ଅଣ୍ଡା ତରକାରୀ ନ ଖୁଆଇବାରୁ ମାତୃହନ୍ତା ହେଲା ପୁଅ
Advertisement
Article Detail0/zeeodisha/odisha1033444

ଅଣ୍ଡା ତରକାରୀ ନ ଖୁଆଇବାରୁ ମାତୃହନ୍ତା ହେଲା ପୁଅ

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପୁଅ ରାଜେଶ ଭୋଇକୁ ଗିରଫ କରିଛି ସଦରଥାନା ପୋଲିସ । 

ଡିଜାଇନ୍ ଫଟୋ

ଝାରସୁଗୁଡ଼ା: ଅଣ୍ଡା ତରକାରୀ ନ କରିଦେବାରୁ ମା'କୁ ହତ୍ୟା କଲା ପୁଅ । ମା'କୁ ଅଣ୍ଡା ରୋଷେଇ କରିବା ପାଇଁ କହିଥିଲା ପୁଅ, କିନ୍ତୁ ମନା କରିଦେଇଥିଲେ ମା' । ଯାହା ପରେ ଧାରୁଆ ଅସ୍ତ୍ରରେ ହାଣି ବିଧବା ମା'କୁ ହତ୍ୟା କଲା ପୁଅ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଜିଲ୍ଲାର ସଦର ଥାନା ଅଞ୍ଚଳରେ । ପୋଲିସ ମାତୃ ହତ୍ୟାକାରୀ ପୁଅକୁ ଗିରଫ କରିଛି । ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ଇବ ଗାଁରେ ମା' ଅଣ୍ଡା ରୋଷେଇ କରିନଦେବାରୁ ପୁଅ ଧାରୁଆ ଅସ୍ତ୍ରରେ ବିଧବା ମା'କୁ ହତ୍ୟା କରିଛି ବୋଲି ଝାରସୁଗୁଡ଼ା  SDPO ସୂଚନା ଦେଇଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପୁଅ ରାଜେଶ ଭୋଇକୁ ଗିରଫ କରିଛି ସଦରଥାନା ପୋଲିସ । ସୂଚନା ଅନୁଯାୟୀ ଇବ୍ ଗାଁର କୁମୋଦିନୀ ଭୋଇ (୪୫) ଗତକାଲି ରାତିରେ ଘରେ ରୋଷେଇ କରୁଥିବା ବେଳେ ପୁଅ ରାଜେଶ ଭୋଇ ଖାଇବା ପାଇଁ ଅଣ୍ଡା ଆଣିଥିଲେ ଓ ରୋଷେଇ କରିବା ପାଇଁ କହିଥିଲେ । କିନ୍ତୁ ମା' ରୋଷେଇ କରିବାକୁ ମନା କରିବାରୁ ପୁଅ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମାଆକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ମାଆର ମୃତ୍ୟୁ ଘଟିଥିଲା ।

ଏହି ଘଟଣାକୁ ନେଇ କୁମୋଦିନୀଙ୍କ ଦିଅର ସଦର ଥାନାକୁ ଖବର ଦେବା ସହିତ ଲିଖିତ ଭାବେ ଜଣାଇଥିଲେ । ଆଜି ସକାଳୁ ସଦରଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମା'ର ନୃଶଂସ ହତ୍ୟାକାରୀ ପୁଅ ରାଜେଶକୁ ପୋଲିସ ଗିରଫ କରିଛି ବୋଲି ଝାରସୁଗୁଡ଼ା ଏସଡ଼ିପିଓ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତର ପତ୍ନୀ ନଥିବା ସହ ଏକ ଝିଅ ଅଛନ୍ତି ।

ଏହା ବି ପଢ଼ନ୍ତୁ:-ରାଜ୍ୟର ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା, ଶତାଧିକ ଛାତ୍ରଛାତ୍ରୀ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ପରବର୍ତ୍ତୀ ସମୟରେ ମିଳିବନି LPG ଗ୍ୟାସ୍ ସିଲିଣ୍ଡର ଯଦି କରିବେନି ଏହି କାମ, ପଢ଼ନ୍ତୁ ପୂରା ଖବର

ଏହା ବି ପଢ଼ନ୍ତୁ:-ସକାଳୁ ଉଠି ପ୍ରଥମେ ଆଇନା ଦେଖୁଛନ୍ତି କି? ଜାଣନ୍ତୁ କ'ଣ କହୁଛି ବାସ୍ତୁ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ...