ସାନ୍ତୋଶ ପାଟିଲ କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲେ ଏବଂ ବେଲାଗାୱି ପୋଲିସ ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସେ ତାଙ୍କ ବନ୍ଧୁମାନଙ୍କୁ ଏକ ମେସେଜ ପଠାଇ, ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ଇଶ୍ୱରପ୍ପା ସିଧାସଳଖ ଦାୟୀ ରହିବେ ଏବଂ ମନ୍ତ୍ରୀ (Karnataka Minister) ଙ୍କୁ ଦଣ୍ଡ ଦିଆଯାଉ ବୋଲି କହିଥିଲେ।
Trending Photos
ବେଙ୍ଗାଲୁରୁ: ଗିରଫ ହୋଇପାରନ୍ତି ବିଜେପିର ଜଣ ମନ୍ତ୍ରୀ। ଠିକାଦାର ସାନ୍ତୋଶ ପାଟିଲଙ୍କ ଆତ୍ମହତ୍ୟା ମାମଲାରେ କର୍ଣ୍ଣାଟକ ମନ୍ତ୍ରୀ ଇଶ୍ୱରପ୍ପାଙ୍କ ନାମ ଯୋଡି ହୋଇଛି। ଇଶ୍ୱରପ୍ପାଙ୍କ ବିରୋଧରେ ମୃତ ସାନ୍ତୋଶ ପାଟିଲଙ୍କ ଭାଇ ପ୍ରଶାନ୍ତ ଏତଲା ଦେଇଛନ୍ତି। କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତରାଜ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କେ.ଏସ୍ .ଶ୍ୱରପ୍ପାଙ୍କୁ ଦୁର୍ନୀତି ଏବଂ ଠକେଇ ଅଭିଯୋଗ ଆଣି ମଙ୍ଗଳବାର ଠିକାଦାର ସାନ୍ତୋଶ ପାଟିଲ ଉଡୁପ୍ପିରେ ଆତ୍ମହତ୍ୟା କରିଛନ୍ତି। ପାଟିଲ ହିନ୍ଦୁ ଯୁବ ବାହିନୀ ଜାତୀୟ ସଚିବ ଥିଲେ। ସେ ଆତ୍ମହତ୍ୟା ପାଇଁ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ସାନ୍ତୋଶ ପାଟିଲ କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲେ ଏବଂ ବେଲାଗାୱି ପୋଲିସ ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସେ ତାଙ୍କ ବନ୍ଧୁମାନଙ୍କୁ ଏକ ମେସେଜ ପଠାଇ, ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ଇଶ୍ୱରପ୍ପା ସିଧାସଳଖ ଦାୟୀ ରହିବେ ଏବଂ ମନ୍ତ୍ରୀ (Karnataka Minister) ଙ୍କୁ ଦଣ୍ଡ ଦିଆଯାଉ ବୋଲି କହିଥିଲେ। ମୃତ୍ୟୁର କିଛି ସପ୍ତାହ ପୂର୍ବରୁ ପାଟିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିଲେ ଯେ୍ ସେ ତାଙ୍କ ଗାଁରେ ସଡ଼କ ନିର୍ମାଣରେ ୪ କୋଟି ଟଙ୍କା ବିନିଯୋଗ କରିଛନ୍ତି। ସେ ମନ୍ତ୍ରୀଙ୍କ ବିରୁଦ୍ଧରେ ମିଥ୍ୟା, ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ କରିବା ସହ ତାଙ୍କ ବିଲ୍ ପାସ୍ କରିବା ପାଇଁ ଇଶ୍ୱରପ୍ପାଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
Also Read: ଚାକିରି ପାଇଁ Task Force, ମୁଖ୍ୟମନ୍ତ୍ରୀ ଦେଲେ ଏହି ନିର୍ଦ୍ଦେଶ
ସାନ୍ତୋଶ ପାଟିଲଙ୍କ ମୃତ୍ୟୁକୁ ନେଇ ଇଶ୍ୱରପ୍ପା (Eshwarappa) ଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। କର୍ଣ୍ଣାଟକ କଂଗ୍ରେସ ନେତା ଡି.କେ ଶିବକୁମାର କହିଛନ୍ତି ଯେ, ଠିକାଦାର ସାନ୍ତୋଶ ପାଟିଲ (Santosh Patil death case)ଙ୍କ ମୃତ୍ୟୁ ବିଷୟରେ ଆମେ ଶୁଣିଛୁ। ଏହା ଏକ ହତ୍ୟା ବୋଲି ସମସ୍ତେ ଜାଣନ୍ତି। ଦୁର୍ନୀତି ଅଭିଯୋଗରେ ସେ ମୃତ୍ୟୁବରଣ କରିଥିଲେ। ଏହି ମାମଲାରେ ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରାଯିବା ଉଚିତ୍। ପାଟିଲଙ୍କ ମୃତ୍ୟୁକୁ ନେଇ ନ୍ୟାୟିକ ତଦନ୍ତ ଦାବି କରି ଶିବକୁମାର କହିଛନ୍ତି ଯେ, ବିଜେପି ଶାସନରେ ଦୁର୍ନୀତି ଚରମ ସୀମାରେ ରହିଛି।
ସେପଟେ ଡିକେ ଶିବକୁମାର (DK Shivkumar) ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଦ୍ଧରମୈୟାଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧି ମଣ୍ଡଳୀ କର୍ଣ୍ଣାଟକ ରାଜ୍ୟପାଳ ଥାୱାର ଚନ୍ଦ ଗେହେଲଟଙ୍କୁ ସାକ୍ଷାତ କରିଛନ୍ତି। ସାନ୍ତୋଶ ପାଟିଲଙ୍କ ମୃତ୍ୟୁଙ୍କ ମୃତ୍ୟୁ ମାମଲାରେ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍ .ଇଶ୍ୱରପ୍ପାଙ୍କୁ ପଦରୁ ବହିଷ୍କାର କରିବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ଉଡୁପିର ଏକ ହୋଟେଲର ଗାଧୁଆ ଘରୁ ସନ୍ଧେହଜନକ ଭାବେ ସାନ୍ତୋଶ ପାଟିଲଙ୍କ ମୃତ୍ୟୁଦେହ ଉଦ୍ଧାର କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ସେ ସୋମବାର ରାତିରେ ତାଙ୍କର ସୁଇସାଇଡ ନୋଟ ମନ୍ତ୍ରୀ ଇଶ୍ୱରପ୍ପା, କିଛି ସାମ୍ବାଦିକ ଓ ନିଜ ସାଙ୍ଗସାଥୀଙ୍କୁ ହ୍ୱାଟସଆପରେ ପଠାଇଥିବା କୁହାଯାଉଛି।