତ୍ର ଆଦିତ୍ୟ ଗୁପ୍ତା, ଯାହାର ପିତାମାତାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା। ସେମାନେ ନିଜ ସନ୍ତାନର ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି। ପରିବାର କହିଛନ୍ତି ଯେ, ସେମାନଙ୍କ ପିଲା ମୂକ ଏବଂ ବଧିର। ତାଙ୍କୁ ଧର୍ମ ପରିବର୍ତ୍ତନ କରାଯାଇ ଦକ୍ଷିଣ ଭାରତର କିଛି ରାଜ୍ୟକୁ ନିଆଯାଇଥିଲା। ଯାହା ବିଷୟରେ ତାଙ୍କ ପୁଅ ମୋବାଇଲରେ ଭିଡିଓ କଲ କରି କହିଛନ୍ତି।