ବିଡମ୍ବନା: ଫୁଟବଲ ଖେଳାଳି ଏବେ ଦିନ ମଜୁରିଆ
Advertisement
Article Detail0/zeeodisha/odisha937330

ବିଡମ୍ବନା: ଫୁଟବଲ ଖେଳାଳି ଏବେ ଦିନ ମଜୁରିଆ

ଆଜି ସେ ଦିନ ମଜୁରିଆ । ଆର୍ଥିକ ସ୍ଥିତି ଭଲ ନଥିବାରୁ ବାଧ୍ୟ ହୋଇ ଦିନ ମଜୁରିଆ ପାଲଟିଛନ୍ତି ବିଜୟ । ସବୁ ଆଶା ଧୂଳିସାତ୍ ହେଲା । ଏବେ ସେ ପୁଅକୁ ଭଲ ପାଠ ପଢ଼ାଇବା ସହ ଫୁଟବଲ୍ ଟ୍ରେନିଂ ମଧ୍ୟ ଦେଉଛନ୍ତି ।

 

ବିଡମ୍ବନା: ଫୁଟବଲ ଖେଳାଳି ଏବେ ଦିନ ମଜୁରିଆ

ଜଗନ୍ନାଥ ପାତ୍ର, କଟକ: ପରିବାର ପ୍ରତିପୋଷଣ ପାଇଁ ଖେଳ ଛାଡ଼ି ଶେଷରେ ମଜୁରିଆ ପାଲଟିଛନ୍ତି କଟକ ୪୨ ମୌଜା ଦହିଗାଁର ବିଜୟ କୁମାର ଦାସ । ୨୦ ବର୍ଷର ଫୁଟବଲ୍ କ୍ୟାରିୟରରେ ଦର୍ଶକଙ୍କୁ ବେଶ୍ ଏଣ୍ଟେରଟେନ୍ କରିଛନ୍ତି ବିଜୟ ।  ନିଜର ଫୁଟବଲ ନିଶା ଭିତରେ ପରିବାର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଖଣ୍ଡିଏ ଚାକିରିଟିଏ ମିଳିପାରିଲା ନାହିଁ । ଶେଷରେ ଖେଳ ଛାଡ଼ି ମଜୁରିଆ ପାଲଟିଛନ୍ତି ଏହି ପ୍ରତିଭାବାନ ଫୁଟବଲ ପ୍ଲେୟାର ।  

କଟକ (Cuttack) ୪୨ ମୌଜା ଦହିଗାଁର ବିଜୟ କୁମାର ଦାସ । ଦିନେ ସେ ଫୁଟବଲ ଖେଳୁଥିଲେ । ୨୦ ବର୍ଷର ଲମ୍ବା କ୍ୟାରିୟର । ଅନେକ ପୁରସ୍କାର ଏବଂ ସାର୍ଟିଫିକେଟ ହାସଲ କରିଛନ୍ତି । ହେଲେ ଆଜି ସେ ଦିନ ମଜୁରିଆ । ଆର୍ଥିକ ସ୍ଥିତି ଭଲ ନଥିବାରୁ ବାଧ୍ୟ ହୋଇ ଦିନ ମଜୁରିଆ ପାଲଟିଛନ୍ତି ବିଜୟ । ସବୁ ଆଶା ଧୂଳିସାତ୍ ହେଲା । ଏବେ ସେ ପୁଅକୁ ଭଲ ପାଠ ପଢ଼ାଇବା ସହ ଫୁଟବଲ୍ ଟ୍ରେନିଂ (Football Training) ମଧ୍ୟ ଦେଉଛନ୍ତି ।

Also Read: ମହାରାଷ୍ଟ୍ର ନୁହେଁ ଏହି ରାଜ୍ୟରୁ ମାଡ଼ି ଆସୁଛି Third Wave !

ସ୍କୁଲରେ ପାଠପଢ଼ିବା ବେଳେ ବିଜୟ ଗାଁରେ ଫୁଟବଲ ଖେଳ (Football Game)ଆରମ୍ଭ କରିଥିଲେ । ନବମ ଶ୍ରେଣୀରୁ ପାଠ ପଢିବା ବେଳେ କ୍ଲବରେ ଖେଳିବା ଖେଳୁଥିଲେ । ୨୦୦୮ରେ ଓଡ଼ିଶା ଫୁଟବଲ ଟିମ ପାଇଁ ଚୟନ ହେବା ପରେ ତିନି ତିନି ଥର ସନ୍ତୋଷ ଟ୍ରଫି ଖେଳିଛନ୍ତି । ଶ୍ରୀନଗର, ବିହାର, ଭଳି ୭ରୁ୮ ଟି ରାଜ୍ୟରେ ନିଜର ଗୋଲ ବଳରେ ଚର୍ଚ୍ଚିତ ଚେହେରା ରହିଥିଲେ ବିଜୟ। ହେଲେ ଘରର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ପାଠପଢା ଅଧାରେ ବନ୍ଦ ହୋଇଗଲା । ଚାକିରିଟିଏ ବି ପାଇପାରିଲେ ନାହିଁ । ଶେଷରେ ୮ ଜଣିଆ ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରିଆ (Labourer) ଭାବେ କାମ ଆରମ୍ଭ କଲେ ।

Also Read: ଆସନ୍ତାକାଲି ୧୫% ସ୍କୁଲ ଫି ଛାଡ଼ ଦାବିରେ ଆମରଣ ଅନଶନ କରିବେ ଅଭିଭାବକ

ଛେଳି ଚରେଇ ଓ କୁକୁଡ଼ା ପାଳି ଯାହା ରୋଜଗାର କରନ୍ତି ସେଥିରେ ଚାଲେ ପରିବାର । ତେବେ, ଆଜିର ପରିସ୍ଥିତିରେ ଫୁଟବଲ ଖେଳପ୍ରତି ଆଗ୍ରହ କମିଯାଉଥିବା କହିଛନ୍ତି ଗାଁ ଲୋକେ । କ୍ରୀଡ଼ାବିତଙ୍କ ପ୍ରୋତ୍ସାହନ ପାଇଁ ଅନେକ ଯୋଜନା ରହିଛି । ହେଲେ ବିଜୟଙ୍କ ଭଳି ପ୍ରତିଭାବାନ ଖେଳାଳି ଏସବୁ ପାଇବାରୁ ବଞ୍ଚିତ । ସରକାରୀ ସ୍ତରରେ ସୁବିଧା ସୁଯୋଗ ଯୋଗାଇଦେବାକୁ ଦାବି ହୋଇଛି।