ସମ୍ବଲପୁର SP ବାତୁଲା ଗଙ୍ଗାଧର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ହାଇଦର (Gangster Hider) ତେଲେଙ୍ଗାନାରୁ ଧରା ପଡିବା ପରେ ଫେରାର ଘଟଣାର ତର୍ଜମା କରାଯାଉଛି। କଟକ କମିଶନରେଟ ପୋଲିସ ବର୍ତ୍ତମାନ ହାଇଦର କେଶ ତଦନ୍ତ ଦାୟିତ୍ବରେ ରହିଛି।
Trending Photos
ସମ୍ବଲପୁର: ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର SP ବାତୁଲା ଗଙ୍ଗାଧର। ତଦନ୍ତ ପ୍ରକ୍ରିୟାରେ କମିଶନରେଟ ପୋଲିସକୁ ସାହାଯ୍ୟ କରିବାକୁ ଆଶ୍ୱାସନା ଦେବା ସହ କେଉଁ ଗ୍ରାଉଣ୍ଡରେ ସମ୍ବଲପୁର ପୋଲିସ ତଦନ୍ତ କକିବ ସେ ନେଇ SP ପ୍ରତିକ୍ରିୟା ଦେଇଛନ୍ତି।
ସମ୍ବଲପୁର SP ବାତୁଲା ଗଙ୍ଗାଧର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ହାଇଦର (Gangster Hider) ତେଲେଙ୍ଗାନାରୁ ଧରା ପଡିବା ପରେ ଫେରାର ଘଟଣାର ତର୍ଜମା କରାଯାଉଛି। କଟକ କମିଶନରେଟ ପୋଲିସ ବର୍ତ୍ତମାନ ହାଇଦର କେଶ ତଦନ୍ତ ଦାୟିତ୍ବରେ ରହିଛି। ଯଦି କମିଶନରେଟ ପୋଲିସ ଚାହିଁବ ତା ହେଲେ ସମ୍ବଲପୁର ପୋଲିସ କେଵଳ ହାଇଦରର ମେଡ଼ିକାଲ ଗ୍ରାଉଣ୍ଡ ଉପରେ ତଦନ୍ତ କରିବ। ଏହି କେଶରେ କମିଶନରେଟ ପୋଲିସକୁ ସମ୍ବଲପୁର ପୋଲିସ (Sambalpur Police) ବିଭାଗ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବ।
Also Read: ସାଥୀ ହୋଇ ଚାଲିଗଲେ
ସୂଚନାଯୋଗ୍ୟ କଟକ SCBରୁ ଫେରାର ୪ ଦିନ ପରେ ଦୁର୍ଦ୍ଦାନ୍ତ ଅପରାଧି ତଥା ଗ୍ୟାଙ୍ଗଷ୍ଟର ଶେଖ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଥିଲା। ତେବେ ପୋଲିସ ରିମାଣ୍ଡରେ ନେବା ପୂର୍ବରୁ ସେ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେପଟେ ହାଇଦର ୬ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହା ସହ ହାଇଦର ଫେରାର ହେବାରେ ବ୍ୟବହୃତ କାରକୁ ତେଲେଙ୍ଗାନାରୁ ଜବତ କରାଯାଇଛି।