ଚାକିରି ପାଇଁ Task Force, ମୁଖ୍ୟମନ୍ତ୍ରୀ ଦେଲେ ଏହି ନିର୍ଦ୍ଦେଶ
Advertisement

ଚାକିରି ପାଇଁ Task Force, ମୁଖ୍ୟମନ୍ତ୍ରୀ ଦେଲେ ଏହି ନିର୍ଦ୍ଦେଶ

ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ଓ କଟକ ଜିଲ୍ଲାକୁ ପ୍ରାଧାନ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜିଲ୍ଲା ଗୁଡିକୁ କିଭଳି ଭାବରେ ବିଭିନ୍ନ କମ୍ପାନୀ ଆସିପାରିବେ ଏବଂ ସମାନେ କୌଣସି ସମସ୍ୟାର ସାମ୍ନା ଯେଭଳି ନହୁଅନ୍ତି ସେନେଇ ଏହି କ୍ଷେତ୍ରରେ ସମାଧାନ ନିମେନ୍ତ ଯୋଜନା ପ୍ରସ୍ତୁତ କରାଯିବ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଶିଳ୍ପାୟନର ବିକାଶ ହେବ। ଯୁବପିଢିଙ୍କୁ  ରୋଜଗାରକ୍ଷମ ଓ ବିକାଶର ପ୍ରମୁଖ ଧାରାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପାୟନର ବିକାଶର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ବିଭିନ୍ନ ବିଭାଗ ଦ୍ବାରା  ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ଗଠନ କରାଯାଇଛି। 

ଉଦ୍ୟୋଗ କ୍ଷେତ୍ରରେ ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଟାସ୍କ ଫୋର୍ସ (Task force) ଫୋକସ କରିବ। ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଭିତ୍ତିଭୂମିକୁ ସୁଦୃଢ଼ କରାଇବା ଏବଂ ପୁଞ୍ଜି ନିବେଶକ (Investor) ମାନଙ୍କୁ କିଭଳି ଭାବରେ ଓଡ଼ିଶାକୁ ଆକର୍ଷିତ କରାଯାଇ ପାରିବ ସେ ଦିଗରେ ମଧ୍ୟ ଫୋକସ ରାଜ୍ୟ ସରକାର କରୁଛନ୍ତି। ଶିଳ୍ପ ବିଭାଗ, ଇଡ୍‌କୋ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି। 

Also Read: ଓଡ଼ିଶା ଆସୁଛନ୍ତି ୧୦ କେନ୍ଦ୍ର ମନ୍ତ୍ରୀ, ଆକାଂକ୍ଷୀ ଜିଲ୍ଳାର ପରଖିବେ ସ୍ଥିତି

ବିଶେଷ ଭାବରେ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ଓ କଟକ ଜିଲ୍ଲାକୁ ପ୍ରାଧାନ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜିଲ୍ଲା ଗୁଡିକୁ କିଭଳି ଭାବରେ ବିଭିନ୍ନ କମ୍ପାନୀ ଆସିପାରିବେ ଏବଂ ସମାନେ କୌଣସି ସମସ୍ୟାର ସାମ୍ନା ଯେଭଳି ନହୁଅନ୍ତି ସେନେଇ ଏହି କ୍ଷେତ୍ରରେ ସମାଧାନ ନିମେନ୍ତ ଯୋଜନା ପ୍ରସ୍ତୁତ କରାଯିବ। ତେବେ ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାଠାରେ ପ୍ରାୟ ୫ ହଜାର ଏକର ଜମି ଚିହ୍ନଟ କରାଯାଇଛି। 

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କ୍ଷେତ୍ର ଅଧିକାରୀମାନଙ୍କର ଶିଳ୍ପାୟନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ନିମନ୍ତେ ଶିଳ୍ପ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟର ଅଗ୍ରଗତିର ତଦାରଖ ପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅଂଶୀଦାରମାନଙ୍କ ସହଯୋଗରେ ପ୍ରତି ୧୫ ଦିନରେ ବୈଠକ ଅନୁଷ୍ଠିତ କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେବେ ଏନେଇ ଆୟୋଜିତ ଏକ ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। 

Also Read: ସରକାରୀ ଯୋଜନାର ନଗ୍ନ ଚିତ୍ର, ଗଛ ଉପରେ ଜୀବନ ବିତାଉଛନ୍ତି ଯୋଗେଶଙ୍କ ପରିବାର

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୨୦୧୬ ଏବଂ ୨୦୧୮ରେ  ମେକ ଇନ ଓଡିଶା (MAKE IN ODISHA) କନକ୍ଲେଭର ଆୟୋଜନ କରାଯାଇଥିଲା। ୨୦୧୬ରେ ଆୟୋଜିତ କନକ୍ଲେଭ ମାଧ୍ୟମରେ ରାଜ୍ୟ ସରକାର ୧୮୪୩୪ କୋଟି ଟଙ୍କାର ପୁଞ୍ଜି କରିବା ସହ ବିଭିନ୍ନ କ୍ଷେତ୍ରରେ ୨୭୫୬୫ଟି ନିଯୁକ୍ତି ସୃଷ୍ଟି କରବାରେ ସକ୍ଷମ ହୋଇଥିଲେ। ସେହିଭଳି ଭାବରେ ୨୦୧୮ରେ ଆୟୋଜିତ କନକ୍ଲେଭ ମାଧ୍ୟମରେ ୧୫ଟି କ୍ଷେତ୍ରରେ ୪.୧୯ ଲକ୍ଷ କୋଟି ଟଙ୍କାର ପଞ୍ଜିନିବେଶ ସହ ବିଭିନ୍ନ କ୍ଷେତ୍ରରେ ୫.୯୧ ଲକ୍ଷର ନିଯୁକ୍ତି ସୃଷ୍ଟି ହୋଇ ପାରିଛି ।