ଖେଳାଳି ଖାଇବେ ଏସବୁ ଖାଦ୍ୟ; ପଢନ୍ତୁ ଖାଦ୍ୟ ମେନୁର ତାଲିକା
Advertisement

ଖେଳାଳି ଖାଇବେ ଏସବୁ ଖାଦ୍ୟ; ପଢନ୍ତୁ ଖାଦ୍ୟ ମେନୁର ତାଲିକା

ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ୱାନଡେ ସିରିଜ ଏବେ ରୋମାଞ୍ଚକ ସ୍ଥିତିରେ ଆସି ପହଞ୍ଚିଛି । ଉଭୟ ଟିମ ଗୋଟିଏ ଗୋଟିଏ ମ୍ୟାଚରେ ଟାଏ ରହିଛି । ଏପିରିସ୍ଥିତିରେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ୩ୟ ଓ ଶେଷ ମ୍ୟାଚ ନିର୍ଣ୍ଣାୟକ ଭୂମିକା ନେବ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ ଯେତିକି ରୋମାଞ୍ଚକ ସେତିକି ଖେଳାଳୀଙ୍କ ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । 

  • ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ୱାନଡେ ସିରିଜ ଏବେ ରୋମାଞ୍ଚକ ସ୍ଥିତିରେ ଆସି ପହଞ୍ଚିଛି
  • ଉଭୟ ଟିମ ଗୋଟିଏ ଗୋଟିଏ ମ୍ୟାଚରେ ଟାଏ ରହିଛି
  • ଏପିରିସ୍ଥିତିରେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ୩ୟ ଓ ଶେଷ ମ୍ୟାଚ ନିର୍ଣ୍ଣାୟକ ଭୂମିକା ନେବ
  • ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ ଯେତିକି ରୋମାଞ୍ଚକ ସେତିକି ଖେଳାଳୀଙ୍କ ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି  

Trending Photos

 ଖେଳାଳି ଖାଇବେ ଏସବୁ ଖାଦ୍ୟ; ପଢନ୍ତୁ ଖାଦ୍ୟ ମେନୁର ତାଲିକା

ଜଗନ୍ନାଥ ପାତ୍ର, କଟକ: ଭାରତ ଓ ଓ୍ୱେଷ୍ଟଇଣ୍ଡିଜର ଉଭୟ କ୍ରିକେଟ ଟିମ ଗତକାଲି ଓଡିଶାରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ରହଣି ଥିବା ବେଳେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବ ସିରିଜର ଶେଷ ଦିନିକିଆ ମ୍ୟାଚ । ତେବେ ମ୍ୟାଚ ଶେଷ ହେବା ମଧ୍ୟରେ ଖେଳାଳି ମାନଙ୍କ ଖାନାପିନା ଉପରେ ଖାସ ନଜର ରଖାଯାଇଥାଏ । ଏଥିପାଇଁ ସ୍ୱତନ୍ତ୍ର ଫୁ଼ଡ୍ ପ୍ଲାନ ମଧ୍ୟ କରାଯାଇଛି । ତେବେ ଆସନ୍ତୁ ନଜର ପକାଇବା ଭାରତ ଓ ଓ୍ୱେଷ୍ଚଇଣ୍ଡିଜ ଖେଳାଳୀ ମାନଙ୍କ ଲାଗି କଣ କରାଯାଇଛି ପ୍ରତିଦିନର ଖାନାପିନାର ପ୍ଲାନିଂ । ଖାସ କରି ଖେଳାଳୀ ମାନଙ୍କ ଡାଏଟ୍  ପ୍ଲାନ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଖାନାପିନା ଉପରେ ଅଧିକ ଫୋକସ କରାଯାଇଛି । ଆସନ୍ତୁ ନଜର ପକାଇବା ଭାରତୀୟ ଦଳ ପାଇଁ ପ୍ରାକ୍ଟିସ ମ୍ୟାଚ ଓ ହୋଟଲେ ରହୁଥିବା ଦିନରେ କଣ କଣ ଖାଦ୍ୟର ବ୍ୟବସ୍ଥା କରାଯାଇଛି ।

ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ମିଲିଥିବା ସୂଚନା ମୁତାବକ ୪ଟି ପେଜରେ ଖେଳାଳୀ ମାନଙ୍କ ଲାଗି ଖାଦ୍ୟର ବ୍ୟବସ୍ଥା କରାଯାଇଛି । ପ୍ରଥମେ ଟ୍ରେନିଂ ପୂର୍ବରୁ ପରେ ଲଞ୍ଚ , ୱାର୍କ ଆଉଟ ଓ ଶେଷରେ ଡିନର । ଖେଳାଳି ମାନଙ୍କ ମନକୁ ପସନ୍ଦ ଆସିଲା ଭଳି ୫ଟି ପ୍ରକାରର ଖାଦ୍ୟ ପରସା ଯିବ । ସେ ମଧ୍ୟରେ ପ୍ରଥମେ ଟ୍ରେନିଂ ପୂର୍ବରୁ ୪ ପ୍ରକାରର  ଖାଦ୍ୟ ସହିତ, ମୁସେଲି, ଡ୍ରାଏ  ଫୁଡ, ଜୁସ , ଫୁଲକାସ୍  ସହିତ ଭେଜ୍  ସବଜି, ଇଡିଲି/ଦୋସା, ସମ୍ଭାର , ଚଟନି,ପୋହା, ଚା/କଫି, ଓମଲେଟ୍ । 

fallbackସେହିପରି ଲଞ୍ଚ  ଓ ଡିନର ସମୟରେ ଗ୍ରୀନ ସାଲେଡ, ସିଝା ଅଣ୍ଡା, ଗ୍ରୀନ ସାଲେଟ୍, ସାଲାଡ଼ ଗ୍ରୀନ, ଚିକେନ, ଭାତ ଦେଶୀ କୁକୁଡା ମାଂସ ଭଳି ଖାଦ୍ୟ ଖେଳାଳୀଙ୍କ ଲାଗି ଦିଆଯିବ । ସେହିପରି ଟ୍ରେନିଂ ଓ ମ୍ୟାଚ ଦିନ ୱାର୍କ ଆଉଟ୍  ସମୟରେ ବିସ୍କୁଟ୍ , କଦଳୀ,ବିଭିନ୍ନ ପରିବାର ସାଲେଟ୍, ନଡିଆ ପାଣି, ଚା/କଫି, କ୍ଷୀର, ବ୍ରେଡ୍ , ସିଝା ଅଣ୍ଡା, ବିସ୍କୁଟ୍  ଆଦି  ପ୍ରସ୍ତୁତ କରାଯାଇଛି ।

fallback

ଏ ତ ଥିଲା ଭାରତୀୟ ଟିମ ଲାଗି ପ୍ରତ୍ୟେକ ଦିନର କରାଯାଇଥିବା ଖାଇବା ଲାଗି ବ୍ୟବସ୍ଥା । ତେବେ ୱେଷ୍ଟ ଇଣ୍ଡିଜ ଖେଳାଳୀ ମାନଙ୍କ ଲାଗି ମଧ୍ୟ ସ୍ୱତନ୍ତ୍ର ଖାନାପିନାର ବ୍ୟବସ୍ଥା କରାଯାଇଛି ।  ଖେଳାଳି ମାନଙ୍କ ଲାଗି  ପ୍ରାକ୍ଟିସ  ପୂର୍ବରୁ ଓ ପରେ ଦୁଇଟି ପର୍ଯ୍ୟାୟରେ ଖାଦ୍ୟ ପରସା ଯିବ । ପୂର୍ବରୁ ସାଣ୍ଡୱିଚ, ସ୍ମୁଥି , ଫ୍ରୁଟ ଡ୍ରିଙ୍କ  ଜୁସ , କଫି  ,ସ୍ନାକ । ସେହିପରି ପ୍ରାକ୍ଟିସ ଶେଷ ହେବା ପରେ ସୁପ , ଷ୍ଟିମ ରାଇସ , ପାସ୍ତା , ଚିକେନ ଷ୍ଟିମଡ଼ , ସାଲାଡ଼ । ସେହିପରି ମ୍ୟାଚ ଦିନ ଖେଳାଳୀ ମାନଙ୍କ ଲାଗି ଏହି ସମସ୍ତ ଖାଦ୍ୟ ସହିତ ଲଞ୍ଚ  /ଡିନର  ଲାଗି ମଧ୍ୟ ସୁପ ଷ୍ଟିମ ରାଇସ, ପାସ୍ତା  ଚିକେନ , ସିଝା ପରିବା  ,ସାଲାଡ଼ର ବିଭିନ୍ନ ରକମର ଖାଦ୍ୟ ପରସା ଯିବ ବୋଲି ସୂଚନା ମିଳିଛି ।