ଅପରାଜିତାଙ୍କୁ ଅଟକାଇବାରେ ବିଫଳ ସରକାର ! ୧ ଟଙ୍କାରେ ମିଳିବ 'ଅନ୍ନପୂର୍ଣ୍ଣା ଆହାର'
Advertisement
Article Detail0/zeeodisha/odisha827138

ଅପରାଜିତାଙ୍କୁ ଅଟକାଇବାରେ ବିଫଳ ସରକାର ! ୧ ଟଙ୍କାରେ ମିଳିବ 'ଅନ୍ନପୂର୍ଣ୍ଣା ଆହାର'

ଏହି ସୂଚନା ପାଇବା ପରେ ଅନ୍ନପୂର୍ଣ୍ଣା ଯୋଜନାରେ (Annapurna Jojana) ସାମାନ୍ୟ ପରିବର୍ତ୍ତନ କରିଥିବା ନେଇ ଅପରାଜିତା (Aparajita Sarangi) ସୂଚନା ଦେଇଛନ୍ତି।

ଅପରାଜିତାଙ୍କୁ ଅଟକାଇବାରେ ବିଫଳ ସରକାର ! ୧ ଟଙ୍କାରେ ମିଳିବ 'ଅନ୍ନପୂର୍ଣ୍ଣା ଆହାର'

ଭୁବନେଶ୍ୱର: ଆଗକୁ ପୌର ନିର୍ବାଚନ (BMC Election)। ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ରାଜଧାନୀରେ (Bhubaneswar) ରାଜନୈତିକ ଦଳ ମଧ୍ୟରେ ବେଶ ଉଷ୍ମତା ପ୍ରକାଶ ପାଇଲାଣି। ବିଭିନ୍ନ ମୁଦ୍ଦାକୁ ପ୍ରସଂଗ କରି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ରାଜନୈତିକ ଦଳ (Political Party) । ତେବେ ଏହାରି ମଧ୍ୟରେ ଆହାର ମୁଦ୍ଦା ପ୍ରମୁଖ ପ୍ରସଂଗ ହୋଇଛି । ପୂର୍ବରୁ ରାଜ୍ୟ ସରକାର (State Government) ଆହାର ଯୋଜନା ମାଧ୍ୟରେ ତମାମ ରାଜ୍ୟରେ ପାଖାପାଖି ୫ ଲକ୍ଷ ମିଲ ଦୈନିକ ଯୋଗାଇ ଦେଉଛନ୍ତି । ଏଥିପାଇଁ ମାତ୍ର ୫ ଟଙ୍କା ନେଉଛନ୍ତି। 

ଅଧିକ ପଢନ୍ତୁ: ମହାରାଷ୍ଟ୍ର ମନ୍ତ୍ରୀ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଶାଳୀ

ସେପଟେ କିନ୍ତୁ ବିଜେପି ଆହାର ଯୋଜନାକୁ ଚେକ ଦେବାକୁ ଯାଇ ମାଗଣାରେ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଥିଲା । ଭୁବନେଶ୍ୱର ସାଂସଦ (Bhubaneswar MP) ଅପରାଜିତା ଷଡଙ୍ଗୀ (Aparajita Sarangi) ଗତ ୮ ତାରିଖରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟର (Annapurna Trust) ଘୋଷଣା କରିଥିଲେ । ଏହି ଟ୍ରଷ୍ଟ ରାଜ୍ୟରେ ଗରିବ ଭୋକିଲା ବ୍ୟକ୍ତି ବିଶେଷଙ୍କୁ ମାଗଣାରେ ଖାଦ୍ୟ (Free Food) ଯୋଗାଇ ଦେବାକୁ ଘୋଷଣା କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଅପରାଜିତା ରାଜଧାନୀରୁ ଏହାର ଆରମ୍ଭ କରିବାକୁ ଯୋଜନା କରିଥିଲେ । ମାତ୍ର ଭୁବନେଶ୍ୱର ମୁନିସିପାଲିଟି (BMC) କର୍ତ୍ତୃପକ୍ଷ ଏହା ଉପରେ ରୋକ ଲଗାଇବାକୁ ପ୍ରୟାସ ମଧ୍ୟ କରିଥିଲେ । ବିଏମସି ପକ୍ଷରୁ କୁହାଯାଇଥିଲା ଯେ, ରାଜଧାନୀରେ କୌଣସି ସ୍ଥାନରେ ମାଗଣାରେ ଖାଦ୍ୟ ବଣ୍ଟା ଯାଇପାରିବ ନାହିଁ। ମାଗଣାରେ ଖାଦ୍ୟ ବାଣ୍ଟିବାକୁ ହେଲେ ବିଏମସି ପକ୍ଷରୁ ଅନୁମତି ଗ୍ରହଣ କରିବାକୁ ହେବ ବୋଲି ବିଏମସି (BMC) ଘୋଷଣା କରିଥିଲା । 

ଅଧିକ ପଢନ୍ତୁ: ଆଗକୁ ବଜେଟ, କୃଷକଙ୍କୁ ମିଳିପାରେ ବଡ଼ ଲାଭ

ଏହି ସୂଚନା ପାଇବା ପରେ ଅନ୍ନପୂର୍ଣ୍ଣା ଯୋଜନାରେ (Annapurna Jojana) ସାମାନ୍ୟ ପରିବର୍ତ୍ତନ କରିଥିବା ନେଇ ଅପରାଜିତା (Aparajita Sarangi) ସୂଚନା ଦେଇଛନ୍ତି। ଅପରାଜିତା (Aparajita Sarangi) କହିଛନ୍ତି ଯେ, ଅନ୍ନପୂର୍ଣ୍ଣା ଯୋଜନାରେ ରାଜଧାନୀରେ ମାଗଣାରେ ନୁହେଁ, ବରଂ ଏକ ଟଙ୍କା ବ୍ୟୟରେ ଖାଦ୍ୟ ଯୋଗାଇ ଦିଆଯିବ । ଯାହା ବିଏମସିର ନିୟମ ମଧ୍ୟରେ ଆସୁନାହିଁ । ଏହି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅପରାଜିତା କହିଛନ୍ତି । ସୂଚନାଯୋଗ୍ୟ ଗତ ୮ ତାରିଖରେ ସାଂସଦ ଅପରାଜିତା ଅନ୍ନପୂର୍ଣ୍ଣା ନାମକ ଏକ ଟ୍ରଷ୍ଟର ଘୋଷଣା କରିଥିଲେ । ଏହାରି ମାଧ୍ୟମରେ ରାଜ୍ୟର ଗରିବ ଭୋକିଲାମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସେତେବେଳେ ଘୋଷଣା କରିଥିଲେ । ତେବେ ଏହି ଯୋଜନା ରାଜ୍ୟ ସରକାରଙ୍କ ଆହାର ଯୋଜନାକୁ ଚେକ ଦେବ ବୋଲି ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା ।