ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ। ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିରର ଖୋଲିବା ନେଇ ନିଷ୍ପତ୍ତି ନେଇପାରନ୍ତି ହାଇକୋର୍ଟ।
Trending Photos
ଜଗନ୍ନାଥ ପାତ୍ର,କଟକ: ନାଗାର୍ଜୁନ ବେଶ (Narjuna Vesha)ଅବସରରେ ଶ୍ରୀମନ୍ଦିର (Srimandir)ଖୋଲାଯିବ କି ନାହିଁ ସେ ନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ହାଇକୋର୍ଟ (Odisha High Court)। ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ମାମଲାର ଶୁଣାଣୀ କରିବା ଅବସରରେ ଏହା କହିଛନ୍ତି ଉଚ୍ଚ ନ୍ୟାୟାଳୟ।
ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ଏକ ବିରଳ ବେଶ। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସୁଯୋଗ ୨୫ ବର୍ଷରେ ଥରେ ମିଳିଥାଏ। ଏହାକୁ ଦୃଷ୍ଟିରେ ରଖି ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବା ପାଇଁ ଆଜିର ଶୁଣାଣୀରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନେଇ ଆବେଦନ କରାଗଲେ ଖଣ୍ଡପୀଠ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି।
ସମସ୍ତ ଧର୍ମାନୁଷ୍ଠନ ଖୋଲିବା ପ୍ରସଙ୍ଗରେ ପୂର୍ବରୁ ସରକାର ଦାଖଲ କରିଥିବା ଜବାବରେ ଶ୍ରୀମନ୍ଦିର ଗର୍ଭଗୃହ ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଭିଡ ନିୟନ୍ତ୍ରଣ କରିବା ସମ୍ଭବପର ନୁହଁ ବୋଲି ଦର୍ଶାଯାଇଛି। ଏହା ସହ ରାଜ୍ୟର ସମସ୍ତ ଛୋଟ ବଡ ଧର୍ମାନୁଷ୍ଠନରେ (Religious Place)ସୁରକ୍ଷା ଯୋଗାଇବା କଷ୍ଟକର ବ୍ୟାପାର ବୋଲି ଜବାବରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ଜବାବ ଆଧାରରେ ପ୍ରତିଜବାବ ଦଖଲ କରିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନାର୍ଗାଜୁନ ବେଶ ସମୟରେ ଶ୍ରୀମନ୍ଦିର ଖୋଲାଯିବା ପ୍ରସଙ୍ଗରେ ଆବେଦନକାରୀ ପ୍ରତି ଜବାବରେ ଆବେଦନ କରିଲେ କୋର୍ଟ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆବେଦନକାରୀ ଜୟନ୍ତ କୁମାର ବଳଙ୍କ ଓକିଲ ବିଭୂତି ଭୂଷଣ ଚୌଧୁରୀ। ଅନପକ୍ଷେ କାକଟପୁରର ମା' ମଙ୍ଗଳା, କେନ୍ଦ୍ରପଡାର ବଳଦେବଜୀଉ ମନ୍ଦିର ଖୋଲିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହେ ମଧ୍ୟରେ ଏନେଇ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ସେହିପରି ଏହି ଦୁଇ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ପ୍ରସଙ୍ଗରେ ଦେବତ୍ତର କମିଶନରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିବା ମାମଲାର ପରିଚାଳନା କରୁଥିବା ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ କହିଛନ୍ତି।