Vital Nutrient ଶରୀରରେ ଜଳ ଅଭାବ ହେତୁ ଏହି ଲକ୍ଷଣ ଦେଖାଦିଏ , ସତର୍କ ରୁହନ୍ତୁ
Advertisement
Article Detail0/zeeodisha/odisha1224612

Vital Nutrient ଶରୀରରେ ଜଳ ଅଭାବ ହେତୁ ଏହି ଲକ୍ଷଣ ଦେଖାଦିଏ , ସତର୍କ ରୁହନ୍ତୁ

ଜଳ ଅଭାବ କାରଣରୁ ଚେହେରାରେ ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ ଯାହାକୁ ଭୁଲରେ ଅଣଦେଖା କରନ୍ତୁ ନାହିଁ ଆସନ୍ତୁ ଜାଣିବା କଣ ସେ ଲକ୍ଷଣ

 

Vital Nutrient ଶରୀରରେ ଜଳ ଅଭାବ ହେତୁ ଏହି ଲକ୍ଷଣ ଦେଖାଦିଏ , ସତର୍କ ରୁହନ୍ତୁ

ଶରୀରରେ ଜଳ ଅଭାବରୁ ଅନେକ ରୋଗର କାରଣ ହୋଇଥାଏ । ଜଳର ଅଭାବ କାରଣରୁ ଆପଣଙ୍କୁ ଥକ୍କାପଣ ,ମୁଣ୍ଡ ବୁଲାଇବା ,ମୁହଁ ଶୁଖିଯିବା,ଭଳି ଅନେକ ଲକ୍ଷଣ ଦେଖିବାକୁ ମିଳିଥାଏ । ଶରୀରରେ ଜଳ ଅଭାବର ପ୍ରଭାବ ଆପଣଙ୍କ କେଶ ଏବଂ ଚର୍ମ ଉପରେ ମଧ୍ୟ ପଡିଥାଏ । ଜଳ ଅଭାବରୁ ଆପଣଙ୍କ ଚର୍ମ ଶୁଷ୍କ ହୋଇଯାଏ ଏହା ସହ ମୁହଁରେ କୁଞ୍ଚନ ମଧ୍ୟ ଆରମ୍ଭ ହୋଇଥାଏ । ଆମେ ଆପଣଙ୍କୁ କହି ରଖୁଛୁ କି ଜଳ ଅଭାବ କାରଣରୁ ଚେହେରାରେ ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ ଯାହାକୁ ଭୁଲରେ ଅଣଦେଖା କରନ୍ତୁ ନାହିଁ ଆସନ୍ତୁ ଜାଣିବା କଣ ସେ ଲକ୍ଷଣ !

ଜଳର ଅଭାବ ହେତୁ ଏହି ଲକ୍ଷଣ ଗୁଡିକ ମୁହଁରେ ଦେଖାଯାଏ -
(Dry skin )ଶୁଷ୍କ ଚର୍ମ:- ଅନେକ ଲୋକଙ୍କ ଚର୍ମରେ ଜଳ ଅଭାବ କାରଣରୁ ଡ୍ରାଏ ବା ଶୁଖିଲା ଦେଖିବା ଆରମ୍ଭ ହୋଇଥାଏ । ଶରୀରରେ ଜଳର ଅଭାବ ହେଲେ ଆମ ଚର୍ମ ଡିହାଇଡ୍ରେଟ୍ ହୋଇଯାଏ । ଏହି କାରଣରୁ ଏହା ଅଧିକ ଶୁଷ୍କ ହେବାରେ ଲାଗେ । ଯଦି ଆପଣଙ୍କର ତ୍ବଚା ଶୁଖିଲା ଦେଖାଯାଉଛି ତେବେ ବିଲକୁଲ ବି ଅଣଦେଖା କରନ୍ତୁ ନାହିଁ । 
ଓଠ ଫାଟିବା 
ଓଠ ଫାଟିବା ମାନେ ଡିହାଇଡ୍ରେଡ୍ ଚର୍ମର ଲକ୍ଷଣ । ଆପଣଙ୍କୁ କହି ରଖୁଛୁ କି ଶରୀରରେ ଜଳର ଅଭାବ ହେତୁ ଆପଣଙ୍କ ଓଠ ଫାଠିବା( ଡେଡ୍ ସ୍କିନ୍ ) ବା ମୃତ ଚର୍ମରେ ଘା ହେବା ଆରମ୍ଭ ହୋଇଥାଏ । କେବଳ ଯେ ଏତିକି ନୁହେଁ ଶରୀରରେ ଅଧିକ ଜଳର ଅଭାବ ମାନେ ହିଁ ଓଠ ଧିୀରେ ଧୀରେ ଫାଟିବା ଆରମ୍ଭ ହୋଇଥାଏ । 
ଚର୍ମରେ କୁଣ୍ଡେଇ ହେବା ଚର୍ମକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଜଳର ଅଭାବ ହେତୁ ଆପଣଙ୍କ ଚର୍ମରେ କୁଣ୍ଡେଇ ହେବା ଏବଂ ଲାଲ ରଙ୍ଗ ଦେଖାଯିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । ଏହା ସହ ଆପଣଙ୍କ ତ୍ବଚାରେ ଘା ଏବଂ କୁଞ୍ଚନ ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । 
(wrinkles)କୁଞ୍ଚନ:- ବୟସ ବଢିବା ମାତ୍ରେ ଚେହେରା ଏବଂ ହାତରେ କୁଞ୍ଚନ ସହ ଶୁଖା ଶୁଖା ଦେଖାଯାଏ । କିନ୍ତୁ ଯଦି ଆପଣଙ୍କ ଚେହେରାରେ କୁଞ୍ଚନ ବଢିବାରେ ଲାଗେ ତେବେ ଏହାକୁ ଭୁଲରେ ବି ଅଣଦେଖା କରନ୍ତୁ ନାହିଁ ଏହା ଜଳ ଅଭାବର ଏକ ଲକ୍ଷଣ ବି ହୋଇପାରେ । ଏଥିପାଇଁ ନିଜ ଶରୀରକୁ ଯଥେଷ୍ଟ ହାଇଡ୍ରେଟ୍ ରଖିବା ପାଇଁ ଉପଯୁକ୍ତ ପରିମାଣର ପାଣି ପିଇବା ଆବଶ୍ୟକ ।