ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ
Advertisement
Article Detail0/zeeodisha/odisha827293

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ଦୀର୍ଘ ୨୦ ଦିନ ଧରି କୋରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । 

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

କଟକ: କୋରୋନାରେ (Corona) ସଂକ୍ରମିତ ହୋଇ ଚିକିତ୍ସିତ ଥିବା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର (D. Prakash Rao) ଆଜି ଦେହାନ୍ତ ହୋଇଯାଇଛି । ଆଜି ଅପରାହ୍ଣ ୪.୨୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନରୁ କଟକ ଏସସିବି ମେଡ଼ିକାଲରେ (SCB Medical College & Hospital) ଚିକିତ୍ସାଧିନ ରହିଥିଲେ । ତେବେ ଆଜି ତାଙ୍କର ବ୍ରେନ ଷ୍ଟ୍ରୋକ (Brain Stroke) ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ସେପଟେ ଦୀର୍ଘ ୨୦ ଦିନ ଧରି କୋରୋନାରେ (Corona) ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ତାଙ୍କ ମୃତ୍ୟୁ ନେଇ SCBର ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା (Bhubanananda Moharana) ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ: ଅପରାଜିତାଙ୍କୁ ଅଟକାଇବାରେ ବିଫଳ ସରକାର ! ୧ ଟଙ୍କାରେ ମିଳିବ 'ଅନ୍ନପୂର୍ଣ୍ଣା ଆହାର'

ସୂଚନାଯୋଗ୍ୟ ଶ୍ରୀ ରାଓ (D. Prakash Rao) ପେସାରେ ଚା ବ୍ୟବସାୟ କରୁଥିଲେ ମଧ୍ୟ ନିଜର ବ୍ୟବହାର ଓ ସମାଜସେବା ପାଇଁ ସେ ସାଧାରଣରେ ପରିଚିତ ଥିଲେ । ବକ୍ସିବଜାର ଛକରେ ଏକ ଚା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ମାତ୍ର ସେ ଏଥିରୁ ସମୟ ପାଇଲେ ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ କରିପାରିଥିଲେ । ଶିକ୍ଷାକୁ ସେ ଅତି ଭଲପାଉଥିଲେ ।ଯାହା ତାଙ୍କ କାର୍ଯ୍ୟରେ ବାରି ହୋଇପଡ଼େ । ଆର୍ଥିକ ଅନାଟନରେ ପେଶି ହୋଇ ଶିକ୍ଷାରୁ ବଞ୍ଚିଥିବା ଶ୍ରୀ ରାଓ ଏକ ସ୍କୁଲ ମଧ୍ୟ କରିଥିଲେ । ଆଶା ଓ ଆଶ୍ୱାସନା ନାମକ ଏକ ଶିକ୍ଷାନୁଷ୍ଠାନକୁ ଜନ୍ମ ଦେଇଥିଲେ । ଏଥିରେ ଗରିବ ତଥା ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିଆସୁଥିଲେ । ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ପିଲାଙ୍କୁ ସେଠାରେ ଶିକ୍ଷାଦାନ କରାଯାଏ । ବର୍ତ୍ତମାନ ସେଠାରେ ୭୫ଜଣ ଛାତ୍ର ପାଠ ପଢୁଛନ୍ତି। 

ଅଧିକ ପଢନ୍ତୁ: କମିଟିକୁ ନେଇ ପ୍ରଶ୍ନ ଉଠାଇଲେ ରାକେଶ ଟିକାୟତ

ଗତ ୨୦୧୯ ମସିହାରେ ତାଙ୍କୁ ପଦ୍ନଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ରାଓଙ୍କ ପରିବାର କହିଲେ ତାଙ୍କ ପତ୍ନୀ ପି. ବିଜୟଲକ୍ଷ୍ମୀ ଓ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟା। ପି. ବିଜୟଲକ୍ଷ୍ମୀ ଏବେ କଟକ ବଡ ମେଡିକାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ। ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଛନ୍ତି।