କାରଖାନା ପରିସରରୁ ଶ୍ରମିକଙ୍କ ଝୁଲନ୍ତା ଶବ ଉଦ୍ଧାର
Advertisement

କାରଖାନା ପରିସରରୁ ଶ୍ରମିକଙ୍କ ଝୁଲନ୍ତା ଶବ ଉଦ୍ଧାର

ମୃତ ଯୁବକ ଜଣକ ଲିପୁନୁ ଓରଫ୍ ବାହାଡା ମୁର୍ମୁ ବୋଲି ଜଣାପଡିଛି । ଯୁବକଙ୍କ ବୟସ ପ୍ରାୟ ୧୯ ବର୍ଷ ହେବ ।

ପ୍ରତୀକାତ୍ମକ ଫଟୋ

ସନ୍ଦୀପ ରୟ, ଯାଜପୁର: ଜିଲ୍ଲାର କଳିଙ୍ଗନଗର ଥାନା ବିଆରପିଏଲ୍ ପ୍ଲାଣ୍ଟକୁ ଡ୍ୟୁଟି କରିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଝୁଲନ୍ତା ଶବ କାରଖାନା ପରିସରରୁ ଉଦ୍ଧାର ହୋଇଛି । ଯୁବକ ଜଣକ ରଶି ଲାଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ଲିପୁନୁ ଓରଫ୍ ବାହାଡା ମୁର୍ମୁ ବୋଲି ଜଣାପଡିଛି । ଯୁବକଙ୍କ ବୟସ ପ୍ରାୟ ୧୯ ବର୍ଷ ହେବ ।

ମୃତକଙ୍କ ବାପାଙ୍କ ନାଁ ଠାରୁ ମୁର୍ମୁ ବୋଲି ଜଣାପଡିଛି । ଯୁବକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଚାରିଡିପାହାଡି ଅଞ୍ଚଳରେ ବୋଲି ଜଣାପଡିଛି । ଏବେ ସେ ବିଆରପିଏଲ ପ୍ଲାଣ୍ଟରେ କାମ କରୁଥିବା ବେଳେ କଳିଙ୍ଗନଗର ଥାନା ସାରଙ୍ଗପୁର ଗ୍ରାମପଞ୍ଚାୟତର ସାରଙ୍ଗପୁର ହାଟିଙ୍ଗି ପ୍ଲଟରେ ରହୁଥିଲେ । ପୋଲିସ ଯୁବକଙ୍କ ମୃତଦେହ ଜବତ କରିବା ସହ ମାମଲା ନମ୍ବର ୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।