Bargarh Murder Story: ଜମି ପାଇଁ ପୁତୁରା ପରିବାରକୁ ସଫା କରିଦେଲା ଦାଦା
Advertisement

Bargarh Murder Story: ଜମି ପାଇଁ ପୁତୁରା ପରିବାରକୁ ସଫା କରିଦେଲା ଦାଦା

 ଜମିଜମା ବିବାଦରୁ ଗୁରୁଦେବଙ୍କ କାକା ଶିବ ବାଗ ଲୁହା ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିବ ବାଗକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Bargarh Murder Story: ଜମି ପାଇଁ ପୁତୁରା ପରିବାରକୁ ସଫା କରିଦେଲା ଦାଦା

Bargarh Murder Story ବରଗଡ଼: ରକ୍ତ ବୁହାଇଲା ରକ୍ତ ସମ୍ପର୍କ। ଦାଦା ସାଜିଲା ଭଗାରୀ। ଜମି ପାଇଁ ପୁତୁରାର ପରିବାର ସଫା କରିଦେଇଛି ନୃଶଂସ ଦାଦା। ଏହି ବିଭତ୍ସ ହତ୍ୟା ଘଟଣା ଘଟିଛି ବରଗଡ଼ ଜିଲ୍ଲାର ଝିକିଝିକି ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ମୃତକ ମାନେ ହେଉଛନ୍ତି ମୃତକମାନେ ହେଲେ ଗୁରୁଦେବ ବାଗ, ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ। ଏହି ଚାରି ଜଣଙ୍କୁ ଗୁରୁଦେବଙ୍କ ଦାଦା ଶିବ ବାଗ ହତ୍ୟା କରିଥିବା ନେଇ ଆଲୋଚନା ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଶିବଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ପ୍ରାଥମିକ ସୂଚନା ଅନୁଯାୟୀ ଦାଦା ଶିବ ବାଗ ଓ ଗୁରୁଦେବଙ୍କ ସହିତ ଜମିବାଡ଼ିକୁ ନେଇ ଦୀର୍ଘ ଦିନରୁ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେବେ ଆଜି ସକାଳୁ ଏକ ବନ୍ଦ ଘର ମଧ୍ୟରୁ ଗୁରୁଦେବଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। 

ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା । ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବାପା, ମା’ ସହ ପୁଅ ଓ ଝିଅଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘରୁ ଉଦ୍ଧାର କରାଯାଇଛି । ଜମିଜମା ବିବାଦରୁ କକା ଶାବଳରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ କକାକୁ ଅଟକ ରଖି ପୋଲିସର ପଚରାଉଚରା ଜାରି ରଖିଛି । ଜମିଜମା ବିବାଦରୁ ଗୁରୁଦେବଙ୍କ କାକା ଶିବ ବାଗ ଲୁହା ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିବ ବାଗକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସେହିପରି ପୁଅ ମା'କୁ ଅତି ବିଭତ୍ସ ଭାବେ ହତ୍ୟା କଲା । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଗଡ ଲକଥାନା ଅଧିନ ଭୂତମୁଣ୍ଡାଇ ଗ୍ରାମ କୁମ୍ଭାର ସାହିରେ। ଆଜି ସକାଳୁ ମା' ସୁଲୋଚନା ଦେବୀ ଠାକୁର ପୂଜା ସାରି ଘରେ ପାଣି ଛିଞ୍ଚୁଥିବା ସମୟରେ ପୁଅ ଅଂଶୁମାନ ଉପରେ ପାଣି ପଡିଯାଇଥିଲା। ତେବେ ଅଂଶୁମାନ ହଠାତ୍ ରାଗିଯାଇ ମା' ସୁଲୋଚନା ମୁଣ୍ଡକୁ କଟୁରୀରେ ଚୋଟ ମାରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ ଘଟଣା ସ୍ଥଳରେ ଲକଥାନା ପୋଲିସ ଓ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହିତ ଅଭିଯୁକ୍ତ ଅଂଶୁମାନ କୁ ଥାନାରେ ଅଟକ ରଖିଛନ୍ତି। ତେବେ ଅଂଶୁମାନ ବେହେରା ଜଣେ ମାନସିକ ରୋଗୀ ଓ ସବୁଦିନେ ସେ ସେଥିପାଇଁ ଔଷଧ ଖାଉଛନ୍ତି। ତେଣୁ ଗତ ସୋମବାର କୌଣସି କାରଣରୁ ସେ ଔଷଧ ଖାଇ ପାରିନଥିଲେ। ସେ କେଉଁ କାରଣରୁ ତାଙ୍କ ମା'ଙ୍କୁ ହତ୍ୟା କଲେ ସଠିକ ତଦନ୍ତ ପରେ ଜଣା ପଡିବ ବୋଲି ତାଙ୍କ ପରିବାର ଲୋକେ କହୁଥିବା ବେଳେ ଅଂଶୁମାନ ଜଣେ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ବୋଲି ଜଣାପଡିଛି। 

ସୁଲୋଚନା ଦେବୀ ଲକଥାନା ଅଧିନ ନୂଆଗଡର ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଥିବା ବେଳେ ଆଜି ଏଭଳି ବିଭତ୍ସ ହତ୍ୟାକାଣ୍ଡ କୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି। ତେବେ ଅଂଶୁମାନ ମୃତ ସୁଲୋଚନାଙ୍କ ସାନପୁଅ ହୋଇଥିବା ବେଳେ ଏହି ବିଭତ୍ସ ହତ୍ୟାକାଣ୍ଡ କୁ ନେଇ ପୋଲିସ ସଠିକ ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ପାରାଦୀପରୁ ନାରାୟଣ ବେହେରା ଓ ବରଗଡ଼ରୁ ଅଜୟ ନାଥଙ୍କ ରିପୋର୍ଟ

Also Read: Maharastra Accident : ଅମଙ୍ଗଳ ପାଲଟିଗଲା ମଙ୍ଗଳବାର; ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ

Also Read: New Business: ଚାଷୀଙ୍କୁ ରାଜ୍ୟ ସରକାର ଦେଉଛନ୍ତି ୧୨ ଲକ୍ଷ; ଆପଣ ବି ପାଇ ପାରିବେ ଏହି ରାଶି, କରିବାକୁ ହେବ ଏହି ଉପାୟ

Also Read: New Gold Rate: ୩ ହଜାର ଟଙ୍କା ବଢିଗଲା ରୂପା ଦର !, ସୁନା ଦରରେ ମଧ୍ୟ ରେକର୍ଡ ବୃଦ୍ଧି